ଭାଇଚାରାର ଏକମାତ୍ର ଗଣପର୍ବ କେନ୍ଦ୍ରାପଡା ବାଲିଯାତ୍ରା ଚଳିତମାସ ୧୫ରୁ ୨୧



କେନ୍ଦ୍ରାପଡା,୧୩ା୧୧: ଚଳିତବର୍ଷ ଐତିହାସିକ ଏକମାତ୍ର ଭାଇଚାରାର ଗଣପର୍ବ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ସ୍ଥାନୀୟ ସହରସ୍ଥିତ ନୂଆ ବସଷ୍ଟାଣ୍ଡ ସନ୍ନିକଟ ସୁଜାନଗର, ଗୁଲନଗର ଗୋବରୀ ନଦୀପଠାରେ ଚଳିତମାସ ୧୫ ତାରିଖ ଦିବା ୯ଟାରେ ଉଦ୍‌ଘାଟନୋତ୍ସବ ଅନୁଷ୍ଠିତ ହୋଇ ୨୧ତାରିଖ ରାତ୍ର ୯ଘଟିକା ସମୟରେ ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଆଜି ଗରାପୁରସ୍ଥିତ ହନୁମାନ ମନ୍ଦିରର ବାବା ଚେତନାନନ୍ଦ ଦାସ ମହାରାଜଙ୍କ ନିକଟରୁ ହନୁମାନଜୀଉଙ୍କ ଆଜ୍ଞା ପତାକା ଆସିବା ପରେ ବାଲିଯାତ୍ରା ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିସହିତ ୭ଦିନ ବ୍ୟାପୀ ହେବାକୁ ଯାଉଥିବା ବାଲିଯାତ୍ରା ମହୋତ୍ସବରେ ପ୍ରତିଦିନ ଲୋକନୃତ୍ୟ, ସଙ୍ଗୀତ, ସାରସ୍ୱତ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟସଭା, ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, ପରିବେଶ ସମ୍ବନ୍ଧୀୟ ସଭା, ମିନାବଜାର, ରାମଦୋଳି, ଚକ୍ରୀ, ଦୁଇଶହରୁ ଅଧିକ ବିଭିନ୍ନ ସୈାଖୀନ ଘରକରଣା ଦ୍ରବ୍ୟ ଓ ଖାଦ୍ୟ ଷ୍ଟଲ ଇତ୍ୟାଦି ଶସ୍ତା ଓ ସୁଲଭ ମୂଲ୍ୟରେ ମିଳିବାର ବ୍ୟବସ୍ଥା କରାଯାଇଛି ବୋଲି ମିଳିତ ବିବୃତ୍ତିରେ ସଭାପତି ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ତରଫରୁ ଆୟୋଜିତ ଭାଇଚାରାର ପର୍ବରେ ସପରିବାରେ ଯୋଗଦେଇ ଏହାକୁ ଉପଭୋଗ କରିବାକୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସଞ୍ଜୟ କୁମାର ଜେନା, ଉପସଭାପତି ଧିରେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ଶୁଭାଂଶୁ କୁମାର ଦାସ, ସହ କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ସଂଗଠନ ସମ୍ପାଦକ ସତ୍ୟବ୍ରତ ସିଂହ, ଟୁଟୁ ଗେରୁ, ମୃତ୍ୟୁଞ୍ଜୟ ସାହୁ, ରାଜୁ କୁବେର, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଅଭିମନ୍ୟୁ ଗୋଛାୟତ, ରାମଚନ୍ଦ୍ର ବାରିକ, ଲାଲବାବୁ, ଶ୍ରୀଧର ମହାନ୍ତି, ଦୁର୍ଯ୍ୟୋଧନ ଗେରୁ, ଶ୍ରୀଧର କୁମାର ଭୋଳ, କୈଳାସ ଗେରୁ, ପୀତବାସ ବେହେରା, ସତ୍ୟପ୍ରିୟ ଦାସ, ଲୋପାମିଦ୍ର ବାରିକ, ମହେନ୍ଦ୍ର ଆଚାର୍ଯ୍ୟ, ଶ୍ରୀଧର କୁମାର ମହାନ୍ତି, ମିଡିଆସେଲର ସମ୍ପାଦକ ଅଲେଖ ନାୟକ, ପୀତବାସ ବେହେରା, ରମଣୀ ରଞ୍ଜନ ରାଉତରାୟ, ପିତବାସ ଦାସ, ଶ୍ରତୃଜିତ ନାୟକ, ମୃତ୍ୟୁଞ୍ଜୟ ମହାନ୍ତି, ତ୍ରିଲୋଚନ ଦାସ, ପଞ୍ଚାନନ ଦାସ, ଶରତ କୁମାର ରାଉତ, ମଦନମୋହନ ସାହୁ, ସରୋଜକାନ୍ତ ସାହୁ, ଗବେଷକ ନିରଞ୍ଜନ ମେକାପ, ମହେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ଅକ୍ଷୟ ପ୍ରିୟ ଦାସ, ଦୁର୍ଯ୍ୟୋଧନ ଗେରୁ, ସେକ ରିଙ୍କୁ ପ୍ରମୁଖ ଶତାଧିକ ବାଲିଯାତ୍ରା ପ୍ରେମୀମାନେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading