କେନ୍ଦ୍ରାପଡା ମହାବିଦ୍ୟାଳୟ ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା



କେନ୍ଦ୍ରାପଡ଼ା,୧୪ା୮:ସ୍ୱାଧୀନତା ଦିବସର ଅବ୍ୟବହତି ପୂର୍ବରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ନେତୃତ୍ୱରେ ଏବଂ ସଂଯୋଜକ ପ୍ରାଧ୍ୟାପକ ରମାନାଥ ମହାନ୍ତି, ଏନଏସଏସ ଅଧିକାରୀ ଅଧ୍ୟାପକ ପ୍ରମୋଦ କୁମାର ବେହେରା, ଯୁବରେଡକ୍ରସର ଅଧିକାରୀ ଅଧ୍ୟାପକ ବିକାଶ କୁମାର ନାୟକ, ଏନସିସି କ୍ୟାପଟେନ ସୀମା ମହାନ୍ତି ଓ ସତ୍ୟରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏକହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ ନାରା ଦେଇ ମହାବିଦ୍ୟାଳୟ ପରିସରରୁ ବାହାରି ଉଦୟନଗର ଛକ ଦେଇ ତିନିମୁହାଣି ଓ ପରେ ଜ୍ଞାନପୀଠ ଛକ ଦେଇ ପୁନର୍ବାର କଲେଜ ପରିସରରେ ପହଞ୍ଚିଥିଲେ। ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ଜେନା ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଏହି ଯାତ୍ରା ଆମ ଭିତରେ ରାଷ୍ଟ୍ରଭକ୍ତିକୁ ଜାଗ୍ରତ କରାଇବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ତପସ୍ୟା, ସଂଘର୍ଷ ଓ ବଳିଦାନର ମୂଲ୍ୟବୋଧକୁ ପୁଣି ଥରେ ମନେ ପକାଇଦେଇଥାଏ। ଏହି ତ୍ରିରଙ୍ଗା ଯାତ୍ରାର ମୁଖ୍ୟ ଲକ୍ଷ୍ୟ ହେଉଛି ସମାଜରେ ଲୋକମାନେ କିପରି ଦେଶପ୍ରେମ ଓ ଦେଶଭକ୍ତିରେ ନିଜକୁ ଉଦବୁଧ କରିବେ ତଥା ସମସ୍ତଙ୍କ ମନରେ ରାଷ୍ଟ୍ରପ୍ରେମର ଭାବନା ଜାଗ୍ରତ ହୋଇପାରିବ। ଜାତୀୟ ପତାକା ପ୍ରତ୍ୟେକ ଭାରତୀୟଙ୍କ ଗର୍ବ, ଗୈାରବ ଓ ସ୍ୱାଭିମାନର ପ୍ରତୀକ। ଦେଶ ସ୍ୱାଧୀନତା ନିମନ୍ତେ ଏହି ଜାତୀୟ ପତାକା ତଳେ ଅନେକ ଦେଶଭକ୍ତ ନିଜ ଜୀବନକୁ ବଳି ଦେବାକୁ ପଛାଇ ନଥିଲେ। ଏହି ପତାକାକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ସହ ଉଚ୍ଚସ୍ଥାନରେ ରଖିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଏହି ତ୍ରିରଙ୍ଗା ମାଧ୍ୟମରେ ରାଷ୍ଟ୍ରବାଦ, ଜାତୀୟତାବାଦ ଓ ଦେଶପ୍ରେମ ଜାଗ୍ରତ କରିବା ହେଉଛି ମୂଳ ଉଦେଶ୍ୟ ବୋଲି ଅଧ୍ୟକ୍ଷ ପ୍ରଫେସର ଜେନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ, ଅଧ୍ୟାପକ ଅଚ୍ୟୁତାନନ୍ଦ ମହାରଣା, ଅଧ୍ୟାପିକା ଦୀପ୍ତି ରାୟ, ରଞ୍ଜିତ ଦାସ, ଅଜିତ ଦାସ, ରତ୍ନମଞ୍ଜରୀ ସିଂ, ପାର୍ବତୀ ବେହେରା, ପ୍ରଶାନ୍ତ ସାହୁ, ପ୍ରୀତିରେଖା ସ୍ୱାଇଁ, ମୋନାଲିସା ସିଂହ, ଗୈାତ୍ତମ ଦାସ, ଦେବାଶିଷ ସିଂ ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।


Discover more from

Subscribe now to keep reading and get access to the full archive.

Continue reading