ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା,୨୩ା୧: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ‘ସ୍ୱଚ୍ଛଭାରତ ଅଭିଯାନ’ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଫେଇ କାର୍ଯ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାବେଶରେ ମଞ୍ଚର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଗରିକ ମଞ୍ଚର ପତାକା ହଲାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଏଭଳି ଏକ ମହାନ ସାମାଜିକ କାର୍ଯ୍ୟକ୍ରମର ଭୂୟଂସୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୌରପାଳିକା ଓ ଚିକିତ୍ସାଳୟ ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକ ଶୋଭାଯାତ୍ରା ମଉସୀ ମା’ ମନ୍ଦିର ନିକଟରୁ ବାହାରି ମୁଖ୍ୟ ଚିକିତ୍ସାଳୟ ଯିବା ବାଟରେ ଜନ ସାଧାରଣଙ୍କ ତରଫରୁ ବରିଷ୍ଠ ନାଗରିକମାନଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଥିଲା । ମଞ୍ଚର ସଭାପତି ଶ୍ରୀ ମହାନ୍ତି, ବରିଷ୍ଠ ସଭ୍ୟ ଡ. ବିଜୟ କୁମାର ଦାସ, ଡ. ଶରତ କୁମାର ସ୍ୱାଇଁ, ବରିଷ୍ଠ ସଭ୍ୟ ସମାଜସେବୀ ଫକୀର ଚରଣ ଖଟୁଆ କାର୍ଯ୍ୟକ୍ରମର ମାର୍ଗଦର୍ଶନ ଦେଇ ଶୁଭାରମ୍ଭ କରିଥିଲେ । ବରିଷ୍ଠ ସଭ୍ୟ ଶିକ୍ଷାବିତ୍ ନରୋତ୍ତମ ଜେନା, ସଂଯୋଜକ କୈଳାଶ ଚନ୍ଦ୍ର ସ୍ୱାଇଁ, ଉପସଭାପତି ପ୍ରହଲ୍ଲାଦ ମଲ୍ଲ, ସମାଜସେବୀ ଜିଲ୍ଲା କ୍ରୀଡା ସଭାପତି ସେକ୍ ଅକମଲ୍ ଅଲ୍ଲୀ, ଡ. ଉପେନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର ନାୟକ, ପରମାନନ୍ଦ ସେଠୀ ପ୍ରମୁଖ କାର୍ଯ୍ୟିକ୍ରମକୁ ପରିଚାଳନା ଓ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ସୁଆର, ରବିନ୍ଦ୍ର କୁମାର ବାରିକ, ବୈଷ୍ଣବ ଚରଣ ସ୍ୱାଇଁ, କରୁଣାକର ଦାଶ, ବୈଷ୍ଣବ ଚରଣ ପ୍ରଧାନ, କିଶୋର ଚନ୍ଦ୍ର ପରିଡା, ହରିହର ସାମଲ, ଅଦ୍ୱୈତ ପ୍ରସାଦ ଦାସ, ନୁରୁଲ୍ ଅମିନ୍‌, କବି ପ୍ରସାଦ ସାହୁ, ଶୈଳେନ୍ଦ୍ର ମହାନ୍ତି, ନିରଞ୍ଜନ ମହାନ୍ତି, ପବିତ୍ର ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ଦାସ, ମିନାକ୍ଷୀ ପତି, ହରପ୍ରସାଦ ପତି, ଘନଶ୍ୟାମ ପଣ୍ଡା, ପ୍ରସନ୍ନ କୁମାର ବେହେରା, ଗୁଣମଣି ଦାସ, ମନୋଜ କୁମାର ମହାନ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶେଷରେ ବରିଷ୍ଠ ନାଗରିକ ମଞ୍ଚର ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ପ୍ରସାଦ ସେବନ କରି ବନ୍ଧୁତାର ମହାର୍ଘ୍ୟରେ ସୁଖ ଦୁଃଖ ବାଣ୍ଟିଥିଲେ ।


Next Post

ଭିନ୍ନକ୍ଷମ ଦମ୍ପତିଙ୍କୁ ପୁନର୍ବାସ ପକ୍ଷରୁ ସହାୟତା

Thu Jan 23 , 2025
କେନ୍ଦ୍ରାପଡା,୨୩ା୧: ଓଲସାହି ଗୋବର୍ଦ୍ଧନପୁରର ରବୀନ୍ଦ୍ର ସାମଲ ବିଦ୍ୟୁତ୍ ଆଘାତଜନିତ ଦୁର୍ଘଟଣାରେ ଶାରିରୀକ ଭିନ୍ନକ୍ଷମ ହୋଇପଡି ନିଜର ଗୋଟିଏ ଗୋଡ ଓ ଡାହାଣ ହାତର ପାପୁଲି ହରାଇଥିଲେ। ସିଏ ନିଜେ ଶତକଡା ସତୁରି ଭାଗ ଚଳନଶକ୍ତି ବାଧିତ ଭିନ୍ନକ୍ଷମ ରହିଥିବାବେଳେ ତାଙ୍କର ସ୍ତ୍ରୀ କାଜଲ ସାମଲ ମଧ୍ୟ ଶତକଡା ପଚାଶ ଭାଗ ଶାରିରୀକ ଭିନ୍ନକ୍ଷମ ଅଟନ୍ତି। ଏହି ଦମ୍ପତି ଜୀବିକା ନିର୍ବାହ ତଥା ସହାୟକ ଉପକରଣ ପାଇଁ ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ […]

KANIKA