ଗୋପବନ୍ଧୁ ସ୍କାଉଟ ଟ୍ରୁପ ଓ ଝାଂଶିରାଣୀ ଗାଇଡ଼ ଗଠିତ



ପଟ୍ଟାମୁଣ୍ଡାଇ ୧୧/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ପାଳପାଟଣା ସ୍ଥିତ ରାମଚଣ୍ଡୀ ନୋଡ଼ାଲ ବିଦ୍ୟାଳୟରେ ଛାତ୍ର ଓ ଅଭିଭାବକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ନୂତନ ଭାବେ ଏକ ଗୋପବନ୍ଧୁ ସ୍କାଉଟ ଟ୍ରୁପ ଓ ଝାନ୍ସୀରାଣୀ ଗାଇଡ଼ କଂପାନୀ ଆନୁଷ୍ଠାନିକ ଭାବେ ଗଠନ କରାଯାଇଛି ।


କେନ୍ଦ୍ରାପଡା ଜିଲ୍ଲା ସ୍କାଉଟ ସଂଯୋଜକ ଗାଲେଖ ବିହାରୀ ଭୁୟାଁ ଓ ଡାମରପୁର ସ୍ଥିତ ମା ବାସନ୍ତୀ ବାଳିକା ବିଦ୍ୟାଳୟର ଗାଇଡ଼ କ୍ୟାପଟେନ ନମିତା ନାୟକଙ୍କ ତତ୍ୱାବଧାନରେ ରାମଚଣ୍ଡୀ ନୋଡ଼ାଲ ବିଦ୍ୟାଳୟର ୧୬ ଜଣ ବାଳିକା ଓ ୧୬ ଜଣ ବାଳକ ଇନଭେସ୍ଟିଟୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତ ସ୍କାଉଟ ଓ ଗାଇଡ଼ର ସଭ୍ୟ ପଦ ଗ୍ରହଣ କରିଥିଲେ । ଏଥିପାଇଁ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ସାହୂ ସଭାପତିତ୍ୱ କରିବା ସହ ନୂତନଭାବେ ସ୍କାଉଟ ଓ ଗାଇଡ଼ ରେ ଯୋଗ ଦେଉଥିବା ଛାତ୍ରୀଛାତ୍ର ମାନଙ୍କୁ ଏହାର ଗୁରୁତ, ଲକ୍ଷ୍ୟ ଏବଂ ଉପାଦେୟତା ଆଲୋଚନା ପୂର୍ବକ ଜୀବନରେ ମାନବ ସେବା ପ୍ରତି ସମର୍ପିତ ହେବା ପାଇଁ ଦିଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ମହେନ୍ଦ୍ର ସାହୁ ,ସଭ୍ୟା ରେଣୁକା କୁଣ୍ଡ,ମମତା ଖୁଂଟିଆ , ବିଦ୍ୟାଳୟର ସ୍କାଉଟ ମାଷ୍ଟର ସୌମ୍ୟରଞ୍ଜନ ବେହେରା ଓ ଗାଇଡ଼ କ୍ୟାପଟେନ ପ୍ରଭାତୀ ମଣ୍ଡଳ ସ୍କାଉଟ ଓ ଗାଇଡ଼ ଛାତ୍ରୀଛାତ୍ର ମାନଙ୍କୁ ବ୍ୟାଚ , କ୍ୟାପ , ସ୍କ୍ରାଫ ଦ୍ୱାରା ଅଳଙ୍କୃତ କରିବା ସହ ମିଷ୍ଟାନ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀଶିକ୍ଷକ ଓ କର୍ମଚାରୀ ସହଯୋଗ କରିବା ସହ ଖେଳ ଶିକ୍ଷକ ନିର୍ମଳ ଚନ୍ଦ୍ର କୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading