ପଟ୍ଟାମୁଣ୍ଡାଇରେ ଓଡି ଟି ଭି ଚ୍ୟାନେଲ ଉଦଘାଟିତ



ପଟ୍ଟାମୁଣ୍ଡାଇ ତା ୬/୯- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରୁ ଓଡିଶା ଡ୍ରିମ ଟିଭି ଚ୍ୟାନେଲ ଉଦଘାଟିତ ହୋଇଯାଇଛି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଗୋପୀନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ରାଜନଗର ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା ମୁଖ୍ୟ ଅତିଥି,କେନ୍ଦ୍ରାପଡ଼ା ପୂର୍ବତନ ବିଧାୟକ କିଶୋର ତରାଇ ମୁଖ୍ୟ ବକ୍ତା, କେନ୍ଦ୍ରାପଡ଼ା ବ୍ଲକ ପୂର୍ବତନ ଅଧକ୍ଷ ଦୁର୍ଗାଶିଷ ମହାନ୍ତି, ସାମ୍ବାଦିକ ଅମୂଲ୍ୟ ଜେନା ଓ ସୁରେଶ ଦାଶ ସମ୍ମାନିତ ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଅଂଚଳରେ ଟି ଭି ଚ୍ୟାନେଲ ଖୋଲା ଯାଇଥିବାରୁ ଆନନ୍ଦ ପ୍ରକାଶ କରିବା ସହିତ ନିରପେକ୍ଷ ନିର୍ଭିକ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ I ଟି ଭି ଚ୍ୟାନେଲ ସମ୍ପାଦକ ସୁଶାନ୍ତ କର ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ I ଶେଷରେ ଅଙ୍କିତା ପ୍ରିୟଦର୍ଶନୀ କର ଧନ୍ୟବାଦ ଦେଇଥିଲେ I ଏହି ଉଦଘାଟନ ଉତ୍ସବରେ ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ,ସମାଜ ସେବୀ ନିରଞ୍ଜନ ପଟନାୟକ ଯୁବନେତା ମଣ୍ଟୁ ସ୍ୱାଇଁ, ସତ୍ୟପ୍ରିୟ ସାମଲ,ପ୍ରଦୀପ ପ୍ରଧାନ, କ୍ଷମାନିଧି ସାମଲ, ଅଲେଖ ପରିଡା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସମାଜସେବୀ ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ I


Discover more from

Subscribe now to keep reading and get access to the full archive.

Continue reading