କଂସାର-ସାହାସପୁର ହାଇସ୍କୁଲର ହୀରକ ଜୟନ୍ତୀ ଉତ୍ସବ ଉଦଯାପିତ



କେନ୍ଦ୍ରାପଡ଼ା,୧୬ା୧୨: କଂସାର-ସାହାସପୁର ଉଚ୍ଚବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିତାମାତା ଛାତ୍ରଛାତ୍ରୀଙ୍କର ପ୍ରଥମ ଗୁରୁ ହୋଇଥିବା ବେଳେ ଶିକ୍ଷକ ହେଉଛନ୍ତି ଦ୍ୱିତୀୟ ଗୁରୁ। ଶିକ୍ଷକ ଛାତ୍ରଛାତ୍ରୀଙ୍କ ଜୀବନକୁ ଉଜ୍ଜ୍ୱଳମୟ କରିଥାନ୍ତି। ବିଦ୍ୟାଳୟର ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଖ୍ୟବକ୍ତା ଭାବେ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରାକ୍ତନ ସଭାପତି ଡ. ଧରଣୀଧର ନାଥ ତାଙ୍କ ଅଭିଭାଷଣରେ ରାଇଟ ବ୍ରଦର୍ସଙ୍କ ଉଦାହରଣ ଦେଇ କହିଲେ ଇଛାଶକ୍ତି ଥିଲେ ଅସମ୍ଭବକୁ ସମ୍ଭବ କରାଯାଇପାରେ। ରାଇଟ ବ୍ରଦର୍ସ ସାଇକେଲ ମରାମତି ଦୋକାନୀରୁ ଉଡାଜାହଜ ତିଆରି କରିପାରିଥିଲେ। ପ୍ରତ୍ୟେକ ସ୍କୁଲର ପିଲାମାନେ ଏହିଭଳି ଦୃଢ ମନୋବଳ ରଖି କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷ ଲୋପାମୁଦ୍ରା ମହାନ୍ତି, ପ୍ରଧ୍ୟାପିକା ଡ. ବାସନ୍ତୀ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପୁରାତନ ଛାତ୍ର ସଂସଦ ସଭାପତି ଫକୀର ଚରଣ ଖଟୁଆଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ କବୟତ୍ରୀ ବିଣାପାଣୀ ଚୈାଧୁରୀ ସଂଚାଳନ କରିଥିଲେ। ସମ୍ପାଦକ ଗଗନବିହାରୀ ମନ୍ତ୍ରୀ ବିବରଣୀ ପ୍ରଦାନ କରିଥିବା ବେଳେ ନିରଞ୍ଜନ ପରିଡା ଅତିଥି ପରିଚୟ, ଅବସରପ୍ରାପ୍ତ ଏସପି ନିମାଇଁ ଚରଣ ସେଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପୁରାତନ ଛାତ୍ର ପରମାନନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ପରିଚାଳନାରେ ପ୍ରଧାନ ଶିକ୍ଷକ ମୁରଲୀଧର ପାତ୍ର, ପୁରାତନ ଛାତ୍ର ପ୍ରଦ୍ୟୁମ୍ନ କୁମାର ଜେନା, ବସନ୍ତ କୁମାର ଓଝା, ପ୍ରଶାନ୍ତ ବେହେରା, ଚନ୍ଦ୍ରମଣୀ ବାରିକ, ଅମୀୟ ସେଠୀ, ସରୋଜ ସାହୁ ପ୍ରମୁଖ ସହଯୋଗ କରିଥିଲେ। ସଭା ଶେଷରେ ପ୍ରଜ୍ଞାଶଙ୍କର କମେଡି ଗ୍ରୁପ ହାସ୍ୟରସପୂର୍ଣ୍ଣ କମେଡି ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ଖୁବ ହସାଇଥିଲେ। ବିଚିତ୍ର କୁମାର ନାୟକଙ୍କ ଶରଧାବାଲି ଭଜନ ଗ୍ରୁପ୍ ଭଜନ ପରିବେଷଣ କରିଥିଲେ।


Next Post

କେନ୍ଦ୍ରାପଡ଼ା ମାଟିର ପୁଅ ଓଡ଼ିଶା ଭଲି ଟିମର ଅଧିନାୟକ ଅଭିନ୍ନ ସାମଲଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

Mon Dec 16 , 2024
କେନ୍ଦ୍ରାପଡା ୧୬/୧୨ – କେନ୍ଦ୍ରାପଡ଼ା ମାଟି ଭଲିବଲର ମାଟି। ଏହି ମାଟିର ସନ୍ତାନ ଅନେକ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ କେନ୍ଦ୍ରାପଡ଼ାକୁ ଗୌରବନ୍ୱିତ କରିଛନ୍ତି। ଚଉଦ ବର୍ଷରୁ କମ୍ ଓଡ଼ିଶା ଭଲି ଟିମ୍‌ର ଅଧିନାୟକ ଭାବରେ ମନୋନୀତ ହୋଇ କେନ୍ଦ୍ରାପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ର ଅଭିନ୍ନ ସାମଲ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ଜାତୀୟସ୍ତରୀୟ ସ୍କୁଲ ପ୍ରତିଯୋଗିତାରେ ତିନି ତାରିଖରୁ ଚଉଦ ତାରିଖ […]

You May Like