ଗୋପବନ୍ଧୁ ସ୍କାଉଟ ଟ୍ରୁପ ଓ ଝାଂଶିରାଣୀ ଗାଇଡ଼ ଗଠିତ



ପଟ୍ଟାମୁଣ୍ଡାଇ ୧୧/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ପାଳପାଟଣା ସ୍ଥିତ ରାମଚଣ୍ଡୀ ନୋଡ଼ାଲ ବିଦ୍ୟାଳୟରେ ଛାତ୍ର ଓ ଅଭିଭାବକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ନୂତନ ଭାବେ ଏକ ଗୋପବନ୍ଧୁ ସ୍କାଉଟ ଟ୍ରୁପ ଓ ଝାନ୍ସୀରାଣୀ ଗାଇଡ଼ କଂପାନୀ ଆନୁଷ୍ଠାନିକ ଭାବେ ଗଠନ କରାଯାଇଛି ।


କେନ୍ଦ୍ରାପଡା ଜିଲ୍ଲା ସ୍କାଉଟ ସଂଯୋଜକ ଗାଲେଖ ବିହାରୀ ଭୁୟାଁ ଓ ଡାମରପୁର ସ୍ଥିତ ମା ବାସନ୍ତୀ ବାଳିକା ବିଦ୍ୟାଳୟର ଗାଇଡ଼ କ୍ୟାପଟେନ ନମିତା ନାୟକଙ୍କ ତତ୍ୱାବଧାନରେ ରାମଚଣ୍ଡୀ ନୋଡ଼ାଲ ବିଦ୍ୟାଳୟର ୧୬ ଜଣ ବାଳିକା ଓ ୧୬ ଜଣ ବାଳକ ଇନଭେସ୍ଟିଟୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତ ସ୍କାଉଟ ଓ ଗାଇଡ଼ର ସଭ୍ୟ ପଦ ଗ୍ରହଣ କରିଥିଲେ । ଏଥିପାଇଁ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ସାହୂ ସଭାପତିତ୍ୱ କରିବା ସହ ନୂତନଭାବେ ସ୍କାଉଟ ଓ ଗାଇଡ଼ ରେ ଯୋଗ ଦେଉଥିବା ଛାତ୍ରୀଛାତ୍ର ମାନଙ୍କୁ ଏହାର ଗୁରୁତ, ଲକ୍ଷ୍ୟ ଏବଂ ଉପାଦେୟତା ଆଲୋଚନା ପୂର୍ବକ ଜୀବନରେ ମାନବ ସେବା ପ୍ରତି ସମର୍ପିତ ହେବା ପାଇଁ ଦିଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ମହେନ୍ଦ୍ର ସାହୁ ,ସଭ୍ୟା ରେଣୁକା କୁଣ୍ଡ,ମମତା ଖୁଂଟିଆ , ବିଦ୍ୟାଳୟର ସ୍କାଉଟ ମାଷ୍ଟର ସୌମ୍ୟରଞ୍ଜନ ବେହେରା ଓ ଗାଇଡ଼ କ୍ୟାପଟେନ ପ୍ରଭାତୀ ମଣ୍ଡଳ ସ୍କାଉଟ ଓ ଗାଇଡ଼ ଛାତ୍ରୀଛାତ୍ର ମାନଙ୍କୁ ବ୍ୟାଚ , କ୍ୟାପ , ସ୍କ୍ରାଫ ଦ୍ୱାରା ଅଳଙ୍କୃତ କରିବା ସହ ମିଷ୍ଟାନ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀଶିକ୍ଷକ ଓ କର୍ମଚାରୀ ସହଯୋଗ କରିବା ସହ ଖେଳ ଶିକ୍ଷକ ନିର୍ମଳ ଚନ୍ଦ୍ର କୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଉଚ୍ଚାଭିଳାଷି ହେଲେ ଭବିଷ୍ୟତରେ ଲକ୍ଷ୍ୟ ପଥରେ ପହଞ୍ଚି ପାରିବ

Sat Jan 11 , 2025
ସେଣ୍ଟ ଜାଭିଅର ହାଇସ୍କୁଲର ବାର୍ଷିକ ଉତ୍ସବ   କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲର ଚତୁର୍ଦଶତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସେ ଆଜକୁ ୫୨ବର୍ଷ ତଳେ ଆଇ.ଆଇ.ଟି.ରୁ ଇଞ୍ଜିନିଅରିଂରେ ଡିଗ୍ରୀ […]

KANIKA