ଆସନ୍ତା ୨୩ ଏପ୍ରିଲରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ରଜତ ଜୟନ୍ତୀ



କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ଆଜି ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୫ ମସିହା ଏପ୍ରିଲ ୨୩ ତାରିଖରେ ସାହିତ୍ୟ ସଂସଦ ରଜତ ଜୟନ୍ତୀ ଅନୁଷ୍ଠିତ ହେବ । ଏଥିନିମନ୍ତେ ସାହିତ୍ୟ ସଂସଦର ମୁଖପତ୍ର “ଦିଗ୍‌ବଳୟ” ପ୍ରକାଶିତ ହବ । ଏଥିନିମନ୍ତେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଜୟନ୍ତୀ ଦିନ ପ୍ରସ୍ତୁତି ଚଳିତ ବର୍ଷ ଡିସେମ୍ବର ୨୬ ତାରିଖରେ ଅନୁଷ୍ଠିତ ହେବ । ଏଥିସହିତ ଲେଖା ପଠାଇବାର ଶେଷ ତାରିଖ ଡିସେମ୍ବର ୨୬ ତାରିଖ ରଖାଗଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ଉପସଭାପତି ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାଶ, ସମ୍ପାଦକ ଶୁଭାଂଶୁ କୁମାର ଦାସ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, ନିରୁପମା ଦାସ, ଶରତ କୁମାର ରାଉତ, ନୃସିଂହ ଚରଣ ତ୍ରିପାଠୀ, ଶ୍ରୀଧର କୁମାର ଭୋଳ, ମନୋରଞ୍ଜନ ତ୍ରିପାଠୀ, ମନୋଜ କୁମାର ଦାସ, ପ୍ରେମାନନ୍ଦ ଜେନା, ଅର୍ଜୁନ କୁମାର ସ୍ୱାଇଁ, ଦେବାଶିଷ ପ୍ରଧାନ, ଗୋଲଖ କୁମାର ସେଠୀ ପ୍ରମୁଖ ଆଲୋଚନା କରି କବିତା ପାଠ କରିଥିଲେ । ଅଶୋକ କୁମାର ସାହୁ କବିତା ସଂଯୋଜନା କରିଥିବା ବେଳେ ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

Wed Nov 27 , 2024
କେନ୍ଦ୍ରାପଡ଼ା,୨୬ା୧୧: ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳଙ୍କ ଅଧ୍ୟକ୍ଷତାରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ଡ. ହେମନ୍ତ କୁମାର ଶତପଥୀ ଯୋଗଦେଇ ସମ୍ବିଧାନରେ ଥିବା ମୈାଳିକା ଅଧିକାର ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ କୁଳମଣୀ ଗୋଛାୟତ ଯୋଗଦେଇ ସମ୍ବିଧାନ ପ୍ରଣୟନ ସଭା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷ ଛାତ୍ରଛାତ୍ରୀ ଓ […]

KANIKA