ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ନାଟକ, ଘୋଡ଼ା ନାଚ, କଣ୍ଢେଇ ନାଚ ଏବଂ ଅକ୍ଷୟ ସଙ୍ଗୀତର ଅପୂର୍ବ ସମାହାରରେ ସଭିଏଁ ଉଲ୍ଲସିତ

କେନ୍ଦ୍ରାପଡା ୫/୧ : କେନ୍ଦ୍ରାପଡ଼ା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ସ୍ଥାନୀୟ ସିଦ୍ଧ ମହାପୁରୁଷଙ୍କ ମଠ ପରିସରରେ ତୁଳସୀ ମହୋତ୍ସବର ଚତୁର୍ଥ ସଂସ୍କରଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡା ଅଧ୍ୟକ୍ଷତା କରିବା ସଙ୍ଗେ ସଙ୍ଗେ ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ, ମଞ୍ଚ ପରିଚାଳନା କରିବା ସହିତ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ମହିଳା କମିଶନ ସଦସ୍ୟା ଡ. କଳ୍ପନା ମଲ୍ଲିକ, ବିଶିଷ୍ଟ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ,ସମ୍ମାନୀତ ଅତିଥି ଭାବରେ କଣ୍ଠଶିଳ୍ପୀ କରୁଣାକର ସେଠୀ, ସତୀର୍ଥ ପ୍ରତିଷ୍ଠାତା ମନ୍ମଥ ନାଥ ବରାଳ ଏବଂ ଫୋରଡ ସ୍ଥିତ ୍ୱାୟା ଆଶ୍ରମର ମହନ୍ତ ହୃଷୀକେଶ ଦାଶ ମହାରାଜ ଯୋଗଦେଇ ଭାବଗ୍ରାହୀ କଳା ନିକେତନର ସାଂସ୍କୃତିକ ଅଭିଯାନକୁ ଭୂୟସୀ ପ୍ରଶଂସା କରିବା ସହିତ ତୁଳସୀ ମହୋତ୍ସବର ସଫଳତା କାମନା କରିଥିଲେ। ବିଧାୟକ ଶ୍ରୀ ବେହେରା ଏକ ସୁନ୍ଦର କାହାଣୀ ଛଳରେ ନୃତ୍ୟ ଓ ସଙ୍ଗୀତ ସାଧନାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହିତ ଭାବଗ୍ରାହୀ କଳା ନିକେତନର ଗୃହ ନିର୍ମାଣ ପାଇଁ ସହାୟତା ରାଶି ଘୋଷଣା କରିଥିଲେ। ଶରତ ନାୟକ ଏବଂ କରୁଣାକର ବିମଳ ପରିଡାଙ୍କ ରଚିତ ଭଜନ ଓ ଗଜଲ୍ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ନିରୁପମା ଜେନା, ରୂପାଲି ସୂତାର, ଅର୍ଚ୍ଚନା ପରିଡା, ରଶ୍ମିତା ସୂତାର, ସନ୍ତୋଷ ଦାସ ବିମଳ ପରିଡାଙ୍କ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ତୁଳସୀ କ୍ଷେତ୍ରାଧିଶ୍ୱରୀ ମା ତୁଳସୀଙ୍କ ନାମରେ ନାମିତ ତୁଳସୀ ମହୋତ୍ସବ ଉପରେ ଆଧାରିତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ସାଂସ୍କୃତିକ ବିଚିତ୍ରା କ୍ରମରେ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ଶିଳ୍ପୀମାନେ ଚିତ୍ତାକର୍ଷକ ନୃତ୍ୟ ଓ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ପ୍ରସ୍ତୁତ କରିଥିଲେ। ଗୋକୁଳ ଚନ୍ଦ୍ର ସଙ୍ଗୀତ ସଦନର ଭାନୁପ୍ରୀୟ ଖଟୁଆ ଓ ସାଥି ନୃତ୍ୟ, ଗଣକବି ଗୋପାଳ ଦାଶ ସ୍ମୃତି ସଂସଦର ଶିଳ୍ପୀମାନେ ଭକ୍ତ ଦାସିଆ ନାଟକ, ନିମ୍ବ ଦାରୁ କଣ୍ଢେଇ ନାଚ ଦଳ ତରଫରୁ ଫକୀର ଚରଣ ସିଂ କଣ୍ଢେଇ ନାଚ, ମଙ୍ଗୁଳି ଦାସ ଓ ସାଥି ଘୋଡ଼ା ନାଚ ପ୍ରଦର୍ଶିତ କରି ସମସ୍ତଙ୍କୁ ଅଭିଭୂତ କରିଥିଲେ। ବରିଷ୍ଠ ପାଲା ଗାୟିକା ଉଷାରାଣୀ ସାହୁ ଏବଂ ଶରତ ନାୟକଙ୍କୁ ବିଧାୟକ ଶ୍ରୀ ବେହେରା ସମ୍ବର୍ଦ୍ଧିତ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ଉଦ୍ ଯାପନୀ ସଭାରେ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପରିଡା ପୈ।ରୋହିତ୍ଯ କରିଥିଲେ। ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ ମୁଖ୍ୟ ଅତିଥି, ସଙ୍ଗୀତଜ୍ଞା ବୀଣାପାଣି ଦାସ, ସମାଜସେବୀ ରାଜେଶ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ତୁଳସୀ ମହୋତ୍ସବ ମାଧ୍ୟମରେ ମା ତୁଳସୀ ଦେବୀଙ୍କର ଅପୂର୍ବ ଲୀଳା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ନାୟକ ବୀଣାପାଣି ଦାସ, ନିରୁପମା ଜେନା, ଫକୀର ସିଂହଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କୃତି କଳାକାରମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ଇଂଜିନିୟର ବିଶ୍ୱଜିତ ପରିଡା, ଦିବ୍ୟଜ୍ୟୋତି ପରିଡା, ସୁଶ୍ରୀ ସଙ୍ଗୀତା ଜେନା, ଇତିଶ୍ରୀ ଖୁଣ୍ଟିଆ, ଅମର ପ୍ରସାଦ ରାଉତ, ପଣ୍ଡିତ ପଦ୍ମନାଭ ଦାଶ, ଭୀମସେନ ପ୍ରଧାନ, କେଦାର ସ୍ୱାଇଁ, ନାରାୟଣ ବାବା, ରଞ୍ଜନ ବରାଳ, ଅଜୟ ଜେନା, ବଳରାମ ମଲିକ, ରଞ୍ଜନ ବିଶ୍ୱାଳ, କୈଳାସ ପରିଡା, ବିଜୟ ପରିଡା, ବିକାଶ ପରିଡା, ବିଚିତ୍ର ପରିଡା, ବାସନ୍ତୀ ମହାପାତ୍ର, କୃଷ୍ଣାନନ୍ଦ ମହାପାତ୍ର, ଗୋପବନ୍ଧୁ ନାୟକ,ଅମର ଅମିତ ବିଶ୍ୱାଳ, ମାନସ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।










