ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା, ୨୦ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଦଣ୍ଡାମୁଣ୍ଡ ଛକସ୍ଥିତ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସ ପକ୍ଷରୁ ଏକ ‘ସଡକ ସୁରକ୍ଷା ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ଅଟୋମାଲିକ ଓ ଚାଳକମାନେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ବୈଠକରେ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସର ପ୍ରତିଷ୍ଠାତା ପରିଚାଳକ ନଳିନୀକାନ୍ତ ସାହୁ ସଭାପତିତ୍ୱ କରି ଅଟୋଚାଳକମାନଙ୍କୁ ସଡକ ସୁରକ୍ଷା ଓ ଜୀବନ ରକ୍ଷା ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରି ସଚେତନ କରାଇଥିଲେ। ଏହି ସଚେତନତା ବୈଠକରେ ମୁଖ୍ୟ ଅତିଥି ଭାବେ ପିଆଇଏଜିଜିଓ ଆଞ୍ଚଳିକ ପ୍ରବନ୍ଧକ(ସେବା) ଅଶୋକ କୁମାର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ସହକାରୀ ସେଲ୍ସ ମ୍ୟାନେଜର ସନ୍ତୋଷ କୁମାର ଦାସ, ସହକାରୀ ସେଲ୍ସ ମ୍ୟାନେଜର(ସେବା) ସୈାମ୍ୟରଞ୍ଜନ ଓଝା ଓ ଜୟ ମୁଖାର୍ଜୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଆଇ.ଡି.ଏଫ.ସି. ବ୍ୟାଙ୍କର ନୃସିଂହ ମହାନ୍ତି ଓ ମିହିର ମହାରଣା, ଇଣ୍ଡସଲ୍ୟାଣ୍ଡ ବ୍ୟାଙ୍କର ଶ୍ରୀବତ୍ସ ସ୍ୱାଇଁ, ୟୁନିଅନ ବ୍ୟାଙ୍କର ପରିଚାଳକ ରିତୁ ସୋନୁୱାଲ ପ୍ରମୁଖ ଯୋଗଦେଇ ଅଟୋଚାଳକମାନଙ୍କୁ ନିଶାସେବନ କରି ଗାଡି ନଚଳାଇବା ଓ ଗାଡି ଚଳାଇବା ସମୟରେ ମୋବାଇଲରେ କଥା ନହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ବିଭିନ୍ନ ଫାଇନାନ୍ସ କମ୍ପାନୀର ପ୍ରତିନିଧି ପ୍ରଶାନ୍ତ ନାୟକ, ବିରେନ୍ଦ୍ର ସିଂ, ସୋଭନ ମିଶ୍ର, ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଯୋଗଦେଇ ଅଟୋମାଲିକମାନଙ୍କୁ ନୂତନ ଅଟୋ କିଣାବାରେ ଆବଶ୍ୟକ ଆର୍ଥିକ ସହଯୋଗ ପ୍ରଦାନ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ଅବସରରେ କମ୍ପାନୀ ପକ୍ଷରୁ ଅଟୋଚାଳକମାନଙ୍କୁ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସୋରୁମର ପରିଚାଳକ ଅଜୟ କୁମାର ଶତପଥୀ ଓ ଜୀତେନ୍ଦ୍ର ମହାନ୍ତି, ମନୋରଞ୍ଜନ ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading