
କେନ୍ଦ୍ରାପଡା- ୧/୧୧: କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଟ ସାମ୍ବାଦିକ ସ୍ୱଗର୍ତ କରୁଣା କରଙ୍କ ବିୟୋଗ ରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଦୀପ ଦାନ କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ହିମାଂଶୁ ଶେଖର ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସାମ୍ବାଦିକ ମାନେ ସ୍ୱଗର୍ତ କରଙ୍କ ଉତ୍ସର୍ଗୀକୃତ ସମାଜ ସେବା କାଯ୍ୟ ଉପରେ ଆଲୋକ ପାତ କରିବା ସହ ଆତ୍ମାର ସଦ୍ଗତି କାମନା କରିଥିଲେ । ସ୍ୱଗର୍ତ କର ଡେରାବିଶ ଅଞ୍ଚଳ ରେ ସାମାଜିକ, ସାଂକୃତିକ ଓ ସ୍ଥାନୀୟ ଅଞ୍ଚଳର ବିକାଶ କରିବା ପାଇଁ ନିୟମିତ ସମ୍ବାଦ ପରେିବଶଣ କରି ଘରେ ଘରେ ପରିଚିତ ଥିଲେ । ସାମ୍ବାଦିକ ସଂଘ ର ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ନାୟକ କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାଧାକାନ୍ତ ମହାନ୍ତି, ମନୋଜ କୁମାର ସ୍ୱାଇଁ, ମାତୃଦତ୍ତ ମହାନ୍ତି, ରବିନାରାୟଣ ପତି, ଦୁର୍ଗା ପ୍ରସାଦ ପତି, ସନ୍ତୋଷ କୁମାର ପଣ୍ଡା, ସୋମନାଥ ସାହୁ, ଉମାକାନ୍ତ ମହାପାତ୍ର, ସରୋଜ କାନ୍ତ ପରିଡା, ନୟନ ମଣି ସାମଲ, ବିରେନେ ଦାସ, ନମିତା ନାୟକ, ରଞ୍ଜନ ସାହୁ, ପିନାକୀ ସାମନ୍ତ ରାୟ, ସନ୍ତୋଷ ପୋଥାଳ, ମାନସ ମଲ୍ଲ, ଲକ୍ଷ୍ମୀକାନ୍ତ ନାୟକ, ମହେଶ ପାଢି, ଆଇନି ଯିବି ବିଦୁଭୁଷଣ ମହାପାତ୍ର, ଓ ନଗେନ୍ଦ୍ର ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।









