ଆମ୍ବେଦକରଙ୍କୁ ଅସମ୍ମାନ ବୟାନ: ଅମିତ ଶାହାଙ୍କ ବହିଷ୍କାର ଦାବୀ , ମୁଳନିବାସୀ ୟୁନାଇଟେଡ଼୍ ଫୋରମ ପ୍ରତିବାଦ ସଭା ଓ ରାଷ୍ଟ୍ରପତିଙ୍କୁ ଦାବୀପତ୍ର



କେନ୍ଦ୍ରାପଡ଼ା ତା-୨୭/୧୨ “ମୁଳନିବାସୀ ୟୁନାଇଟେଡ଼୍ ଫୋରମ୍ ଓଡ଼ିଶା” କେନ୍ଦ୍ରାପଡ଼ା ଜିଲ୍ଲା ଓ ଏହାର ବହୁ ସହଯୋଗୀ ସଂଗଠନ ସମୂହର ଶତାଧିକ କର୍ମକର୍ତା ଏକତ୍ର ହୋଇ “ଗଣ ଧାରଣା ଓ ପ୍ରତିବାଦ ସଭା” ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଟିତ ହୋଇଅଛି। ଆଧୁନିକ ଭାରତର ନିର୍ମାତା, ବିଶ୍ୱଜ୍ଞାନୀ, ସମ୍ବିଧାନର ପ୍ରଣେୟତା ତଥା ଭାରତରତ୍ନ ବାବାସାହେବ ଡ଼କ୍ଟର ଭି.ଆର୍ ଆମ୍ବେଦକରଙ୍କୁ ନେଇ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଗତ ୧୭ ତାରିଖରେ ସଂସଦରେ ନିଜ ବୟାନ ରଖୁଥିଲେ। ଏଥିରେ ସେ ବାବାସାହେବ ଡ଼କ୍ଟର ଆମ୍ବେଦକରଙ୍କୁ ଅତି ଅସମ୍ମାନ କରିବା ଉଦ୍ଦେଶ୍ୟରେ “ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର” କରି ୬ ଥର ତାସ୍‌ôଲ୍ୟ ସହ “ଫେଶନ” ନାମରେ ସମ୍ବୋଧନ କରିଛନ୍ତି। ଏପରିକି “ଶହେ ଥର ଆମ୍ବେଦକର ନାମ ନ ନେଇ ଭଗବାନ ନାମ ନେଇଥିଲେ ୭ ଜନ୍ମରୁ ମୁକ୍ତି ମିଳି ସ୍ୱର୍ଗ ପ୍ରାପ୍ତି ହୋଇଥାଆନ୍ତା” ବୋଲି କହିଛନ୍ତି। ଅର୍ଥାତ୍ ଡ଼କ୍ଟର ଆମ୍ବେଦକରଙ୍କ ନାମ ନେବା “ପାପ” ବୋଲି ପରୋକ୍ଷରେ ସେ ସୁଚାଇ ଅପମାନ କରିବା ସହ ତିରସ୍କାର କରିଛନ୍ତି। ଯାହାକି କେନ୍ଦ୍ରରେ ଥିବା ମନୁବାଦୀ ଏନ୍‌ଡ଼ିଏ ପରିଚାଳିତ ବିଜେପି ସରକାର ଡ଼କ୍ଟର ଆମ୍ବେଦକରଙ୍କ ଅସମ୍ମାନ ସହ ସମ୍ବିଧାନରୁ ସମାଜବାଦ, ଧର୍ମନିରପେକ୍ଷତାକୁ ବାଦ ଓ ସମ୍ବିଧାନ ପ୍ରଦତ ମୈାଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ଦର୍ଶାଇ ୟୁନାଇଟେଡ଼୍ ଫୋରମ୍‌ର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଂଜନ ଜେନା ଓ ସୁପ୍ରଭା ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତା ଏକତ୍ର ହୋଇ କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ମୁର୍ଦ୍ଧାବାଦ୍ ନାରାଦେଇ ବହିଷ୍କାର ଦାବୀ କରିଥିଲେ। ଏହି ସରକାର ଚାକିରୀରେ ଅନୁସୂଚୀତ ଜାତି ଜନଜାତିଙ୍କ ଲାଗି ଉଦ୍ଧିଷ୍ଟ ସଂରକ୍ଷଣ, ପଦନ୍ନୋତିରେ ସଂରକ୍ଷଣ, ନିର୍ଯ୍ୟାତନା ନିର୍ବାରଣ ଆଇନ୍‌ରେ କୋହଳ ଓ ଏପରିକି ରାଷ୍ଟ୍ରାୟତ ସଂସ୍ଥାକୁ ଘରୋଇ କରଣ କରାଯାଇ ସଂରକ୍ଷଣ ବିଲୋପ ପରି ଅନେକ ଅଧିକାରରୁ ଏହି ବର୍ଗଙ୍କୁ ବଂଚିତ କରାଯାଉଛି। ସେହିପରି ମଣିପୁର ସମେତ ସମସ୍ତ ରାଜ୍ୟରେ ଜାତିଗତ ନିର୍ଯ୍ୟାତନା ବଢୁଥିବା ସମୟରେ ଦଳିତମାନଙ୍କ ତ୍ରାଣକର୍ତା ଡ଼କ୍ଟର ଆମ୍ବେଦକରଙ୍କ ପ୍ରତିମୁର୍ତିକୁ ମହାରାଷ୍ଟ୍ରରେ ଭଙ୍ଗାଯିବା ଘଟଣା ଘୋର୍ ଆଘାତ୍ ଦେବା ସହ ସେଠାକାର ବିଜେପି ସରକାର କୋହଳ ମନୋଭାବ ନେବାରୁ ରାଜ୍ୟରେ ଆଇନ୍ ଶୁଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ବକ୍ତବ୍ୟ ରଖିବା ସହ ଘରୋଇ ସଂସ୍ଥାରେ ସଂରକ୍ଷଣ, ପ୍ରତିମୂର୍ତି ଭଙ୍ଗା ଆସାମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଜାତିଗତ ନିର୍ଯ୍ୟାତନା ନିର୍ବାରଣ ଆଇନ୍ ସଠିକ୍ ଓ କଡ଼ାକଡ଼ି ପାଳନ ନିମନ୍ତେ ନିର୍ଦ୍ଧେଶ ପ୍ରଦାନ କରିବା ପ୍ରମୁଖ ଦାବୀ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କମିଟି ସଦସ୍ୟ ପ୍ରତାପ ଦାସ, ଜିଲ୍ଲା ସଭାପତି ଅପୂର୍ବ ରଂଜନ ସେଠୀ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ଦାସ ଓ ଦଶରଥ ମଲ୍ଲିକ, ଜିଲ୍ଲା ମହିଳା ଉପ ସଭାନେତ୍ରୀ ବିଳାସିନୀ ମଲ୍ଲିକ, ସାମାଜିକ ଅଭିଯାନ ରାଜ୍ୟ ସଂଯୋଜକ ଉମାକାନ୍ତ ମଲ୍ଲିକ, ପ୍ରତାପ ଦାସ, ଚିନ୍ମୟ ନାଥ, ମାର୍ଶାଘାଇ ବ୍ଲକ ସଭାପତି ସନ୍ତୋଷ ସେଠୀ, ଜିଲ୍ଲା ସଂଖ୍ୟାଲଘୁ ସଭାନେତ୍ରୀ ସୁହାନା ବେଗମ୍‌, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ସଭାପତି କଳ୍ପତରୁ ମଲ୍ଲିକ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ଇଶ୍ୱର ଚନ୍ଦ୍ର ମଲ୍ଲିକ, ସମତା ସୈନିକ ଦଳ ନେତା ଖଗେଶ୍ୱର ମଲ୍ଲିକ, ପ୍ରତିମା ସାମଲ ପ୍ରମୁଖ ବସ୍ ଷ୍ଟାଣ୍ଡ୍ ଛକରୁ ଶୋଭାଯାତ୍ରାରେ ବାହାରି ଆମ୍ବେଦକରଙ୍କ ପ୍ରତିମୂର୍ତୀରେ ମଲ୍ୟାର୍ପଣ କରିଥିଲେ। ପରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ୍ରତିବାଦସଭା ପରେ ଅମିତ ଶାହାଙ୍କ କୁଶ ପୁତଳିକା ଦାହ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading