ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର



କେନ୍ଦ୍ରାପଡ଼ା,୧୩ା୪:କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ଜିଲ୍ଲା ପ୍ରଶାସନ ନଜରକୁ ଆଣିଥିଲେ। ଏହି ଶିବିରରେ ମୋଟ ୭୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୬୧ଟି ବ୍ୟକ୍ତିଗତ ଏବଂ ୧୦ଟି ସାମୁହିକ ଅଭିଯୋଗ ରହିଥିଲା। ତଦ୍‌ମଧ୍ୟରୁ ୮ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଜଣଙ୍କୁ ମୋଟ ୧୬,୦୦୦ ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା।ଏହି ଶିବିରରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ବିଡିଓ ଅଭିଷେକ ସ୍ୱାଇଁ, ତହସିଲଦାର କୁଇନି ଜେନା ଓ ଡେପୁଟି କଲେକ୍ଟର(ସାଧାରଣ ଓ ବିବିଧ) ସରୋଜ କୁମାର ବେହେରାଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଆସନ୍ତା ୨୦ ତାରିଖରେ ରାଜକନିକା ବ୍ଲକ, ୨୭ର ଆଳି ବ୍ଲକ, ମଇମାସ ୪ତାରିଖରେ ମାର୍ଶାଘାଇ ବ୍ଲକ, ୧୧ ରେ ମହାକାଳପଡ଼ା ବ୍ଲକ, ୧୮ରେ ଡେରାବିଶ ବ୍ଲକ ଓ ମଇମାସ୨୫ ତାରିଖରେ ଗରଦପୁର ବ୍ଲକରେ ଏହି ଶିବିରଗୁଡ଼ିକ ଆୟୋଜିତ ହେବ।


Leave a Reply

Your email address will not be published. Required fields are marked *

Next Post

ହନୁମାନ ଜୟନ୍ତୀ ଉପଲକ୍ଷେ ସହରରେ ପୋଲିସର ଫ୍ଲାଗମାର୍ଚ୍ଚ

Tue Apr 14 , 2026
କେନ୍ଦ୍ରାପଡ଼ା,୧୩ା୪:କେନ୍ଦ୍ରାପଡ଼ାରେ ମଙ୍ଗଳବାର ହନୁମାନ ଜୟନ୍ତୀ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହିତ ବଜରଙ୍ଗ ଦଳ ଓ ହନୁମାନ ଭକ୍ତମାନଙ୍କ ପକ୍ଷରୁ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୨୦ ହଜାରରୁ ଉର୍ଦ୍ଧ୍ୱ ଯୁବକ ସାମିଲ ହେବେ। ତେଣୁ କୌଣସି ଆଇନ୍ ଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ନିମନ୍ତେ ପୋଲିସ ପକ୍ଷରୁ କେନ୍ଦ୍ରାପଡା ସହରରେ ସୋମବାର ସନ୍ଧ୍ୟାରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗମାର୍ଚ୍ଚ କେନ୍ଦ୍ରାପଡ଼ା […]

KANIKA