ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ ୧୦/୧୧ -ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଶିକ୍ଷାର ସମାଜ ଗଠନରେ ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ମଧୁସ୍ମିତା ସିଂ ଯୋଗ ଦେଇ ଶିକ୍ଷାର ସମାଜ ଗଠନରେ ଅବଦାନ ଓ ପ୍ରତିଫଳନ ଉପରେ ଆଲୋକପାତ କରିଥିଲେ । ସମାଜ ବିଜ୍ଞାନ ବିଭାଗ ମୁଖ୍ୟ କ୍ୟାପଟେନ ମନୋଜ ପରିଡା ସ୍ୱାଗତଭାଷଣ ଓ ପ୍ରାଧ୍ୟାପକ ରଂଜିତ କେଶରୀ ସେନାପତି ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ଫକୀର ପ୍ରଧାନ, ବୈକୁଣ୍ଠ ରାଉଳ,ଅଧ୍ୟାପକ ସୁଭାଶିଷ ମିଶ୍ର, ସରୋଜ ନାୟକ, ଜିତେନ୍ଦ୍ର ମଲ୍ଲିକ,ଅଧ୍ୟାପିକା ନିବେଦିତା ନାୟକ ଓ ନିବେଦିତା ପ୍ରଧାନ ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ସମାଜ ବିଜ୍ଞାନ ଛାତ୍ରୀ ସଂଜନା ବାରିକ ଧନ୍ୟବାଦ ଦେଇଥିଲେ ।


Next Post

ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ପୀଠରେ ହବିଷ୍ୟାଳୀ ଉତ୍ସବ ଉଦଘାଟିତ

Sun Nov 10 , 2024
କେନ୍ଦ୍ରାପଡ଼ା, ୧୦ା୧୧ : ପବିତ୍ର ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ତଥା କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପୀଠରେ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ତଥା ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ ରବିବାର କାର୍ତ୍ତିକ ହବିଷ୍ୟାଳୀ ବ୍ରତ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଶ୍ରୀବଳଦେବଜୀଊଙ୍କ ମନ୍ଦିର ଝୁଲଣ ମଣ୍ଡପ ପରିସରରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ […]

You May Like