
ପଟ୍ଟାମୁଣ୍ଡାଇ ତା ୨୦/୧-କେନ୍ଦ୍ରାପଡ଼ା ଜିଲ୍ଲାର ବିଶିଷ୍ଟ ସାମ୍ୟବାଦୀ ନେତା ଶିକ୍ଷାବିତ ଲଷ୍ମୀଧର ପାତ୍ରଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ପଟ୍ଟାମୁଣ୍ଡାଇ ବେଲତଳ ଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ଅଧ୍ୟାପକ ଗୋଲେଖ ଚନ୍ଦ୍ର ମହାରଣାଙ୍କ ପୌରହିତ୍ୟ ଓ ଯୁବ ସମାଜସେବୀ ନଳିନୀକାନ୍ତ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଡ଼ ଅଲେଖ ଜେନା, କିଶୋର ତରାଇ ଓ ରାଧାକାନ୍ତ ସେଠୀ, ଜିଲ୍ଲା ପରିଷଦ ପ୍ରାକ୍ତନ ଅଧକ୍ଷା ଗୀତାଞ୍ଜଳି ସେଠୀ ବରିଷ୍ଠ ନେତା ଡା ବାସୁଦେବ ପାତ୍ର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୂର୍ବତନ ବ୍ଲକ ଅଧକ୍ଷ ନିଶିକାନ୍ତ ପ୍ର୍ରଧାନ, ପ୍ରାକ୍ତନ ବରିଷ୍ଠ ପ୍ରଶାସକ ଡ଼ କେଳୁ ଚରଣ ସ୍ୱାଇଁ ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ, ଆଦର୍ଶ ଥାନା ଅଧିକାରୀ ବନ୍ଦନା ପାତ୍ର,ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ପ୍ରାକ୍ତନ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ, ବିଜେପି ଯୁବ ନେତା ମିଟୁ ମନୋଜ ନାୟକ ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ ବରିଷ୍ଠ ବିଜେଡି ନେତା ଅମୂଲ୍ୟ ପ୍ରଧାନ ରାଜ୍ୟ ବିଜେପି ସଖ୍ୟାଲଘୁ ସେଲ ଉପ ସଭାପତି ସଲିମ ଖାଁ, ଜିଲ୍ଲା ବିଜେପି ଉପସଭାପତି ଶ୍ରୀଧର ପ୍ରଧାନ ଓ ମନିଷା ପଣ୍ଡା, ବିଜେପି ଯୁବନେତା ସଞ୍ଜୟ ସ୍ୱାଇଁ, ଜ୍ୟୋତି ପ୍ରକାଶ ପ୍ରଧାନ, ଅଲେଖ ପରିଡା, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋସ୍ନାରାଣୀ ଜେନା, କାନନବାଳା ଦାସ, ସନାତନ ତରାଇ,ଶଙ୍କର୍ଷଣ ଦାଶ, ବ୍ରଜବନ୍ଧୁ ଦାଶ, ମିନତୀ ପାତ୍ର, ଗୌରାଙ୍ଗ ମହାନ୍ତି,ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ସ୍ୱାଇଁ, ସୁରେଶ ଚନ୍ଦ୍ର ଜେନା ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବାମପନ୍ଥୀ ନେତା ଶେଳେନ୍ଦ୍ର ମହାନ୍ତି, ଆଳି ବିଜେପି ସଂଯୋଜକ ରଶ୍ମି ରଞ୍ଜନ ବେହେରା, ଚାନ୍ଦୋଳ ବିଜେପି ନେତା ଅକ୍ଷୟ ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚ ନେତା ପ୍ରମୋଦ ସାହୁ ପ୍ରମୁଖ ଭାଷଣ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଓ ଆଳି ଅଞ୍ଚଳରେ ଶିକ୍ଷାର ବିକାଶ କ୍ଷେତ୍ରରେ ଦିବଂଗତ ଆଦର୍ଶ ଶିକ୍ଷକ ପାତ୍ରଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ସୁବାସ ଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରଂଜିତ ପ୍ରାତ୍ର, ଚନ୍ଦନ ପାତ୍ର,ପ୍ରକାଶ ପାତ୍ର, ଅବନୀ ପାତ୍ର ଶୁଭେନ୍ଦୁ ପାତ୍ର, ସମୀର ପାତ୍ର ପରିଚାଳନା କରିଥିବାବେଳେ ରଶ୍ମି ପାତ୍ର, ଅନୁପ ପାତ୍ର,ପ୍ରଫୁଲ୍ଲ ପାତ୍ର, ମାତୃପ୍ରସାଦ ପାତ୍ର,ଦେଵ ପ୍ରସାଦ ପାତ୍ର,ସତ୍ୟପ୍ରସାଦ ପାତ୍ର ଓ ସୋମ୍ୟ ପ୍ରସାଦ ପାତ୍ର ପରିଚାଳନାରେ ସହଯୋଗ କରିଥିଲେ ।










