ବୀରହନୁମାନଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ



କେନ୍ଦ୍ରାପଡ଼ା, ୨୧ା୧୨: ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ଦୁଇଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପ୍ରତିଭାକୁ ପ୍ରଦର୍ଶନ କରିଥିଲେ। ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତା କରି ବର୍ତ୍ତମାନ ଚାପଗ୍ରସ୍ତ ପିଲାମାନଙ୍କ ପାଇଁ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଯୋଗଦେଇ ଏଭଳି ପ୍ରତିଯୋଗିତାର ଆୟୋଜନ ଫଳରେ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇଥାଏ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଡ. ଅମିୟ କୁମାର ରାଉତ ଯୋଗଦେଇ ଯୁବଶକ୍ତିର ବିକାଶରେ ସଂସ୍କୃତିର ପ୍ରଭାବ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ଡ. ହେମନ୍ତ କୁମାର ଶତପଥୀ ସଂସ୍କୃତି, କ୍ରୀଡା ଏବଂ ସମାଜସେବାରେ ନିଜକୁ ନିୟୋଜିତ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। କ୍ରୀଡା ମହୋତ୍ସବର ସଂଯୋଜକ ଅଧ୍ୟାପକ ଦିଲ୍ଲିପ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ପ୍ରତିଯୋଗିତାର ସଂଯୋଜିକା ଅଧ୍ୟାପିକା ପ୍ରିତିଲକ୍ଷ୍ମୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଡ. ହିମାଂଶୁ ଭୂଷଣ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବକୁ ଅଧ୍ୟାପକ ସରୋଜ ଜେନା, ଡ. ପ୍ରମୋଦ ରାଉତ, ଡ. ସଂଗ୍ରାମ ମହାନ୍ତି, ଅଧ୍ୟାପକ ହେମନ୍ତ ପରିଡା, ଅମ୍ଳାନ ରାଉତ, ଡ. ଆଲୋକ ରାୟ, ଶୁଭଶ୍ରୀ ରାଉତ, ଅର୍ଚ୍ଚନା ବେହେରା, ଅଧ୍ୟାପକ ରାକେଶ ସାହୁ, ଅଧ୍ୟାପକ ଦୀନବନ୍ଧୁ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Next Post

ଲଘୁଚାପ ବର୍ଷାରେ ଚାଷୀ ବେହାଲ

Sat Dec 21 , 2024
କେନ୍ଦ୍ରାପଡ଼ା, ୨୧ା୧୨: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ତତ୍ ପରବର୍ତ୍ତୀ ଅବପାତ ପ୍ରଭାବରେ ଶୁକ୍ରବାର ଠାରୁ ବର୍ଷା ଲାଗି ରହିଥିବାରୁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ କିଛି ଦିନ ହେବ ଚାଷୀମାନେ ବିଲରୁ ଧାନ କାଟି ସେହି ବିଲରେ ଶୁଖିବା ପାଇଁ ପକାଇଥିବା ବେଳେ ଏବେ ବର୍ଷା ହୋଇଯିବାରୁ ସେହି କଟା ହୋଇଥିବା ଧାନ ବିଲରୁ ଖଳାକୁ ଆଣିବା ଆଉ ସମ୍ଭବ ହୋଇ ପାରୁନି। କାରଣ […]

KANIKA