ତୁଳସୀକ୍ଷେତ୍ର ମହୋତ୍ସବ ପାଇଁ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଦାବିପତ୍ର



କେନ୍ଦ୍ରାପଡ଼ା,୪ା୧୦:କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର ମହୋତ୍ସବ ନିମନ୍ତେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ତୁଳସୀକ୍ଷେତ୍ର କଳାକାର ସଙ୍ଘ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆସନ୍ତା ନଭେମ୍ବର ମାସ ୭,୮ ଓ ୯ତାରିଖ ତିନିଦିନ ଧରି କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ। ଜିଲ୍ଲାର ସବୁ ବର୍ଗର କଳାକାର ମାନଙ୍କୁ ନେ଼ଇ ତୁଳସୀ କ୍ଷେତ୍ର କଳାକାର ସଂଘ ଏହି ମହୋତ୍ସବ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ଏହି ମହୋତ୍ସବରେ ପାଲା, ଦାସକାଠିଆ, ଘୋଡ଼ାନାଚ, ସଂକୀର୍ତ୍ତର୍ନ, କେନ୍ଦରା, ଶ୍ରୀରାମ ଲୀଳା, ଗୀତିନାଟ୍ୟ ତୁଳସୀ ବିବାହ, ଭଜନ, ଘଣ୍ଟନୃତ୍ୟ, ଓଡିଶୀ ନୃତ୍ୟ ଓ ମୃଦଙ୍ଗ ବାଦ୍ୟ ପରିବେଷଣ କରାଯିବା ସହିତ ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଛି। ତେଣୁ ତୁଳସୀକ୍ଷେତ୍ର ମହୋତ୍ସବ ନିମନ୍ତେ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର କଳାକାର ସଂଘ ପକ୍ଷରୁ ସଭାପତି ଗଗନବିହାରୀ ସିଂହ, ସମ୍ପାଦକ ବିଧୁଭୂଷଣ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ବାବାଜୀ ପଟ୍ଟନାୟକ, ନିରଞ୍ଜନ ପାତ୍ର, ଉପଦେଷ୍ଟା କେଦାର ସାମନ୍ତରାୟ ପ୍ରମୁଖ କଳାକାରମାନେ ଜିଲ୍ଲାପାଳଙ୍କୁ ସଂସ୍କୃତି ନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହିତ ସେମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ମଧ୍ୟ ଭେଟି ଦାବିପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading