ଭୁବନେଶ୍ୱର,୨୮/୦୭: ରାଜଧାନୀରେ ଗତ କିଛିଦିନ ହେଲା ପ୍ରେମ ପତାରଣା, ହେଉ ବା ପାରିବାରିକ କଳହ ହେଉ ଆତ୍ମହତ୍ୟା କ୍ରମଶଃ ବଢ଼ିବାରେ ଲାଗିଛି । ବିଶେଷକରି ମହିଳାଙ୍କ ଅପେକ୍ଷା ସହରରେ ପୁରୁଷଙ୍କ ଆତ୍ମହତ୍ୟା ହାର ଅଧିକ ରହିଛି ।ପୋଲିସରୁ ମିଳିଥିବା ତଥ୍ୟ ଅନୁସାରେ ଅଧା ବର୍ଷରେ ଗଲାଣି ୨୫୩ ଜଣଙ୍କ ଜୀବନ । କିଏ ବିଷ ଖାଇ ଆତ୍ମହତ୍ୟା କରିଥିବା ବେଳେ ଆଉ କିଏ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି । […]

କେନ୍ଦ୍ରାପଡ଼ା, ୨୮ା୭: ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ଶାଖା ଆନୁକୂଲ୍ୟରେ କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ଓ ସମ୍ପାଦକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଭାଗନତପୁର ଗ୍ରାମପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସ୍ଥାନର ମହାସଚିବ ଡ. କରୁଣାକର ପ୍ରଧାନ, ରାଜ୍ୟ ସଭାପତି ପ୍ରସନ୍ନ ମହାପାତ୍ର, ରାଜ୍ୟ ସଂଯୋଜକ ଗୈାରାଙ୍ଗ ଚରଣ ନାୟକ, କେନ୍ଦ୍ରାପଡା ଜିଲ୍ଲା ପ୍ରଭାରୀ ସତ୍ୟବ୍ରତ ରଥ, ବାଲିଆ […]

କେନ୍ଦ୍ରାପଡ଼ା, ୨୮ା୭: କେନ୍ଦ୍ରାପଡ଼ା ବ୍ଲକରେ ବ୍ୟାପକ ଦୁର୍ନୀତି ଓ ଜାଲିଆତି ହୋଇଥିବା ନେଇ ରାଜ୍ୟ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗରେ ଦର୍ଶାଯାଇଛି ଯେ ୫-ଟି ଯୋଜନାରେ ବିଦ୍ୟାଳୟଗୁଡିକର ନବୀକରଣ ବେଳେ କିଣାଯାଇଥିବା କୋଟି କୋଟି ଟଙ୍କାର ଆସବାବପତ୍ରରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । ମଣ୍ଡଳ ଉନ୍ନୟନ ଅଧିକାରୀ ଓଡିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ-୧୯୫୯କୁ ଉଲ୍ଲଙ୍ଘନ କରି ବିଭିନ୍ନ ଆସବାବପତ୍ର କିଣିବା […]

କେନ୍ଦ୍ରାପଡ଼ା,୨୮ା୭: ଭିଜିଲାନ୍ସ ମାମଲାକୁ ଚପାଇ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ପୂର୍ବରୁ କାର୍ଯ୍ୟ କରୁଥିବା ଜନୈକ ଶିକ୍ଷକ ଗୋଟିଏ ପରେ ଗୋଟିଏ ପଦୋନ୍ନତି ନେଇ ଏବେ ବ୍ଲକ ଶିକ୍ଷାଧିକାରୀ ହୋଇଛନ୍ତି । ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଜଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଶିକ୍ଷକ ଜଣକ ପୂର୍ବରୁ କେନ୍ଦ୍ରାପଡ଼ା ବ୍ଲକ ଅଧିନ ନାନକାରସ୍ଥିତ ଗୋବର୍ଦ୍ଧନ ବିଦ୍ୟାପୀଠରୁ ପ୍ରାଥମିକ ଶିକ୍ଷକ ଭାବେ ଚାକିରି ଆରମ୍ଭ କରିଥିଲେ । ଏହାପରେ ସେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଭାଜପା ସଭାପତି ସ୍ୱାଗତ କୁମାର ଦାଶଙ୍କ ତତ୍ୱାବଧାନରେ କର୍ମକର୍ତାମାନେ ସ୍ଥାନୀୟ ଗୋପ୍ତିରା ଗ୍ରାମର ଦିନ ଦରିଦ୍ର କ୍ୟାନ୍ସର ପିଡୀତା ମହିଳା ସରସ୍ୱତୀ ବାୟୀଙ୍କୁ ସହାୟତା ଯୋଗାଇ ବା ସହ ଅଧିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବେ ବୋଲି କହିଥିଲେ । ତାଙ୍କ ସହିତ ବରିଷ୍ଠ ନେତା ସୋମନାଥ ସତପଥୀ, ଶୁଭେନ୍ଦୁ ଦାଶ, ରାକେଶ ନାୟକ, ପ୍ରସନ୍ନ ମହାକୁଡ, କୃଷ୍ଣଚନ୍ଦ୍ର କର […]

  କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପଂଚାୟତ ମଦନପୁର ମହାବୀର ହାଇସ୍କୁଲ ଠାରେ ୧୯୭୯ ବ୍ୟାଚ ପୂରାତନ ଛାତ୍ର ଓ ଭୁବନେଶ୍ୱର ନାରାୟଣୀ ଆଇ ହସ୍ପିଟାଲର ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁରୋଗ ବିଶେଷଜ୍ଞ ଡା. ରାଜେନ୍ଦ୍ର କୁମାର ଦାସ ଏହି ଶିବିରରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ଥିଲେ ବରିଷ୍ଠ […]

କେନ୍ଦ୍ରାପଡ଼ା, ୨୭ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିସନ ଓ ମିଶନଶକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଦୁର୍ନୀତିର ତଦନ୍ତ କରିବା ଦାବିରେ ଆସନ୍ତା ସୋମବାର ଠାରୁ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଓସାର ଜିଲ୍ଲା ଆବାହକ ପ୍ରତାପ ମହାନ୍ତି ଜଣାଇଛନ୍ତି ଯେ ଜୀବିକା ମିଶନ ଓ ମିଶନଶକ୍ତିରେ କାର୍ଯ୍ୟରତ କୈଳାସ ଚନ୍ଦ୍ର ସେନାପତି ବହୁ ଦୁର୍ନୀତିରେ […]

କେନ୍ଦ୍ରାପଡ଼ା, ୨୭ା୭:କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ କାନ୍ଥରେ ଏକ ଓସ୍ତଗଛ ଉଠିଛି । ସେହି ଗଛଟି ଧିରେ ଧିରେ ବଢିବାରେ ଲାଗିଥିବା ଦେଖିବାକୁ ମିଳିଛି । ଭବିଷ୍ୟତରେ ସେହି ଓସ୍ତ ଗଛଟି ବଢି କାର୍ଯ୍ୟାଳୟର କାନ୍ଥକୁ ଫଠାଇ ଦେବା ସହିତ କାନ୍ଥ ଉପରେ ଥିବା ଛାତଟି ମଧ୍ୟ କ୍ଷତିଗ୍ରସ୍ତ ହେବ । ଫଳରେ ଧନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ବେଳହୁଁ […]

କେନ୍ଦ୍ରାପଡ଼ା,୨୭ା୭: ଭାରତରତ୍ନ ପ୍ରାପ୍ତ ଡଃ ଏ.ପି.ଜେ. ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କଲାମଙ୍କ ଅଷ୍ଟମ ତିରୋଧାନ ଦିବସ ପାଳନ କରାଯାଇଛି । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଥିବା କଲାମଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟ।।ର୍ପଣ ପରେ ସଂଘ କାର୍ଯ୍ୟାଳୟ ପରିସରରେ ସ୍ମୃତିଚାରଣ ସଭା ପୀତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆବାହକ ହେମନ୍ତ […]

କେନ୍ଦ୍ରାପଡ଼ା, ୨୭ା୭: ରାଷ୍ଟ୍ରବାଦି ସଂଗଠନ ଭାରତ ବିକାଶ ପରିଷଦର ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶାଖା ସ୍ଥାପନର ଏକ ପ୍ରସ୍ତୁତି ବୈଠକ ସଂଯୋଜକ ପ୍ରମୋଦ କୁମାର ଧଳଙ୍କ ସଂଯୋଜନା ଏବଂ ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି ସତ୍ୟବାଦୀ ଦାସଙ୍କ ସଭାପତିତ୍ୱରେ ଗୋପଛକସ୍ଥିତ କମଲଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ ଯୋଗଦେଇ ସଂଗଠନର ସଂରଚନା, ବିସ୍ତାର, ଉଦ୍ଦେଶ୍ୟ ଏବଂ ଉପଲବ୍ଧି ସମ୍ପର୍କରେ ସୂଚନା ଦେବା […]

କେନ୍ଦ୍ରାପଡ଼ା,୨୭ା୭: କେନ୍ଦ୍ରାପଡା ସହରସ୍ଥ ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁବାଟିକାର ବିଭାଗର ‘ବିଜ୍ଞାନମେଳା’ ଗତ ଜୁଲାଇ ମାସ ୨୭ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଗିରିଶ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଓ ସହପ୍ରଧାନ ଆଚାର୍ଯ୍ୟ ଓ ପ୍ରାତଃ ପର୍ଯ୍ୟାୟ ପ୍ରମୁଖଙ୍କ ଦ୍ୱାରା ଶିଶୁମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮୫ଜଣ ଶିଶୁ ଭାଗ ନେଇଥିଲେ । ଶିଶୁବାଟିକା ବିଭାଗର […]

ନୂଆଦିଲ୍ଲୀ,୨୭ ।୭: ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ନୀତିି ଆୟୋଗ ବୈଠକ ଜାରି ରହିଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଅଧ୍ୟକ୍ଷତା କରୁଛନ୍ତି । ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଅଂଶଗ୍ରହଣ କରି କେନ୍ଦ୍ରର ଦୂରଦୃଷ୍ଟି କାର୍ଯ୍ୟକାରୀ କରିବା ଉପରେ ଆଲୋଚନା କରୁଛନ୍ତି । ତେବେ ବିରୋଧୀ ଇଣ୍ଡିଆ ଆଲାଇନ୍ସ ୨୦୨୪ର ଏହି ବୈଠକକୁ ବୟକଟ କରିଛନ୍ତି । ଏବଂ ଏଥିରେ ଭାଗ ନେବ […]

କେନ୍ଦ୍ରାପଡା ୨୬/୭- ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ସଙ୍ଘର ସଭାପତି ଅନରାରୀ କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତାରେ ତିନିମୁହାଣୀ ଛକ ସ୍ଥିତ ସହୀଦସ୍ତମ୍ଭ ପରିସରରେ ୨୫ ତମ କାର୍ଗିଲ ବିଜୟ ଦିବସ ପାଳନ ହୋଇଯାଇଅଛି । ପ୍ରଥମେ ସହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ତଥା ଦୀପଦାନ କରାଯାଇଥିଲା ଏବଂ ସହୀଦ ବୀର ଙ୍କ ପାଈଁ ଦୁଇ ମିନଟ ନିରବ ପ୍ରାଥନା କରାଯାଇଥିଲା. କାର୍ଗିଲ ଯୁଦ୍ଧ ଲଢ଼ିଥିବା ପ୍ରଦୀପ ପାତ୍ର, ବିଚିତ୍ର […]

କେନ୍ଦ୍ରାପଡ଼ା, ୨୬ା୭- କେନ୍ଦ୍ରାପଡ଼ା ସହରରୁ ଜଣେ ନକଲି ଡାକ୍ତରଙ୍କୁ ଟାଉନ୍ ଥାନା ପୋଲିସ ଗିରଫ୍ କରିଛି । ଖବର ନେବାରୁ ଜଣାପଡିଛି ଯେ – ପୌରପରିଷଦର ୮ – ନଂ ୱାର୍ଡ ସ୍ଥିତ ଜଣେ ଯୁବକ ୨୦୧୮ ମସିହାରୁ ନିଜ ଘରେ ଏକ ପ୍ରାଇଭେଟ୍ କ୍ଲିନିକ କରି ସେଠାରେ ରକ୍ତ, ମଳ, ମୂତ୍ର ଓ ଇସିଜି ପ୍ରଭ୍ରୁତି ପରୀକ୍ଷା କରିବା ସହିତ ନିଜକୁ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର […]

କେନ୍ଦ୍ରାପଡ଼ା, ୨୬ା୭: ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ କାରଗିଲ ବିଜୟ ଦିବସ ଅବସରରେ ଅଗ୍ନିବୀର (ବାୟୁସେନା) ଚୟନ ନିମନ୍ତେ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ଏବଂ ଛତାସ୍ଥିତ ସରକାରୀ ପଲିଟେକନିକ୍‌ଠାରେ ଏହିି ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ଭୁବନେଶ୍ୱରସ୍ଥିତ ୯ ଏୟାରମ୍ୟାନ୍ ଚୟନ କେନ୍ଦ୍ରର ସରଜେଂଟ୍ ଦୀପକ ଏବଂ ରାହୁଲ ଯୋଗଦେଇ […]

କେନ୍ଦ୍ରାପଡ଼ା, ୨୬ା୭: ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଭାବେ ଅତିରିକ୍ତ ଦାୟୀତ୍ୱରେ ଥିବା ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ସେନାପତିଙ୍କ ଠାରୁ ଗତକାଲି ଅତିରିକ୍ତ ଦାୟୀତ୍ୱକୁ ପ୍ରତ୍ୟାହାର କରିନିଆଯାଇଥିଲା । ସେହି ଅତିରିକ୍ତ ଦାୟୀତ୍ୱରେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା ରହିବେ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଆଜି ସଂପୃକ୍ତ ପୂର୍ବତନ ଓଡିଶା ଜୀବିକା […]

କେନ୍ଦ୍ରାପଡା – ପଟ୍ଟାମୁଣ୍ଡାଇ ରାଜସ୍ୱ ସବଡିଭିଜନ ପ୍ରତିଷ୍ଠା ପାଇଁ ପଟ୍ଟାମୁଣ୍ଡାଇବାସୀଙ୍କ ପକ୍ଷରୁ ଦୀର୍ଘ ୧୮ ବର୍ଷ ହେଲା ଆନ୍ଦୋଳନ, ଧାରଣା, ଅନଶନ ଜାରି ରହି ଆସିଥିବା ବେଳେ ଏବେ ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରେ ବିପୁଳ ଜନସମର୍ଥନ ପ୍ରକାଶ ପାଇଛି । ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ୧୩ଟି ଜିଲ୍ଳାକୁ ୩୦କୁ ବୃଦ୍ଧି କରିଥିବା ବେଳେ ଉପଖଣ୍ଡ ମନ୍ୟତା ବେଳେ ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା କରାଯିବ ବୋଲି […]

କେନ୍ଦ୍ରାପଡ଼ା,୨୫ା୭: କେନ୍ଦ୍ରାପଡ଼ା ବ୍ଲକ ଜମଧର ପଞ୍ଚାୟତରେ ଥିବା ବଡ଼ଗାଁ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରୁଥିବା କ୍ରୀଡ଼ା ଶିକ୍ଷୟିତ୍ରୀଙ୍କ ମନମାନିି କାର୍ଯ୍ୟକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ମଣ୍ଡଳ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛି । ଅଭିଯୋଗରେ ଦର୍ଶାଯାଇଛି ସଂପୃକ୍ତ ଶିକ୍ଷୟିତ୍ରୀ ଠିକ ସମୟରେ ବିଦ୍ୟାଳୟକୁ ଆସୁ ନାହାଁନ୍ତି । ଅନେକଦିନ ଆଦୌ ଆସୁ ନାହାଁନ୍ତି । ଅନୁପସ୍ଥିତ ଥିବା ଦିନଗୁଡିକରେ ଉପସ୍ଥାପନା ଖାତାରେ ଯୋରଜବରଦସ୍ତ ଦସ୍ତଖତ ମାରୁଛନ୍ତି । ଏ […]

ଭୁବନେଶ୍ୱର : ବିଧାନସଭାରେ ରାଜ୍ୟର ଜଳସେଚନ ସ୍ଥିତିକୁ ନେଇ ଆଜି ଦିଆଯାଇଥିବା ତଥ୍ୟ ଆଧାରରେ, ମାନ୍ୟବର ଜଳସେଚନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଧ୍ୟରେ କିଏ ସତ କହୁଛନ୍ତି ବୋଲି ବିଜେଡି ବିଧାୟକ ଧ୍ରୁବ ସାହୁ ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ ପ୍ରଶ୍ନ କରିଛନ୍ତି । ବିଧାୟକ ଶ୍ରୀ ସାହୁଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ୱର,୨୫ା୭ : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି । ଏଥରର ବଜେଟ୍ ପରିମାଣ ୨୦୨୩-୨୪ ତୁଳନାରେ ୧୫% ଅଧିକ । ଗତବର୍ଷ ବଜେଟ୍ ପରିମାଣ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଥିଲା । ସେହିପରି ଗତବର୍ଷ କୃଷି ବଜେଟ […]

କେନ୍ଦ୍ରପଡ଼ା- ତା ୨୫/୦୭- ଆଦିବାସୀ ଦଳିତଙ୍କ ଉପରେ ନିର୍ଯ୍ୟାତନା ପ୍ରତିବାଦରେ ସାବିତ୍ରୀ ବାଈଫୁଲେ ସେବା ସଂଘ ତରଫରୁ କେନ୍ଦ୍ରାପଡା ସହରର ତିନିମୂହାଣୀ ଠାରେ ଜିଲ୍ଲାସ୍ତରୀୟ ସମାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡ଼ାଠାରେ ସମସ୍ତ ସଂଗଠନକୁ ନେଇ ଜିଲ୍ଲାସ୍ତରୀୟ ପ୍ରତିବାଦ ସଭା କରାଯାଇ ଦାବୀପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ଜିଲ୍ଲା ସଭାନେତ୍ରୀ ସୁପ୍ରଭା ମଲ୍ଲିକ ସୁଚନା ଦେଇଛନ୍ତି । ଏହି ସେବା ସଂଘ […]

  ଭୁବନେଶ୍ୱର,୨୫/୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି । । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିଛି । ନବୀନ କହିଛନ୍ତି, ଡବଲ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି । ମୋ ସରାକାର ସମୟର ୪୦ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି […]

କେନ୍ଦ୍ରାପଡା ୨୪/୭- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଚାଂୟତ ଜରିମୂଳ ବଜାରରୁ ପଶ୍ଚିମଭେଡା ଗ୍ରାମର ସୁନାକର ମଳିକଙ୍କ ପୁଅ ସାଗର ମଳିକ(୨୨) ସେହି ଗ୍ରାମର ରଂଜନ ମଳିକଙ୍କ ପୁଅ ମନୋଜ ମଳିକ(୨୪) ଙ୍କୁ ସାଙ୍ଗରେ ନେଇ ନିଜ ବାଇକ ଯୋଗେ ଘରକୁ ଫେରୁଥିଲେ । ବାହାରଗଡ ଗ୍ରାମର ବାସୁଳାଇଙ୍କ ପୀଠ ନିକଟରେ ଅପରପାଶ୍ୱର୍ରୁ ଆସୁଥିବା ଏକ ଅଟୋ ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ ଆରୋହୀ […]

ପଟ୍ଟାମୁଣ୍ଡାଇ ୨୩/୭ – କେନ୍ଦ୍ରାପଡା ଜିଲ୍ଲା ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳ ଭାବେ ପଟ୍ଟାମୁଣ୍ଡାଇ ସହର ପରିଚିତ ହୋଇଥିବା ବେଳେ ଦିର୍ଘ ୩୬ ବର୍ଷହେବ ବିଜ୍ଞାପିତ ଓ ପୌରପରିଷଦ ଅଂଚଳ ମନ୍ୟତା ମିଳିଛି । ଏଠାରେ ପ୍ରମୁଖ ସମସ୍ୟା ମଧ୍ୟରେ ଅନ୍ୟତମ ହେଉଛି ଡ୍ରେନ ଓ ରାସ୍ତା ସମସ୍ୟା । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ସମାଧାନ କରିବାକୁ ପ୍ରୟାସ କରାଯାଉଛି । ହେଲେ ତାହାର ସମାଧାନ ହୋଇପାରୁନଥିବା […]