ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ : ମାନବିକ ଅଧିକାରକୁ ମଜବୁତ କରିବା ସମାଜର ସାମୂହିକ ଦାୟିତ୍ୱ


ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ସାଧାରଣ ବିଭାଗ ପକ୍ଷରୁ ୭୫ତମ ବିଶ୍ୱ ମାନବାଧିକାର ଦିବସ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଅଡିଟୋରିୟମରେ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ବୋର୍ଡ ସଭାପତି ପ୍ରତାପ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ହରିହରବାଳାଶ୍ରମ ଅଧ୍ୟକ୍ଷ ଡଃ ବୀଣାପାଣି ଦାସ ଯୋଗ ଦେଇ ପ୍ରତିବର୍ଷ ୧୦ ଡିସେମ୍ବରରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା ମାନବାଧିକାର ଦିବସ ପାଳନ କରାଯାଏ । ସାଧାରଣ ଲୋକଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରିବା ପାଇଁ ଏହି ଦିବସ ପାଳନ କରାଯାଏ ବୋଲି କହିଥିଲେ ।

ମୁଖ୍ୟ ବକ୍ତା ଭାବେ ମାନବାଧିକାର କର୍ମୀ ଶିବସୁନ୍ଦର ସ୍ୱାଇଁ ତାଙ୍କ ଅଭିଭଷଣରେ କହିଥିଲେ ଯେ, ମାନବାଧିକାର ଆଇନରେ ସ୍ୱାସ୍ଥ୍ୟ, ଆର୍ଥିକ ସାମାଜିକ ଓ ଶିକ୍ଷା ଭଳି ଅଧିକାର ସାମିଲ ହୋଇଛି । ଏହା ମଣିଷର ଜନ୍ମଗତ ଅଧିକାର । ଯଦ୍ୱାରା ମଣିଷ ଜାତି, ରାଷ୍ଟ୍ରୀୟତା, ଧର୍ମ ଓ ଲିଙ୍ଗ ଆଧାରରେ ସେମାନଙ୍କୁ କେହି ପ୍ରତାରିତ କରିପାରିବେ ନାହିଁ ।


କଟକ ହାଇକୋଟ୍ ଆଇନଜୀବୀ ଦେବାଶିଷ ତ୍ରିପାଠୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ମିଳିତ ଜାତିସଂଘ ଦ୍ୱାରା ୧୯୪୮ ମସିହାରେ ମାନବିକ ଅଧିକାରର ସାର୍ବଭୌମ ଘୋଷଣାକୁ ଗ୍ରହଣ କରାଯିବା ଦିନଠାରୁ ‘ମାନବାଧିକାର ଦିବସ’ ପାଳନ କରାଯାଉଛି । ପ୍ରଥମ ଥର ପାଇଁ ୪୮ଟି ଦେଶ ମିଳିତ ଜାତିସଂଘ ସାଧାରଣ ସଭା ସହିତ ଏହି ଦିନକୁ ପାଳନ କରିଥିଲେ । ୧୯୫୦ରେ ସାଧାରଣ ସଭା ଦ୍ୱାରା ୪୨୩ (ଭି) ପ୍ରସ୍ତାବ ପାରିତ ହେବା ପରେ ସମସ୍ତ ଦେଶ ଏବଂ ସଂଗଠନ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା । ଟଘଏଇ ଡିସେମ୍ବର ୧୯୯୩ ରେ ଏହାକୁ ପ୍ରତିବର୍ଷ ପାଳନ କରିବାକୁ ଘୋଷଣା କରିଥିଲା । ମାନବାଧିକାର କାନୁନ ମଧ୍ୟରେ ସ୍ୱାସ୍ଥ୍ୟ, ଆର୍ôଥକ, ସାମାଜିକ ଓ ଶିକ୍ଷା ଭଳି ଅଧିକାର ସାମିଲ ହୋଇଛି । ଏହି ମଣିଷର ଜନ୍ମଗତ ଅଧିକାର । ଯାହାଦ୍ୱାରା ମଣିଷ ଜାତି, ରାଷ୍ଟ୍ର ।ୟତା, ଧର୍ମ ଓ ଲିଙ୍ଗ ଆଧାରରେ ସେମାନଙ୍କୁ କେହି ପ୍ରତାରିତ କରିପାରିବେ ନାହିଁ । ଭାରତରେ ମାନବାଧିକାର ଆଇନ ୨୮ ଡିସେମ୍ବର ୧୯୯୩ ମସିହାରେ ପାରିତ ହୋଇଥିଲା । ଏହା ପରେ ଭାରତ ସରକାର ୧୨ ଅକ୍ଟୋବର ୧୯୯୩ ମସିହାରେ ମାନବାଧିକାର ଆୟୋଗ ଗଠନ କରିଥିଲେ । ଏହି ଆଇନ ୨୮ ସେପଟେମ୍ବର ୧୯୯୩ ରୁ ଲାଗୁ ହୋଇଥିଲା । ଏହି ଆୟୋଗ ଏବେ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ କ୍ଷେତ୍ରରେ କାମ କରୁଛି । ଯେମିତିକି ଶ୍ରମ, ଏଚଆଇଭି, ବାଲ୍ୟ ବିବାହ, ମହିଳା ଅଧିକାର ଭଳି ସମସ୍ୟା ବେଳେ ମାନବାଧିକାର ଆୟୋଗ ସେମାନଙ୍କ ପାଖରେ ଠିଆ ହେଉଛି ବୋଲି ମତ ବ୍ୟକ୍ତ କରିଥିଲେ ।


ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଦାସ କୁହିଥିଲେ ଭାରତରେ ମାନବାଧିକାରର ସୁରକ୍ଷା ପାଇଁ ପ୍ରଥମେ ୧୯୯୩ ମସିହାରେ ମାନବାଧିକାରର ସୁରକ୍ଷା ଆଇନ ପ୍ରଣୟନ କରାଗଲା । ଏହାକୁ ଭାରତ ସମ୍ବିଧାନର ଧାରା ୫୧ ଓ ଭିଏନା ସମ୍ମିଳନୀରେ ସନନ୍ଦ ଅନୁଯାୟୀ ମାନବାଧିକାର ହେଉଛି ବ୍ୟକ୍ତି ବିଶେଷର ମୁକ୍ତି ,ସମାନତା ଓ ଆତ୍ମମର୍ଯ୍ୟାଦା ପରିବାର ଅଧିକାର , ଯାହା ଭାରତର ସମ୍ବିଧାନରେ ପ୍ରଦତ ମୌଳିକ ଅଧିକାରର ଅନ୍ତର୍ଭୁକ୍ତ । ପ୍ରଣିତ ଆଇନରେ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ମାନବାଧିକାରର ସୁରକ୍ଷା ପାଇଁ ଜାତୀୟ ମାନବାଧିକାର କମିଶନ , ରାଜ୍ୟ ମାନବାଧିକାର କମିଶନ ଏବଂ ମାନବାଧିକାର କୋର୍ଟ ଗଠନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଅଛି । ଭାରତବର୍ଷରେ ମାନବାଧିକାର ଉଲ୍ଲଂଘନ ବିରୋଧରେ ଜନ ସଚେତନତା ବଢିଥିବାରୁ ଏହା ଏକ ରକ୍ଷା କବଚ ସାଜିପାରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଚେତନାତା ଏବେ ମାନବାଧିକାର ଉଲ୍ଲଙ୍ଗନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରଶାସନକୁ ବାଧ୍ୟ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।


ଆଇନଜୀବି କିଶୋର କୂମାର କୁଣ୍ଡୁ, କହିଥିଲେ ପ୍ରତ୍ୟେକ ବ୍ୟକ୍ତିର ଜୀବନ, ସ୍ୱାଧୀନତା, ସମାନତା ଏବଂ ସମ୍ମାନର ଅଧିକାର ମାନବାଧିକାର ଅଧୀନରେ ଆସେ । କିନ୍ତୁ ଆମ ସମାଜରେ ସାଧାରଣ ଲୋକମାନଙ୍କ ପାଖରେ ମାନବାଧିକାର ସମ୍ପର୍କରେ ସଚେତନତା ବିଶେଷ ଭାବେ ଦେଖାଯାଏ ନାହିଁ । ଉପାନ୍ତ ଅଂଚଳରେ ଅଧିକାଂଶ ଲୋକ ଏହି ଅଧିକାର ବିଷୟରେ ଭଲ ଭାବରେ ଜାଣନ୍ତି ନାହିଁ । ସେମାନଙ୍କୁ ଏହି ଅଧିକାର ବିଷୟରେ ଅବଗତ କରାଇବା ଦରକାର ବୋଲି ମତ ରଖିଥିଲେ ।


ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ରାଜ୍ୟ ସଭାପତି ସସ୍ମିତା ଦାସ କହିଥିଲେ ସମ୍ପ୍ରତି ବିଶ୍ୱର ବିଭିନ୍ନ ସ୍ଥାନରେ ମାନବାଧିକାରର ଖୋଲା ଉଲ୍ଲଂଘନ ହେଉଛି । କୋଟି କୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି । ମହିଳା ଓ ମାନବ ଚାଲାଣକାରୀଙ୍କ ନିର୍ଯାତନା ବଢ଼ି ବଢ଼ିି ଚାଲିଛି । ମାନବ ଜାତି ଜଳବାୟୁ ପରିବର୍ତନ, ଆତଙ୍କବାଦ, ସାମାଜିକ ଓ ଅର୍ଥନୈତିକ ଅସମାନତା ଆଦି ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି ।ନିୟମ ଅନୁଯାୟୀ, ଅନ୍ୟର ଅଧିକାର ଛଡ଼ାଇ ନେବା କାହାର ଅଧିକାର ନାହିଁ ଏବଂ ଏହି ନିୟମକୁ ଉଲ୍ଲଂଘନ କରିବା ମାନବିକ ଅଧିକାରର ଉଲ୍ଲଂଘନ ଅଟେ ।ମାନବାଧିକାରକୁ ନେଇ ସରକାର କିମ୍ବା ରାଜ୍ୟ ଅଧିକାରୀଙ୍କ ପାଖରେ ଦାବି କରାଯାଇ ପାରିବ । ମାନବିକ ଅଧିକାର ଆପଣଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇଥାଏ । ଯଦି ଏଥିରେ ଆଂଚ ଆସେ ତେବେ ଆପଣ ରାଜ୍ୟ ସରକାର କିମ୍ବା ସେମାନଙ୍କ ପ୍ରତିନିଧୀଙ୍କ ପାଖରେ ଦାବି କରି ପାରିବେ ବୋଲି କହି । ଓଡିଶାରେ ମାନବାଧିକାର ସୁରକ୍ଷା ଦିଗରେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ସାଧାରଣ ବିଭାଗର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ଏହାକୁ ଅଧିକ ତ୍ୱରାନ୍ୱିତ କରିବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମାନବାଧିକାର କର୍ମୀ. ସାମାଜିକ ସଂଗଠନ, ସମାଜସେବୀ, ଶିଶୁ ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା । କଟକ ଜିଲ୍ଲା ସଭାପତି ନାରାୟଣ ବିଶ୍ୱାଳ ମଂଚ ପରିଚାଳନା କରିଥିବା ବେଳେ ଚିତରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading