ଜୀବନ ପ୍ରମାଣପତ୍ର ଦାଖଲକାରୀଙ୍କୁ ସମ୍ବର୍ଦ୍ଧନା



କେନ୍ଦ୍ରାପଡ଼ା, ୩ା୧୧- ଜୀବନ ପ୍ରମାଣ ପତ୍ର ଦାଖଲ କରିବାକୁ ଆସିଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ସ୍ଥାନୀୟ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ, ଅତିରିକ୍ତ କୋଷାଗାର ଅଧିକାରୀ, ପୂର୍ଣ୍ଣଚନ୍ଦ୍ର ସିଂ, ମୁଖ୍ୟ ଲିପିକ, ସତ୍ୟରଞ୍ଜନ ନାୟକ, ଅବିନାଶ ରଥ, ବିଜୟଲକ୍ଷ୍ମୀ ଦାସ, ସୁକାନ୍ତ କୁମାର ବେହେରା, ପ୍ରିୟଦର୍ଶିନୀ ସାହୁ, ଅପର୍ଣ୍ଣା ମହାପାତ୍ର, ବି.ସରୋଜା ସାହୁ, ମଧୁସ୍ମିତା ସାହାଣୀ, ଅକ୍ଷୟ ଦାସ, ଗୁରୁଚରଣ ମହାରଣା, ମନୋଜ ଦାସ, ସୌଭାଗ୍ୟ ଦାସ ପ୍ରମୁଖ ପ୍ରତ୍ୟେକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। କାର୍ଯ୍ୟାଳୟ ତରଫରୁ ଶୀତଳ ଓ ଗରମ ପାନୀୟର ବ୍ୟବସ୍ଥା କରାଯିବା ସହ କ୍ରମ ଅନୁସାରେ ଶୃଙ୍ଖଳାର ସହ ଜୀବନ ପ୍ରମାଣପତ୍ର ଗ୍ରହଣ କରାଯାଉଛି। ଜିଲ୍ଲା କୋଷାଗାର ଅଧିକାରୀଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ ନିମନ୍ତେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା କୃତଜ୍ଞତା ଜଣାଇଛନ୍ତି।


Next Post

ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ

Sun Nov 3 , 2024
କେନ୍ଦ୍ରାପଡା ୩/୧୧- କେନ୍ଦ୍ରାପଡା ଜିଲା କରଣ ସମାଜ ପକ୍ଷରୁ କୁଳଗୁରୁ ଭଗବାନ ଚିତ୍ରଗୁପ୍ତଙ୍କ ପୂଜା ସ୍ଥାନୀୟ ପାହାଡପୁର ମଠରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୈଳାସ ଚନ୍ଦ୍ର ମହାନ୍ତିଙ୍କ ପୌରୋହିତ୍ୟରେ ଅୟୋଜିତ ପୂଜାରେ ଭଗବାନ ଚିତ୍ରଗୁପ୍ତଙ୍କ ଆବାହନ କରାଯିବା ସହ ହୋମ, ଯଜ୍ଞ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ସଭାପତି ଡାକ୍ତର ରମାନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ଆଲୋଚନା କରାଯାଇଥିଲା । ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ କରିବା […]

KANIKA