ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ରାଜ୍ୟ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ ୨୯/୧-ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ଓ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପକ ଡ଼ ମାନସ ନାୟକଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫେସର ଡ଼ ହେମନ୍ତ କୁମାର ପାତ୍ର, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପୂର୍ବତନ କୂଳପତି ତଥା ଏସବିସିଏନଆର ମୁଖ୍ୟ ପ୍ରଫେସର ଡ଼ ଶରତ ପଲିତା, ମୁଖ୍ୟ ବନ ସଂରକ୍ଷକ ବିକାଶ ରଞ୍ଜନ ଦାଶ, ଆଇଏମଏମଟି ମୁଖ୍ୟ ବୈଜ୍ଞାନିକ ଡ଼ ନବୀନ କୁମାର ଧଳ ପ୍ରମୁଖ ଯୋଗ ଦେଇ ହେନ୍ତାଳ ଜଙ୍ଗଲ ପରିସଂସ୍ଥା ଓ ଉପକୂଳ ପରିବେଶ ପାଇଁ ଏହାର ସଂରକ୍ଷଣ ବିଷୟଭିତିକ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ସ୍ୱାଗତ ଭାଷଣ ଓ ଉଦ୍ଭିଦବିଜ୍ଞାନ ବିଭାଗ ମୁଖ୍ୟ ଡ଼ ଅଞ୍ଜଳି ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସୁଚିସ୍ମିତା ବିଶ୍ୱାଳ ଭିତ ପ୍ରବନ୍ଧ ପାଠ କରିଥିଲେ । ଏହି ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ଗୌତମ ଚରଣ ଦାସ,ହିମାଂଶୁ ମହାପାତ୍ରଙ୍କ ସମେତ ବିଭିନ୍ନ କଲେଜର ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ । ଶେଷରେ ପ୍ରଫେସର ସର୍ବେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଆଲୋକ ସାହୁ, ଅଭିମନ୍ୟୁ ମହାନ୍ତି, ଗଣେଶ୍ୱର ଦାସ, ଗୋକୁଳ ଚନ୍ଦ୍ର ଦାଶ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading