
କେନ୍ଦ୍ରାପଡା ୮/୮- ଉଭୟ ସଂଗଠିତ ଓ ଅସଂଗତିତ କ୍ଷେତ୍ରରେ କାର୍ଯ୍ୟରତା ମହିଳାମାନଙ୍କୁ ଏକ ସୁସ୍ଥ ଓ ନିରାପଦ କର୍ମ ପରିବେଶ ଯୋଗାଇ ଦେବା ଉଦ୍ଦେଶ୍ୟରେ ପୋସ୍ ଆଇନ, ୨୦୧୩ର ପ୍ରଣୟନ କରାଯାଇଅଛି । ଏହି ଯୌନଶୋଷଣ ନିରୋଧ ଆଇନରେ ରହିଥିବା ପ୍ରତିରୋଧଗତ, ବ୍ୟବସ୍ଥାଗତ ଓ ପ୍ରତିକାରଗତ ଦିଗଗୁଡିକ ଉପରେ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘର ଉପସଭାପତି ତଥା ବରିଷ୍ଠ ଆଡ଼ଭୋକେଟ୍ ସୁଶ୍ରୀ ନାୟକ ଆଲୋକପାତ କରିଥିଲେ। ଜିଲ୍ଲାରେ ଭିନ୍ନକ୍ଷମଙ୍କ ଥେରାପି ସେବା, ଅଧିକାର ସଚେତନତା ଓ ସଶକ୍ତିକରଣ ଦିଗରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ସହର ମାଧପୁରସ୍ଥିତ କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ରିହାବିଲିଟେସନାଲ୍ ଷ୍ଟାପ୍ ଓ ସହାୟକ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସାମ୍ପ୍ରତିକ ସମୟରେ ଦେଖା ଯାଉଥିବା ବିଭିନ୍ନ ଯୌନଉତ୍ପୀଡ଼କ ସମସ୍ୟାର ଉତ୍ତାପନ ପୂର୍ବକ ଏହାର ଆଇନଗତ ଅଧିକାର ସମ୍ପର୍କିତ ଅନୁସନ୍ଧିତ୍ସା ଦୂର କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନରେ ଏହି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଥେରାପିଷ୍ଟ ସୁନିଲ କୁମାର,ରଚିତା ଜେନା, ଗୁଞ୍ଜନସ୍ମିତା ବେହେରା, ସାଇଶ୍ରିତା ମେକାପ୍, ଥେରାପିଷ୍ଟ କମଳକାନ୍ତ ବିଶ୍ୱାଳ, ପ୍ରଶିକ୍ଷିତା ଥେରାପିଷ୍ଟ ମଧୁସ୍ମିତା ପଣ୍ଡା, ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷିକା ଶିବାନୀ ଭୋଳ, ପ୍ରୋଜେକ୍ଟ୍ ସୁପରଭଇଜର୍ ସଂଜୀବ ଜେନା, କୋଷାଧକ୍ଷ ଓ ସଂଯୋଜକ ବିଭବ ମହାନ୍ତି, ସହାୟକ ଷ୍ଟାପ୍ ଗାୟତ୍ରୀ ପୃଷ୍ଠି, ରଞ୍ଜନ ସ୍ୱାଇଁ, ସଂଗ୍ରାମ ନାୟକ, ପ୍ରଫୁଲ ସାମଲ,ମିହିର ରଞ୍ଜନ ବାରିକ, ଦୀପକ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଅନୁଷ୍ଠାନର ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।









