ଟ୍ରଷ୍ଟ ପକ୍ଷରୁ ଆଦିବାସୀ ବସ୍ତିରେ ଶିତବସ୍ତ୍ର ବଣ୍ଟନ



କେନ୍ଦ୍ରାପଡ଼ା,୨୨ା୧୧: ଶ୍ରୀମତୀ ଦେବୀ ଓ ବାଞ୍ଛାନିଧି ଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମରଡପୁର ଆଦିବାସୀବସ୍ତିରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ନିଜ ଜନ୍ମଭୂମି କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାସଗୃହକୁ ଆସିଥିବା ବେଳେ ଏହି ବସ୍ତି ସମ୍ପର୍କରେ ଲୋକଙ୍କ ଠାରୁ ଶୁଣିବା ପରେ ସେଠାରେ ପହଞ୍ଚି ଗରୀବ ଆଦିବାସୀ ମହିଳା ଓ ପୁରୁଷମାନଙ୍କୁ ଶୀତବସ୍ତ କମ୍ବଳ ଏବଂ ଝିଅମାନଙ୍କୁ ଚାଦର ବଣ୍ଟନ କରିବା ସହିତ ଛୋଟ ପିଲାମାନଙ୍କୁ ବିସ୍କୁଟ ପ୍ୟାକେଟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରତିଭାପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ଚିତ୍ତରଞ୍ଜନ ଦାସ ଓ ପ୍ରତାପ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ପ୍ରତ୍ୟେକ ବର୍ଷ ଟ୍ରଷ୍ଟ ପକ୍ଷରୁ ଏହି ବସ୍ତିରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡ. ଦାସଙ୍କ ପରାମର୍ଶ କ୍ର୍ରମେ ଶୀତବସ୍ତ୍ର ପ୍ରଦାନ କରାଯିବା ସହ ପିଲାମାନଙ୍କୁ ସାର୍ଟପ୍ୟାଣ୍ଟ ସହିତ ବିସ୍କୁଟ, ଚକୋଲେଟ ପ୍ରଭୃତି ପ୍ରଦାନ କରାଯାଇଥାଏ। ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସେମାନଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥାଏ। ଗତ ବାତ୍ୟା ‘ଦାନା’ ସମୟରେ ବି ଏହି ବସ୍ତିରେ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading