ପଟ୍ଟାମୁଣ୍ଡାଇ ପୌରପରିଷଦରେ ଖୋଲାଖୋଲି ଅପଚୟ ହେଉଛି ବିଦ୍ୟୁତ, ବିଲ ଗଣୁଛି ପରିଷଦ


ସାରା ରାଜ୍ୟରେ ବିଜୁଳି ସଙ୍କଟ ଦେଖାଦେଉଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେଉଛି । ମାତ୍ର ପଟ୍ଟାମୁଣ୍ଡାଇ ପୌରପରିଷଦରେ ରାତି ଦିନ ୨୪ ଘଂଟା ବିଜୁଳି ଷ୍ଟ୍ରଟ ବତୀ ଜଳୁଛି । ବିଦ୍ୟୁତ ଅପଚୟ ହେବା ସହ କୋଟି କୋଟି ଟଙ୍କା ବିଲ ବାବଦକୁ ବିଦ୍ୟୁତ କମ୍ପାନୀକୁ ଦିଆଯାଉଛି । ଦିନରେ ଅପଚୟ ହେଉଥିବା ବିଦ୍ୟୁତକୁ ଯଦି ସଠିକଭାବେ ପରିଚାଳନା ହୋଇପାରନ୍ତା ତେବେ ଅଯଥାରେ ଦିଆଯାଉଥିବା କୋଟି କୋଟି ଟଙ୍କା ବିଜୁଳି ବିଲକୁ ରୋକି ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଆଇନଜିବୀ ପ୍ରମୋଦ ସାହୁ କୁହନ୍ତି ବିଦ୍ୟୁତ ଶକ୍ତିକୁ ଖୋଲାଖୋଲି ଅପଚୟ କରାଯାଉଥିବାବେଳେ ଏହାର କାରଣ ଆଉ ନିରାକାରଣ ପାଇଁ ଜିଲ୍ଲା ପ୍ରଶାସନ କି ପୌର ପ୍ରଶାସନର ନିଘା ନାହିଁ । ପ୍ରଶାସନର ବେଖାତିର ମନୋଭାବ ଯୋଗୁ ସରକାରଙ୍କ (ଜନସାଧାରଣ ଟ୍ୟାକ୍ସ) କୋଟି କୋଟି ଟଙ୍କା ପାଣିରେ ପଡୁଛି । ପରିଚାଳନା ଗତ ତ୍ରୁଟି ଯୋଗୁ ସାଧାରଣ ଲୋକଙ୍କ ଅର୍ଥ ଆଉ ସରକାରୀ ଯୋଜନାଗୁଡିକ ସବୁ ଧୂଳିସାତ ହେଉଥିବା ନେଇ ଅଭିଯୋଗ ହେଉଛି । ଅପଚୟ ହେଉଥିବା ଏହି ବିଦ୍ୟୁତ ବିଲକୁ ପ୍ରତ୍ୟେକ ପୌରପରିଷଦ ପାଣ୍ଠିରୁ ପୈଠ କରାଯାଉଛି ।

ଯୁବନେତା ଜ୍ୟୋତି ପ୍ରକାଶ ପ୍ରଧାନ କୁହନ୍ତି ଏବେବି ବହୁ ସ୍ଥାନରେ ଲୋକ ବିଦ୍ୟୁତ ସେବାରୁ ବଂଚିତ ହୋଇ ରହିଛନ୍ତି । ବହୁତ ଗ୍ରାମ ଏପରି ରହିଛି ଯେଉଠି ବିଦ୍ୟୁତ ସଂଯୋଗ ଅଦ୍ୟାବଧି ହୋଇପାରିନାହିଁ । କେଉଁଠି ବିଦ୍ୟୁତ ଖୁଂଟ ପଡିଛି ତ କେଉଁଠି ଭିତିଭୂମିର ଅଭାବ ରହିଛି । କିନ୍ତୁ ପଟ୍ଟାମୁଣ୍ଡାଇ ଅଂଚଳରେ ବିଦ୍ୟୁତର ଅପଚୟ ଚାଲିଛି । ଦିନରେ ଷ୍ଟ୍ରିଟ ଲାଇଟ ଜଳୁଥିବା ବେଳେ କାହାର ନଜର ମଧ୍ୟ ନାହିଁ । ଏହାକୁ ରୋକାଯିବା ପାଇଁ ଜିଲ୍ଲା ପ୍ରଶାସନ, ପୌରପରିଷଦ ଅଧିକାରୀ ବ୍ୟବସ୍ଥା କରନ୍ତେ ତେବେ ପଟ୍ଟାମୁଣ୍ଡାଇ ଅଂଚଳରେ ବିଦ୍ୟୁତ ଅପଚୟ ହୁଅନ୍ତା ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତିି ।

ଶକ୍ଷାବିତ୍ ପ୍ରଫୁଲ୍ଲ ଦାଶ କୁହନ୍ତି ପୈରାଂଚଳ ୨୦ ଟି ୱାର୍ଡ଼ରେ ଲାଇଟ ବାବଦ ଅଯଥାରେ କୋଟିକୋଟି ଟଙ୍କା ପାଣିରେ ପଡୁଥିବା ଜାଣିବାକୁ ମିଳିଛି । ପ୍ରତି ୱାର୍ଡ଼ରେ ଦିନରେ ଜଳୁଥିବା ବିଦ୍ୟୁତ ବନ୍ଦ କରିବା ପାଇଁ କିଛି ବ୍ୟକ୍ତିଙ୍କୁ ମାସିକ ଦରମା ହିସାବରେ ରଖାଯାଇପାରନ୍ତା ତେବେ ବେକାରୀ ସମସ୍ୟା ଦୂର ହେବା ସହ ବିଦ୍ୟୁତ ଅପଚୟ ରୋକାଯାଇପାରନ୍ତା ।

ବୁଦ୍ଧିଜିବୀ ଅନନ୍ତ ଦାଶ କୁହନ୍ତି କୋଟି କୋଟି ଟଙ୍କା ବ୍ୟୟରେ ସରକାର ଲୋକଙ୍କୁ ଆଲୁଅ ଯୋଗାଇ ଦେଇଛନ୍ତି । ରାଜ୍ୟ ତଥା ଜାତୀୟ ସଡକ ଠାରୁ ଆରମ୍ଭ କରି ଗ୍ରାମର ଗଳି ଗଳିରେ ହଜାର ହଜାର ଲାଇଟ ଲାଗିଛି । ହାଇମାକ୍ସ ଲାଇଟ, ସେମି ହାଇମାକ୍ସ ଲାଇଟ, ଆଉ ବିଭିନ୍ନ ବିଦ୍ୟୁତ ଖୁଂଟ ଗୁଡିକରେ ୨୦, ୩୫, ୪୫, ୭୦, ୯୦, ୧୧୦, ୧୨୦ ୱାଟର ବଲ ଆଉ ଏଲଇଡି ସବୁ ଲାଗିଛି । ଏହିସବୁ ବଲ ଆଉ ଏଲଇଡି ସବୁ ୨୪ ଘଂଟା ଲେଖାଏଁ ଜଳୁଥିବା ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ଦିନରେ ଜଳୁଛି ରାତିରେ ଅନ୍ଧକାରମୟ । ତେବେ ଏହାର ସମାଧାନ କରିବାକୁ ଆଉ ବିଦ୍ୟୁତ ଶକ୍ତି ଅପଚୟ ରୋକିବା ଜିଲ୍ଲା ପ୍ରଶାସନର ନୈତିକ ଦାୟିତ୍ୱ ଆଉ କର୍ତର୍ବ୍ୟ ବୋଲି ସେ ମତ ଦେଇଛନ୍ତି ।

ସାମାଜିକ କର୍ମୀ ଦେବାଶିଷ ପଣ୍ଡା କୁହନ୍ତି ପୌରାଂଚଳ ପରି ୩୧ ପଂଚାୟତରେ ସମାନ ଅବସ୍ଥା ହେଉଥିବା ବେଳେ ପ୍ରାୟ ପଂଚାୟତରେ କମ ରୁ କମ୍ ୨୦ ହଜାରରୁ ଉର୍ଦ୍ଧ୍ୱ ଲେଖାଏଁ ଟଙ୍କା ମାସିକ ବିଦ୍ୟୁତ ବିଲ ପୈଠହେଉଛି । ଦିନରେ ଜଳୁଥିବା ଲାଇଟ ବାବଦ ଅଯଥ ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅଯଥା ମାସିକ ଖର୍ଚ୍ଚ ହେଉଛି । ଏହାଛଡା ବଡ଼ ବଡ଼ ପଂଚାୟତର ବିଲକୁ ହିସାବକୁ ନେଲେ ପଟ୍ଟାମୁଣ୍ଡଇ ଅଂଚଳରେ ଅଯଥାରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପାଣିରେ ପଡୁଥିବା ଜାଣିବାକୁ ମିଳିଛି । ଯଦି ଏହାକୁ ରୋକାଯିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରନ୍ତେ । ତେବେ ଜିଲ୍ଲାରେ ବିଦ୍ୟୁତ ଅପଚୟ ହୁଅନ୍ତା ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଏ ବାବଦରେ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରିଙ୍କୁ ପଚାରିବାରେ ଟାଇମିଙ୍ଗ ସମସ୍ୟା ରହିଛି । ଖୁବଶୀଘ୍ର ତାହାର ମରାମତି କରାଯିବ ବୋଲି ସେ କହିଛନ୍ତି ।


Next Post

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଯୁବକ କୋର୍ଟ ଚାଲାଣ

Tue Sep 26 , 2023
କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଂଚଳରେ ଜନୈକା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଜଣେ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି । ଖୁଦୁରୁକୁଣୀ ଓଷା ସରିବା ପରେ ମୂର୍ତି ବିସର୍ଜନ କରିବା ପାଇଁ ନାବାଳିକା ସାଙ୍ଗମାନଙ୍କ ସହିତ ନଦୀକୂଳକୁ ଯାଇଥିଲା । ଏହା ମଧ୍ୟରେ ଓସ୍ତିଆ ଗ୍ରାମର ଚନ୍ଦ୍ରଶେଖର ବଳ(୨୮) ଜନୈକା ନାବାଳିକା ନିକଟରେ ପହଂଚି ତାର ପାଟିକୁ ଚାପିଦେଇ ଗଛମୂଳକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା […]

You May Like