ମୋଟର କର୍ମଚାରୀ ସଂଘର ଅନୁଷ୍ଠିତ ବୈଠକ



କେନ୍ଦ୍ରାପଡା ୧୩/୧୦- କେନ୍ଦ୍ରାପଡା ଡିଆରଡିଏ କାର୍ଯ୍ୟଳୟ ପ୍ରାଗଂଣରେ ସରକାରୀ ମୋଟର କର୍ମଚାରୀ ସଂଘର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ଅନିରୁଦ୍ଧ ବେହେରାଙ୍କ ସଭାପତିତ୍ୱରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଦସ୍ୟମାନେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥିଲେ । ସେକ୍ରେଟାରୀ ଆଶିଷ କୁମାର ବିଶ୍ୱାଳ ସଂଘର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ଅବସରପ୍ରାପ୍ତ ଗାଡ଼ିଚାଳକ ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରତାପ କୁମାର ବେହୁରା, ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା । ଅବସରପ୍ରାପ୍ତ ମୋଟର କର୍ମଚାରୀ ସେକ୍ ଅରମାନ ଅଲ୍ଲୀ, କ୍ୟାସିୟର ଅଭିମନ୍ୟୁ ଦାସ, ଚତୁର୍ଭୁଜ ପ୍ରଧାନ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସେମାନଙ୍କୁ ସମ୍ବଦ୍ଧିତ କରିଥିଲେ । ର୍ଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରିବା ସହିତ ଅବସରପ୍ରାପ୍ତ ସରକାରୀ ମୋଟର କର୍ମଚାରୀଙ୍କ ଉତ୍ତୋରତ୍ତର ମଙ୍ଗଳ କାମନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading