କେନ୍ଦ୍ରାପଡା,୭ା୧୧: କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତ ସଭା ପକ୍ଷରୁ ନିଃଶୁଳ୍କ ବ୍ରତୋପନୟନ ପାଇଁ ଏକ ପ୍ରସ୍ତୁତି ବୈଠକ ପଣ୍ଡିତ ଧ୍ରୁବଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଝୁଲଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତିଙ୍କ ଦ୍ୱାରା ଦିବଂଗତ ପଣ୍ଡିତ ଗଗନ ବିହାରୀ ଦାଶଙ୍କ ବିୟୋଗରେ ଏକ ଶୋକ ପ୍ରସ୍ତାବ ଆଗତ ପରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ ୨୦୨୫ ଜାନୁୟାରୀ ମାସରେ ପଣ୍ଡିତସଭା ପକ୍ଷରୁ ଅସ୍ୱଚ୍ଛଳ ବ୍ରାହ୍ମଣ ପିଲାଙ୍କର ଏକ ସାମୂହିକ ବ୍ରତୋପନୟନ ଯଜ୍ଞ କରାଯିବାକୁ ସ୍ଥିର କରାଗଲା । ଯେଉଁ ଅସ୍ୱଚ୍ଛଳ ବ୍ରାହ୍ମଣମାନେ ସେମାନଙ୍କର ପିଲାଙ୍କ ବ୍ରତୋପନୟନ କରିବାକୁ ଆଗ୍ରହୀ ସେମାନେ ଯଥାଶୀଘ୍ର ସଂଗଠନ ସମ୍ପାଦକ ପଣ୍ଡିତ ହରେକୃଷ୍ଣ ପତି (ଦୂରାଭାଷ-୯୪୩୯୭୩୯୩୪୪)ଙ୍କୁ ଓ ସଂଗଠନ ସମ୍ପାଦକ ପଣ୍ଡିତ ତପନ ଦାଶ (ଦୂରଭାଷ-୯୦୪୦୮୨୯୪୧୧୮)ଙ୍କ ସହ ଯୋଗାଯୋଗ କରିବାକୁ ସଭା ପକ୍ଷରୁ ନିବେଦନ କରାଯାଇଛି । ଆଗାମୀ ୨୦୨୫ ମସିହା ଅପ୍ରେଲ ମାସରେ ପଣ୍ଡିତ ସଭାର ବାର୍ଷିକ ସମ୍ମିଳନୀ କରାଯିବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଛି । ଏହି ସଭାରେ ପଣ୍ଡିତ କୈଳାସ ଦାଶ, ପଣ୍ଡିତ ପିତାମ୍ବର ଲେଙ୍କା, ପଣ୍ଡିତ କ୍ଷୀରୋଦ ପଣ୍ଡା, ପଣ୍ଡିତ ଅବଧୁତ ରାଉତ, ପଣ୍ଡିତ କ୍ଷୀରୋଦ ସେନାପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ଡିସେମ୍ବର ୮ ତାରିଖରେ ପଣ୍ଡିତ ସଭାର ପରବର୍ତ୍ତୀ ବୈଠକ କରାଯିବାକୁ ସ୍ଥିର କରାଗଲା ।
kanikanews.in
Next Post
ହବିଷ୍ୟାଳୀଙ୍କ ପଞ୍ଚୁକ ବ୍ରତ ପାଳନ ପାଇଁ ପ୍ରସ୍ତୁତି ବୈଠକ
Thu Nov 7 , 2024
କେନ୍ଦ୍ରାପଡ଼ା,୭ା୧୧: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ପଞ୍ଚୁକରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ ପାଇଁ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ନଭେମ୍ବରମାସ ୧୦ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ତୁଳସୀକ୍ଷେତ୍ରରେ ଏହି ବ୍ରତ ପାଳନ କରାଯିବ। ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ହବିଷ୍ୟାଳୀମାନଙ୍କ ପାଇଁ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ ଅବସରରେ ଦୈନିକ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ, […]

You May Like
- 10 months ago
ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ
- 4 months ago
ମଦ ଦୋକାନକୁ ବିରୋଧ କଲେ ସାଧାରଣ ମହିଳା।
- 7 months ago
ପଟ୍ଟାମୁଣ୍ଡାଇ କଲେଜରେ ସଂସ୍କୃତିକ ପ୍ରତିଯୋଗିତା