
ପଟ୍ଟାମୁଣ୍ଡାଇ ତା ୩/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ହାଇସ୍କୁଲ ଓ ସିଦ୍ଧ ପରମହଂସ ଉପ୍ରା ସ୍କୁଲର ପୁରାତନ ଛାତ୍ର ଓ ଛାତ୍ରୀମାନଙ୍କ ଦ୍ୱାରା ଆଦର୍ଶ କ୍ରୀଡ଼ା ଶିକ୍ଷକ ବଙ୍ଗାଳୀ ଚରଣ ମଲ୍ଲିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ କବିଙ୍କ ପୌରହିତ୍ୟରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ହାଇସ୍କୁଲ ପରିଚାଳନା କମିଟି ସଭାପତି ବଙ୍ଗାଳୀ ଚରଣ ତରାଇ,ପୂର୍ବତନ ଶିକ୍ଷା ଅନୁନିରୀକ୍ଷକ ବିଜୟ କୁମାର ଜେନା,ମଦନପୁର ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ବିଜୟ କୁମାର ବେହେରା, ଆଳି ବ୍ଲକ ପ୍ରାକ୍ତନ ଵି ଆର ସି ସି ଉଦକର ସାମଲ, ସିଦ୍ଧ ପରମହଂସ ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ପୃଷ୍ଟି,ସିଆରସିସି ରଞ୍ଜନ କୁମାର ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ଦାସ ପ୍ରାକ୍ତନ ସି ଆର ସି ସି ରମେଶ ଚନ୍ଦ୍ର ମହାନ୍ତି ଶିକ୍ଷାବିତ ପ୍ରଭାକର ଦାସ ସମାଜସେବୀ ପ୍ରମୋଦ କୁମାର ଗାହାଣ, ରଞ୍ଜିତ ତରାଇ, ବନମାଳୀ ତରାଇ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ବିଦାୟୀ କ୍ରୀଡା ଶିକ୍ଷକ ବଙ୍ଗାଳି ମଲ୍ଲିକଙ୍କ କର୍ମମୟ ଜୀବନ ଓ ସ୍କୁଲର କ୍ରୀଡା ବିକାଶ କ୍ଷେତ୍ରରେ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ Iବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ନାୟକ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ I ସହକାରୀ ଅକ୍ଷୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଓ ସନ୍ତୋଷ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ I ଏହି ସଭାରେ ଅଭୟ ମହାରଣା, ଶିଶିର ସାହୁ, ପ୍ରମୋଦ ତ୍ରିପାଠୀ,ଭରତ ସ୍ୱାଇଁ ରବିନ୍ଦ୍ରନାଥ ଜେନା, ହରିହର ବାରିକ୍, ସତ୍ୟବ୍ରତ ସ୍ୱାଇଁ ସତ୍ୟବାନ୍ ତରାଇ, ଉତ୍କଳ ସେଠୀ ,ବିଜୟ ନାୟକ,ସୁଚିତ୍ରା ଦାସ, ବାସନ୍ତୀ ଲତା ଗାହାଣ, ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ଭାଷଣ ଦେଇଥିଲେ I ଏଇ ଅବସରରେ ବିଦାୟୀ କ୍ରୀଡା ଶିକ୍ଷକ ବଙ୍ଗାଳି ମଲ୍ଲିକଙ୍କୁ ଅତିଥିମାନେ ମାନ ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଏହି ସଭାରେ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଅପର୍ଣ୍ଣା, ଆରତୀ,ମମତା,ପ୍ରତୀକ୍ଷା ,ଅମର ଜଗା,ସୈଦାଗର, ପ୍ରକାଶ,ଅମେଦ୍ର, ପ୍ରଦୀପ,ହରି,ମଳୟ,ସୁକାନ୍ତ, ଦେବାଶିଷ ପ୍ରମୁଖ ବହୁ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ, ପରିଚାଳନା କମିଟି ସଦସ୍ୟଓ ଗ୍ରାମବାସୀ ଯୋଗ ଦେଇଥିଲେ I ଶେଷରେ ବିଜୟ କୁମାର ନାୟକ ଧନ୍ୟବାଦ ଦେଇଥିଲେ I ସଭା ଆରମ୍ଭରେ ସ୍କୁଲ ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ I










