ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ହାଇକୋର୍ଟଙ୍କ ଗିରଫ ନିର୍ଦେଶ



କେନ୍ଦ୍ରାପଡ଼ା, ୨୪/୭: ପ୍ରାୟ ବର୍ଷକ ତଳେ ଜେଲରୁ ଜାମିନରେ ଆସିଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଗିରଫ କରାଯିବାକୁ ଓଡିଶା ଉଚ୍ଚ ନ୍ୟ୍ୟାାଳୟ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ବଳରେ ଗ୍ୟାଙ୍ଗଷ୍ଟର ଟିଟୋ ପ୍ରାୟ ବର୍ଷକ ତଳେ ଜେଲରୁ ସର୍ତ୍ତମୂଳକ ଜାମିନରେ ଖଲାସ ହୋଇଥିଲା । କିନ୍ତୁ ଜାମିନ ସମୟରେ ହାଇକୋର୍ଟଙ୍କ ପକ୍ଷରୁ ଯେଉଁସବୁ ସର୍ତ୍ତ ରଖଯାଯାଇଥିଲା ତାହାକୁ ଗ୍ୟାଙ୍ଗଷ୍ଟର ଟିଟୋ ଖିଲାପ କରିଥିବାରୁ ତା’ର ମଧ୍ୟବର୍ତ୍ତୀକାଳୀନ ଜାମିନକୁ ହାଇକୋର୍ଟ ନାକଚ କରିଦେବା ସହ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ତୁରନ୍ତ ଗିରଫ କରିବାକୁ ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଏସଟିଏଫ ଦ୍ୱାରା ଗିରଫ ହୋଇ ଦୀର୍ଘ ବର୍ଷ ଧରି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋକୁ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ସେହି ସର୍ତ୍ତକୁ ଟିଟୋ ଖିଲାପ କରିଥିବାରୁ ହୋଇକୋର୍ଟ ଟିଟୋକୁ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading