ପଟ୍ଟାମୁଣ୍ଡାଇ ତା ୭/୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ପଞ୍ଚାୟତ ସିଦ୍ଧବାଲି ସିଦ୍ଧ କଖାରୁଖିଆ ହାଇସ୍କୁଲ ର ୪୫ତମ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମଲିକଙ୍କ ପୌରାହିତ୍ୟରେ ଆୟୋଜିତ ସଭା ରେ ପ୍ରାକ୍ତନ ପ୍ରଧାନଶିକ୍ଷକ ପାର୍ଥସାରଥୀ ଦାଶ ମୁଖ୍ୟ ଅତିଥି, କବି ସଚିତ୍ର କୁମାର ବେହୁରା ମୁଖ୍ୟବକ୍ତା, ଶିକ୍ଷାବିତ୍ ସନାତନ ତରାଇ, ସି ଆର ସି ସି ବିନୟ କୁମାର ଦାସ, ପ୍ରାକ୍ତନ ପ୍ରଧାନଶିକ୍ଷକ ଅଶୋକ କୁମାର ଦାସ,ଦାମୋଦର ସାହୁ,ରବୀନ୍ଦ୍ର କୁମାର ପାତ୍ର, ଦିଲ୍ଲୀପ କୁମାର ଖଣ୍ଡାଇ, ପ୍ରେମାନନ୍ଦ ଦାଶ, ସତ୍ୟାନନ୍ଦ ବିଶ୍ୱାଳ,ଦୟାନିଧି ନାୟକ ପ୍ରିୟ ରଞ୍ଜନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ପ୍ରଧାନଶିକ୍ଷକ ଶ୍ରୀମଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ନମିତା ସେନାପତି ବିବରଣୀ ପାଠ କରିଥିଲେ।ସହକାରୀ ଶିକ୍ଷୟତ୍ରୀ ସୌମ୍ୟାକାନ୍ତି ସାହୁଙ୍କୁ ବର୍ଷର ଶ୍ରେଷ୍ଠ ଶିକ୍ଷକ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା।କ୍ରୀଡା ଶିକ୍ଷକ ଶ୍ରୀକାନ୍ତ ମଲିକଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ବାର୍ଷିକ କ୍ରୀଡାରେ ଚାମ୍ପିୟନ ହୋଇଥିବା ମଧୁସୂଦନ ଦାସ ଓ ଶୁଭସ୍ମିତା ତରାଇଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସହକାରୀ ଶିକ୍ଷକ ଅମର କୁମାର ବେହେରା ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବକୁ ଶିକ୍ଷୟତ୍ରୀ ହେମଲତା ଆଚାର୍ଯ୍ୟ, ବନମାଳୀ କୁଣ୍ଡ ଓ ମିହିର ଜେନା ପରିଚାଳନା କରିଥିଲେ।











