ଦେବୀପ୍ରଜ୍ଞା ଦେ ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର, ୯ଜଣ ପାଇଲେ ଏ୧



ପଟ୍ଟାମୁଣ୍ଡାଇ ତା ୨/୫- ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ହାଇସ୍କୁଲର ୯ଜଣ ଛାତ୍ରଛାତ୍ରୀ ବିଶେଷ ସଫଳତା ହାସଲ କରି ଏ୧ ଗ୍ରେଡ଼ ହାସଲ କରିଛନ୍ତି ।  ସେଥି ମଧ୍ୟରେ ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ତଥା ପ୍ରଶାନ୍ତ କୁମାର ଦେ ଓ ଡଲି ଦାସଙ୍କ କନ୍ୟା ଦେବୀପ୍ରଜ୍ଞା ଦେ ସର୍ବୋଚ୍ଚ ୫୫୫ନମ୍ବର ରଖି ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି।  ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର ଦେବୀ ପ୍ରଜ୍ଞା ତାଙ୍କ ସଫଳତାର ଶ୍ରେୟ କଠିନ ପରିଶ୍ରମ ଇଶ୍ୱରଙ୍କ ଆଶୀର୍ବାଦ, ଗୁରୁ ଗୁରୁ ମା ଓ ପିତା ମାତା ଗୁରୁଜନଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରକାଶ କରିଛନ୍ତି ।  ଭବିଷ୍ୟତରେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି ।  ମଦନପୁର ୟୁ କେ ମହାବୀର ହାଇସ୍କୁଲ ଛାତ୍ର ସୌମ୍ୟକାନ୍ତ ସାହୁ ୫୪୫ନମ୍ବର ରଖି ଏ୧ଗ୍ରେଡ଼ ହାସଲ କରିବା ସହିତ ବ୍ଲକରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।  ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଆଶା ପ୍ରିୟଦର୍ଶନୀ ପାତ୍ର,ସୁଭଦ୍ରା ପ୍ରଧାନ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଛାତ୍ରୀ ଅଭିଲିପ୍ସା ରାଉତ ସାନଜରିଆ ହାଇସ୍କୁଲର ରୁଦ୍ର ପ୍ରଧାନ ୫୪୦ ନମ୍ବର ରଖି ଏ ୧ଗ୍ରେଡ଼ ହାସଲ କରିଛନ୍ତି ।  ଏହାଛଡା ବ୍ଲକରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସୌମ୍ୟକାନ୍ତଙ୍କ ବ୍ୟତୀତ ମଦନପୁର ୟୁ କେ ମହାବୀର ହାଇସ୍କୁଲର ୩ଜଣ ଏ୧ ଗ୍ରେଡ଼ ପାଇଥିବାରୁ ସମୁଦାୟ ୪ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ଼ ପାଇଛନ୍ତି ।  ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ବ୍ଲକ ଟପ୍ପର ସହ ୨ ଛାତ୍ରୀ ଏ୧ଗ୍ରେଡ଼, ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଛାତ୍ରୀ ଏ୧ ଗ୍ରେଡ଼ ଓ ସାନଜରିଆ ହାଇସ୍କୁଲ ଛାତ୍ର ଏ୧ ଗ୍ରେଡ଼ ସହିତ ପଟ୍ଟାମୁଣ୍ଡାଇ ବ୍ଲକରେ ସମୁଦାୟ ୯ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ଼ ହାସଲ କରିଛନ୍ତି ।  ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଓ ଶିକ୍ଷାବିତ ସୁରେଶ ଜେନା ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । 


Next Post

ସଂଗ୍ରାମୀ ନେତା ସ୍ବର୍ଗତ ରବୀନ୍ଦ୍ର ବେହେରାଙ୍କ ୭୮ତମ ଜୟନ୍ତୀ

Sun May 3 , 2026
ପଟାମୁଣ୍ଡାଇ ତା ୨/୫- ପଟ୍ଟାମୁଣ୍ଡାଇ ମାଟିର ସାଲିସ ବିହୀନ ସଂଗ୍ରାମର ସେ ଥିଲେ ମୁକୁଟ ବିହୀନ ସମ୍ରାଟ। ଛାତ୍ର ଜୀବନରୁ ଶେଷ ଜୀବନ ଯାଏଁ ସମାଜର ତଳ ପାହାଚର ମଣିଷର ହକ ପାଇଁ ନିଜର ସଂଗ୍ରାମ ଜାରି ରଖିବା ସହିତ ପଟ୍ଟାମୁଣ୍ଡାଇର ପ୍ରତିଟି ସ୍ୱାର୍ଥ କୋର୍ଟ ପ୍ରତିଷ୍ଠା ଠାରୁ ବସଷ୍ଟାଣ୍ଡ ପ୍ରତିଷ୍ଠା ଓ ନିର୍ବାଚନମଣ୍ଡଳୀ ଉଛେଦ ପର୍ଯ୍ୟନ୍ତ ସବୁଠି ରବୀନ୍ଦ୍ର ଛାଡି ଯାଇଛନ୍ତି ନିଜ ସଂଗ୍ରାମର ପଦଚି଼ହ୍ନ ବୋଲି ପଟ୍ଟାମୁଣ୍ଡାଇର […]