ପଟ୍ଟାମୁଣ୍ଡାଇରେ ସ୍ବେଛାକୃତ ରକ୍ତଦାନ ଶିବିର



ପଟ୍ଟାମୁଣ୍ଡାଇ ତା ୧୬/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅରଡ଼ା ବଜ୍ର ମହାକାଳୀ ଯୁବକ ସଂଘ ଓ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ଡିଭାଇନ ପ୍ୟାଲେସ ଠାରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବକ ସଂଘ ସଭାପତି ଆଡ଼ଭୋକେଟ ମନୋଜ କୁମାର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦଘାଟନ କରିଥିଲେI ଏହି ଶିବିରରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ କୁମାର ସାହୁ, ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ଓକିଲ ସଂଘ ସଭାପତି ତପନ କୁମାର ମିଶ୍ର, ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ଅକ୍ଷୟ ସାହୁ,ଆଇନୀଜୀବି ବିଜ୍ଞାନ ମିହିର ଜେନା. ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର,ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ,ଯୁବ ସମାଜସେବୀ ତପନ ପାତ୍ର,ଅର୍ଜୁନ ଚରଣ ନାୟକ, ଆଇନଜୀବି ପ୍ରବୀର ପାତ୍ର ଓ ହୃଦାନନ୍ଦ ମହାନ୍ତି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସIହିତ କରିଥିଲେ ।ଏହି ଶିବିରକୁ ପ୍ରଦୀପ ମହାନ୍ତି ଗୌତମ ଦାସ ସାରଦାପ୍ରସାଦ ମହାନ୍ତି, ଅଜିତ ନାୟକ,ଅସିତ ମହାନ୍ତି, ରଶ୍ମି ରଞ୍ଜନ ନାୟକ, କିଶୋର ଦାସ ପରିଚାଳନା କରିଥିବାବେଳେ ଉମାକାନ୍ତ ରାଉତ ମହେନ୍ଦ୍ର ଦାସ, ସୁନନ୍ଦ ସାହୁ,ତପନ କୁମାର ଦାସ, ବିକ୍ରମ ପାତ୍ର, ରଶ୍ମି ରଞ୍ଜନ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।


Next Post

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକଉତ୍ସବ

Sun Feb 16 , 2025
ପଟ୍ଟାମୁଣ୍ଡାଇ ତା ୧୬/୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ସଂଗ୍ରାମ ସ୍ୱାଇଁଙ୍କ ପୌର ହିତ୍ୟ ଓ ଆଚାର୍ଯ୍ୟା ଶିବାନୀ ଦାଶ ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ସଂକୁଳ ପ୍ରମୁଖ ଗୋଲକ ବିହାରୀ ଭୂୟାଁ, ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ସି ଆର ସି ସି ସଞ୍ଜୟ ସାହୁ ସମ୍ମାନିତଅତିଥି […]

KANIKA