ବାଇକକୁ ଧକ୍କା ଦେଲା ଅଟୋ , ଜଣେ ମୃତ

ବାଇକକୁ ଧକ୍କା ଦେଲା ଅଟୋ , ଜଣେ ମୃତ

ପଟ୍ଟାମୁଣ୍ଡାଇ ୩/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ କଖାରୁଣୀ ଛକ ନିକଟରେ ରବିବାର ସଂନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଅଟୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଖାରୁଣୀ ଗ୍ରାମର ଗଣେଶ ଜେନା (୫୪)। ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଅଟୋଟି ଧକ୍କା ଦେବା ପରେ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ ଗଣେଶ ପଟ୍ଟାମୁଣ୍ଡାଇ ବଜାରରୁ ହାଟ ସଉଦା କାମସାରି ଗାଁକୁ ଫେରୁଥିଲେ । ନିଜ ଗାଁ ଛକ ପାଖରେ ପହଁଚିବା ପୂର୍ବରୁ ବିପରିତ ଦିଗ ରାଜନଗର ଆଡୁ ଏକ ମାଲବାହି ଅଟୋ ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ କିଛିବାଟ ଛିଟିକି ପଡିବା ସହିତ ମୁଣ୍ଡରେ ଗଭିର ଆଘାତ ଲାଗି ପ୍ରବଳ ରକ୍ତଶ୍ରାବ ହୋଇଥିଲା । ଏହାଦେଖି ଗ୍ରାମବାସୀ ତାଙ୍କୁ ତୁରନ୍ତ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପଟ୍ଟାମୁଣ୍ଡାଇ ପୋଲିସ ଘଟଣା ସ୍ଥଳରୁ ଅଟୋଓ ବାଇକକୁ ଜବତକରି ଥାନାକୁ ଆଣିବା ସହିତ ଶବ ଜବତ କରିଛି ।