ବାଲିପଡ଼ା ସ୍କୁଲ ପୁରାତନ ଛାତ୍ରସଂସଦ ବାର୍ଷିକ ଉତ୍ସବ



ପଟ୍ଟାମୁଣ୍ଡାଇ ତା୧୪/୮- ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବାଲିପଡ଼ା ନୋଡାଲ ଉ. ପ୍ରା. ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ପ୍ରମୋଦ କୁମାର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ବେଙ୍ଗାଲୁର କାମ୍ବିୟାନ ନେଟୱାର୍କ ଉପସଭାପତି ବିଜୁ କୁଞ୍ଜୁକୁଞ୍ଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟର ସର୍ବନିମ୍ନ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ବିଶିଷ୍ଟ ପ୍ରବଚକ ତଥା ସମାଜ ସଂସ୍କାରକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଦ୍ୟାଳୟର ବିକାଶ ଓ ସୁନାମ ରେ ପୂର୍ବଛାତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ କରିଥିଲେ। ବାଲିପଡ଼ା ସ୍କୁଲ ପୁରାତନଛାତ୍ର ଇଂ ସନ୍ଦୀପ ବିଶ୍ୱାଳ ସ୍କୁଲ ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହିତ ସ୍କୁଲର ବିକାଶ ପାଇଁ ସମସ୍ତେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । କାଉନ ସିଲର ପ୍ରଶାନ୍ତ ବାରିକ, ପଟ୍ଟାମୁଣ୍ଡାଇ ବ୍ଲକ ଏ ବି ଇ ଓ ସୁନିତୀ ଦାଶ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ସ୍କୁଲ ପରିଚାଳନା କମିଟି ସଭାପତି ସଞ୍ଜୟ ତ୍ରିପାଠୀ ଅନ୍ୟତମ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଉତ୍ସବରେ ପୁରାତନ ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ଉମେଶ ପରିଡା, ପ୍ରାଧ୍ୟାପକ ସେନାପତି ପ୍ରଦ୍ୟୁମ୍ନ କେଶରୀ, କବୟିତ୍ରୀ ନର୍ମଦା ନିଳୋତ୍ପଳା,ଥାନାପତି ରବୀନ୍ଦ୍ର ସାହୁ, ବିଜୟ ସାହୁ ଓ ଶାରଳା ପ୍ରସାଦ ନାୟକ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍କୁଲ ବିକାଶ ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣପ୍ରଭା ପ୍ରଧାନ ସ୍ୱାଗତଭାଷଣ ଓ ଗୋଦାବରୀଶ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ରଂଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଇ ଅବସରରେ ପୁରାତନ ଛାତ୍ର ସନ୍ଦୀପ କୁମାର ବିଶ୍ୱାଳ ଓ କାମ୍ବିୟାନ ନେଟୱର୍କ ତରଫରୁ ସ୍କୁଲକୁ ଡେସ୍କ ବେଞ୍ଚ, କମ୍ପ୍ୟୁଟର, ପ୍ରିଣ୍ଟର, ଟେବୁଲ, ଚେୟାର, ଫ୍ୟାନ, ପାନୀୟ ଜଳ ସୁବିଧା ପାଇଁ ଆକ୍ଵା ପ୍ୟୁରିଫାୟର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍କୁଲ ସହକାରୀ ଶିକ୍ଷୟତ୍ରୀ ସ୍ବର୍ଣ୍ଣଞ୍ଜଳି ଦାଶ, ସେବତୀ ମଲ୍ଲିକ, ନିରୁପମା ତ୍ରିପାଠୀ, ସହକାରୀ ଶିକ୍ଷକ ଦିଲ୍ଲୀପ ପଢ଼ିଆରୀ, ନିରଞ୍ଜନ ପଣ୍ଡା ପରିଚାଳନା କରିଥିବାବେଳେ ପୁରାତନ ଛାତ୍ରସଂସଦ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading