ଜୀବନ ପ୍ରମାଣପତ୍ର ଦାଖଲକାରୀଙ୍କୁ ସମ୍ବର୍ଦ୍ଧନା



କେନ୍ଦ୍ରାପଡ଼ା, ୩ା୧୧- ଜୀବନ ପ୍ରମାଣ ପତ୍ର ଦାଖଲ କରିବାକୁ ଆସିଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ସ୍ଥାନୀୟ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ, ଅତିରିକ୍ତ କୋଷାଗାର ଅଧିକାରୀ, ପୂର୍ଣ୍ଣଚନ୍ଦ୍ର ସିଂ, ମୁଖ୍ୟ ଲିପିକ, ସତ୍ୟରଞ୍ଜନ ନାୟକ, ଅବିନାଶ ରଥ, ବିଜୟଲକ୍ଷ୍ମୀ ଦାସ, ସୁକାନ୍ତ କୁମାର ବେହେରା, ପ୍ରିୟଦର୍ଶିନୀ ସାହୁ, ଅପର୍ଣ୍ଣା ମହାପାତ୍ର, ବି.ସରୋଜା ସାହୁ, ମଧୁସ୍ମିତା ସାହାଣୀ, ଅକ୍ଷୟ ଦାସ, ଗୁରୁଚରଣ ମହାରଣା, ମନୋଜ ଦାସ, ସୌଭାଗ୍ୟ ଦାସ ପ୍ରମୁଖ ପ୍ରତ୍ୟେକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। କାର୍ଯ୍ୟାଳୟ ତରଫରୁ ଶୀତଳ ଓ ଗରମ ପାନୀୟର ବ୍ୟବସ୍ଥା କରାଯିବା ସହ କ୍ରମ ଅନୁସାରେ ଶୃଙ୍ଖଳାର ସହ ଜୀବନ ପ୍ରମାଣପତ୍ର ଗ୍ରହଣ କରାଯାଉଛି। ଜିଲ୍ଲା କୋଷାଗାର ଅଧିକାରୀଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ ନିମନ୍ତେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା କୃତଜ୍ଞତା ଜଣାଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading