ମୃତଚାଷୀ ଭାବଗ୍ରାହୀ ମଳିକଙ୍କ ପରିବାରକୁ ୫୦ଲକ୍ଷ କ୍ଷତିପୁରଣ ଦାବି- ଓଡିଶା କୃଷକ ସଭା



କେନ୍ଦ୍ରାପଡ଼ା,୨୯ା୧୨: ଓଡିଶା କୃଷକ ସଭା ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗାଁର ଭୂମିହୀନ ଚାଷୀ ଭାବଗ୍ରାହୀ ମଳିକଙ୍କ ହୃଦଘାତ ଜନିତ ମୃତ୍ୟୁ ଆକସ୍ମିକ ନୁହେଁ ବୋଲି ଓଡିଶା କୃଷକସଭା(ଏଆଇକେସ) କେନ୍ଦ୍ରାପଡା ଜିଲ୍ଲା କମିଟି ଅବିହିତ କରିଛି। ପ୍ରକାଶ ଥାଉକି କୃଷକସଭାର ଏକ ପ୍ରତିନିଧି ଦଳ ସଂଗଠନର ଜିଲ୍ଲା ସଭାପତି ଗୟାଧର ଧଳ ଓ ସମ୍ପାଦକ ବିଜୟ ଦାସଙ୍କ ନେତୃତ୍ୱରେ ଆଜି ସନ୍ଥପୁରାସ୍ଥିତ ମୃତ ଭାବଗ୍ରାହୀଙ୍କ ଘରକୁ ଯାଇଥିଲେ। ତାଙ୍କ ପରିବାର ସହିତ ଆଲୋଚନା କଲାବେଳେ ଜଣା ପଡିଲା ତାଙ୍କର ମୋଟ ଅଠର ଗୁଣ୍ଠ ଚାଷଜମି ଅଛି ଓ ଏକ ଡ଼ିସିମିଲି ଘର ଡିହ ଅଛି। ଛଅ ଜଣ ପରିବାରକୁ ପ୍ରତିପୋଷଣ କରିବା ପାଇଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଆଉ ଆଠ ଏକର ଜମି ଭାଗ ଚାଷ କରିଥିଲେ। ଏହି ଧାନ ଚାଷ ପାଇଁ ମହିଳା ଗୋଷ୍ଠୀ, ଗ୍ରାମୀଣ ସୁଧିଆ କାରବାର ଉପରେ ନିର୍ଭର କରିଥାନ୍ତି। ସେ ଏଥର ଧାନ ଦେବାପାଇଁ ଆଗୁଆ ପ୍ରାୟ ଆଢେଇ ଲକ୍ଷ ଟଙ୍କା ମଧ୍ୟ ହାତ ଉଧାରୀ ଆଣିଛନ୍ତି ବୋଲି ତାଙ୍କର ଅବିହିତ ବଢ଼ିଲା। ଝିଅ ନିତୁ ମଳିକ କାନ୍ଦି କାନ୍ଦି କହିଥିଲେ ଯେ ତାଙ୍କର ଘର ବୋଲି କହିଲେ ଗୋଟିଏ ଚାଳ ଛପର ଘର। ଏପର୍ଯ୍ୟନ୍ତ ଆବାସ ଯୋଜନାରେ ଭାବଗ୍ରାହୀଙ୍କୁ ସାମିଲ କରାଯାଇ ନାହିଁ। ତାଙ୍କ ବଡ ପୁଅ ମଣ୍ଟୁ ମଲିକଙ୍କୁ ପଚାରିବାରୁ ସେ କହିଲେ ଗତ ସାତଦିନ ଧରି ଲାଗି ରହିଥିବା ଅଦିନିଆ ବର୍ଷାରେ ତାଙ୍କର ସମସ୍ତ ଧାନ ଫସଲ ଉଜୁଡି ଯାଇଥିବାରୁ ଜମିକୁ ବୁଲି ଦେଖି ଫେରିବା ପରେ ଘରେ ଟେନସନରେ ବାପାଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା। ତାଙ୍କ ଘରକୁ ଏପର୍ଯ୍ୟନ୍ତ କୋଣସି ସରକାରୀ ଅଧିକାରୀ ଯାଇ ନାହାନ୍ତି ବୋଲି ମଣ୍ଟୁ ଅଭିଯୋଗ କରିଥିଲେ। କେବଳ ଡେରାବିଶ ତହସିଲଦାର ତାଙ୍କ ଜମି ପାଖକୁ ଯାଇ ମଝିଆ ପୁଅ ପିଣ୍ଟୁ ମଳିକଙ୍କ ଠାରୁ ଗୋଟିଏ ସାଧା କାଗଜରେ ଦସ୍ତଖତ କରେଇ ନେଇଛନ୍ତି ବୋଲି ସେ କହିଥିଲେ। ଭାବଗ୍ରାହୀଙ୍କ ପତ୍ନୀ ମନ୍ଦାକିନିଙ୍କ ବ୍ୟତୀତ ଗୋଟିଏ ବଢ଼ିଲା ଝିଅ ଓ ତିନିପୁଅ ଅଛନ୍ତି। ଏକାଅଶୀ ବର୍ଷର ବୃଦ୍ଧ ବାପା ମଧ୍ୟ ଅଛନ୍ତି। ଭାବଗ୍ରାହୀ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଏଣୁ ଓଡିଶା କୃଷକ ସଭା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛି ଏହା ଚାଷୀ ଆତ୍ମହତ୍ୟାର ଅଂଶବିଶେଷ ଅଟେ। ଏଣୁ ଭାବଗ୍ରାହୀଙ୍କ ପରିବାରକୁ ତୁରନ୍ତ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ସହିତ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ଏଥି ସହିତ ବିବାଦୀୟ ଡେରାବିଶ ତହସିଲଦାରଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହି ପ୍ରତିନିଧି ଦଳରେ ପ୍ରକାଶ ମହାନ୍ତି, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading