ଜ୍ୟୋତିର୍ବିଦ ଓ ବାସ୍ତୁଶାସ୍ତ୍ରବିତ ଡ଼ ସନ୍ତୋଷ ପାଣି ସମ୍ମାନିତ



ପଟ୍ଟାମୁଣ୍ଡାଇ ତା ୧୩/୧-ପଟ୍ଟାମୁଣ୍ଡାଇ ଓ ଆଳି ଅଞ୍ଚଳର ବିଶିଷ୍ଟ ଜ୍ୟୋତିର୍ବିଦ ଓ ବାସ୍ତୁଶାସ୍ତ୍ରବିତ ଡ଼ସନ୍ତୋଷ କୁମାର ପାଣିଙ୍କୁ ତାଙ୍କର ଜ୍ୟୋତିର୍ବିଦ୍ୟା ଓ ବାସ୍ତୁଶାସ୍ତ୍ର ବିଦ୍ୟା କ୍ଷେତ୍ରରେ ୧୫ ବର୍ଷର ସାଧନା ପାଇଁ ସମ୍ମାନିତ କରାଯାଇଛି ।  ଏହି ଉପଲକ୍ଷେ ଭାରତୀୟ ବାସ୍ତୁ ଶାସ୍ତ୍ର ଓ ଜ୍ୟୋତିଷକେନ୍ଦ୍ର ଅଧକ୍ଷ ଡ଼ ପିୟୁଷ ପିପାସୁ ଦାସଙ୍କ ଦ୍ୱାରା ଭୁବନେଶ୍ୱର ଠାରେ ଆୟୋଜିତ ଜ୍ୟୋତିଷ ସମ୍ମିଳନୀରେ ପୂର୍ବତନ ସାଂସଦ କବି ଡ଼ ପ୍ରସନ୍ନ ପାଟଶାଣୀ,ଜ୍ୟୋତିର୍ବିଦ ଡ଼ ନିରଞ୍ଜନ ମହାପାତ୍ର ଓ ଡ଼ ପି ହଳଧର ଯୋଗ ଦେଇ ଜ୍ୟୋତିର୍ବିଦ ଓ ବାସ୍ତୁଶାସ୍ତ୍ରବିତ ଡ଼ ସନ୍ତୋଷ ପାଣିଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ ।  ଏଥି ପାଇଁ ଡ଼ ପାଣିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading