କେନ୍ଦ୍ରାପଡ଼ା,୬ା୯:ପବିତ୍ର ଗୁରୁ ଦିବସ ଅବସରରେ କେନ୍ଦ୍ରାପଡ଼ା ସହରସ୍ଥ ପୁରାତନ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭାରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟତ୍ରୀ ପୁଷ୍ପଲତା କର, କ୍ଷଣପ୍ରଭା ପତି ଗୁରୁ ଦିବସର ମାହାତ୍ମ୍ୟ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ବିଦ୍ୟାର୍ଥୀ ମାନେ ବିଦ୍ୟାଳୟ ପରିସରରେ ଥିବା ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚର୍ନା […]
କେନ୍ଦ୍ରାପଡ଼ା, ୬ା୯: ସଂଖ୍ୟାଲଘୁ ଉନ୍ନୟନ ଟ୍ରଷ୍ଟ ଉର୍ଦ୍ଦୁ ପାଠଗାର ପରିଚାଳନା ସମିତିର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷକ ଦିବସ ପାଳନ ଉପଲକ୍ଷେ ଉର୍ଦ୍ଦୁ ପାଠଗାର ତଥା ଗୋଷ୍ଠିକେନ୍ଦ୍ର ପରିସରରେ ଏକ ଜିଲ୍ଲା ସ୍ତରୀୟ ଶିକ୍ଷକ ଉତ୍କର୍ଷ ପୁରସ୍କାର ଉତ୍ସବ – ୨୦୨୪ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଟ୍ରଷ୍ଟର ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସ.ସି.ଇ.ଆର.ଟି.ର ସହକାରୀ ନିର୍ଦେଶକ […]
ପଟ୍ଟାମୁଣ୍ଡାଇ ୬/୯ -ରାଜ୍ୟ ସରକାରଙ୍କ ନିର୍ଦେଶରେ ବାଣିଜ୍ୟକର ବିଭାଗ ପକ୍ଷରୁ ଏକ ଜି ଏସ ଟି ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ପୌର ପରିଷଦ ପ୍ରେକ୍ଷାଳୟ ଗୃହରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କଟକ ୨ ସହକାରୀ କମିଶନର ମୁକ୍ତି ରଞ୍ଜନ ଆଚାର୍ଯ୍ୟ, କଟକ -୨ ସର୍କଲ ଯୁଗ୍ମକମିଶନର ରମେଶ ମଣ୍ଡଳ, ଜଗତସିଂହପୁର ଯୁଗ୍ମ କମିଶନର ଅକ୍ଷୟ ପଣ୍ଡା, କେନ୍ଦ୍ରାପଡ଼ା ଡେପୁଟି କମିଶନର ଅମରେନ୍ଦ୍ର […]
କେନ୍ଦ୍ରାପଡ଼ା,୬ା୯: ବେଆଇନ୍ ଭୃଣହତ୍ୟା ଘଟଣାରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଏହି ମହିଳାଙ୍କ ମଧ୍ୟରୁ ଜଣେ ନର୍ସ ହୋଇଥିବା ବେଳେ ଜଣେ ନର୍ସିଂହୋମର ମାଲିକାଣୀ ଓ ଅନ୍ୟ ଜଣେ ନର୍ସିଂହୋମର କର୍ମଚାରୀ ଅଟନ୍ତି। ସେହିପରି ଗିରଫ ପୁରୁଷ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଘର ମାଲିକ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ […]
ପଟ୍ଟାମୁଣ୍ଡାଇ ୪/୯-ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅର୍ନ୍ତଗତ ଷଣ୍ଢପଲ୍ଲୀ ଗ୍ରାମର ବିଶିଷ୍ଟ ସମାଜସେବୀ ଦିବଗଂତ ବିଶ୍ୱନାଥ ଧଳଙ୍କ ୮୦ତମ ଜନ୍ମଜୟନ୍ତୀ , ମେଧା ପୁରସ୍କାର ଓ ସମ୍ବର୍ଦ୍ଧନା ସଭା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱନାଥ ଧଳ ସ୍ମୃତି କମିଟି ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ […]
କେନ୍ଦ୍ରାପଡ଼ା,୫ା୯: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏକ ବାଇକ ଚୋରୀ ର୍ୟାକେଟ୍ର ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରୀ ବାଇକ ସମେତ ୬ଟି ମୋବାଇଲ ଫୋନ ଜବତ କରିଛି। ଅନ୍ୟ ୨ଜଣ ଚୋର ଫେରାର ହୋଇଯାଇଛନ୍ତି। ଏସମ୍ପର୍କରେ ଟାଉନ ଥାନା ପକ୍ଷରୁ ଗୁରୁବାର ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ କହିଛନ୍ତି । ଗତ […]
କେନ୍ଦ୍ରାପଡା ୫/୯ – କେନ୍ଦ୍ରାପଡାର ପ୍ରମୁଖ ସଂଗଠନ ମୂର୍ଚ୍ଛନା ଓ ଓଡିଶା କଲଚର୍ ଆର୍ଟ ଏକାଡେମୀ ପକ୍ଷରୁ ଗୀତ ଗୀତ ଗୋବିନ୍ଦ ସଦନ ଠାରେ ଗତ ବୁଧବାର ଦିନ ରାଜ୍ୟ ସ୍ତରୀୟ ଗୁରୁ ପୁଜନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶାରୁ ୧୨୦ ଜଣ ଗୁରୁଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ମାନୀତ କରା ଯାଇଥିବା ବେଳେ ଶିଶୁ ପ୍ରତିଭା ସମ୍ମାନରେ ୬୦ ଜଣ ଯୁବ ପ୍ରତିଭା ସମ୍ମାନରେ ୩୦ […]
କେନ୍ଦ୍ରାପଡ଼ା, ୫/୯: ନିକିରାଇସ୍ଥିତ ବୀର ହନୁମାନଜୀୟୁ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ତରଫରୁ ଦିବଂଗତ ପ୍ରାକ୍ତନ ଜୀବ ବିଜ୍ଞାନ ବିଭାଗର ଡେମୋନ୍ଷ୍ଟ୍ରେଟର୍ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ “ତାଳବଣ” ସୃଷ୍ଟି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଆନୁଷ୍ଠାନିକ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଉକ୍ତ କାର୍ଯ୍ୟକ୍ରମର ଉପାଦେୟତା ସମ୍ବନ୍ଧରେ ମତ ପ୍ରକାଶ କରିଥିଲ । ଅନୁଷ୍ଠାନର ଯୁବ […]
କେନ୍ଦ୍ରାପଡ଼ା,୫ା୯: କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ବିଧାୟକ ଦୂର୍ଗା ପ୍ରସନ୍ନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡ଼ା ଲୋକସଭା […]
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ତା ୫/୯-ନୈତିକ ଆଧ୍ୟାତ୍ମିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ ପାଇଁ ଗୁରୁକୁଳ ପରମ୍ପରାରେ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠ ପରିସରରେ ଗଢି ଉଠିଥିବା ନିଆରା ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ସବୁ କ୍ଷେତ୍ରରେ ସଫଳତାର ପାହାଚ ଚଢି ଚାଲିଥିବାବେଳେ ଆଜି ନିଆରା ଢଙ୍ଗରେ ଗୁରୁ ଦିବସ ପାଳନ କରି ଗୁରୁ -ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।ଏହି […]
କେନ୍ଦ୍ରାପଡା ୫/୯ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ଖବରଦାତା ସମ୍ମିଳନୀ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଖବରଦାତା ମାନଙ୍କୁ ସୁଚନାଦେଇ ଜିଲ୍ଲାପାଳ କହିଥିଲେ ଯେ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ସଶକ୍ତ କରିବ। ଏହି ଯୋଜନାରେ ସମସ୍ତ ହିତାଧିକାରୀ ସାମିଲ ହୋଇପାରିବେ। […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ବରିଷ୍ଠ ନାଗରିକ ସମନ୍ୱୟ ସମିତି ବୈଠକ ପବିତ୍ର ଗୁରୁ ଦିବସ ଅବସରରେ ତଳାପଡ଼ିଆ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ସମନ୍ୱୟ ସମିତି ସଭାପତି ବିଭୁତି ଭୂଷଣ ପଟ୍ଟନାୟକଙ୍କ ପୌରାହିତ୍ୟରେ ଆୟୋଜିତ ବୈଠକରେ ଅଳପୁଆ ପଞ୍ଚାୟତ ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ କିଶୋର ବେହେରା, ପୂର୍ବତନ ସମିତି ସଭ୍ୟ ଚନ୍ଦନ ସାହୁ, ପ୍ରାକ୍ତନ […]
ପଟ୍ଟାମୁଣ୍ଡାଇ ୪/୯-ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆବେଦନ ପ୍ରକିୟା ଆରମ୍ଭ ହୋଇଛି । ଆବେଦନ ପରେ କେ ୱାଇ ସି ଯାଂଚ କରାଯାଇ ହିତାଧିକାରୀ ତାଲିକା ଚୂଡାନ୍ତ ହେବ। ସେପ୍ଟମ୍ବର ୧୭ ତାରିଖରେ ଯୋଜନାର ଶୁଭାରମ୍ଭ କରାଯାଇ କାର୍ଡ ସହ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବା ନେଇ ଗାଇଡଲାଇନ ଆସିବା ପରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ମହିଳାଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏଥିନେଇ ଅଙ୍ଗନୱାଡି କେନ୍ଦ୍ର, […]
କେନ୍ଦ୍ରାପଡ଼ା, ତା ୦୪/୦୯/୨୦୨୪ : ଜମି ପରିଚାଳନା ଏବଂ ଅଭାବି ଲୋକଙ୍କୁ ଏହାର ବଣ୍ଟନ ହେଉଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଦୟିତ୍ୱ । ଏହି ଉପଲକ୍ଷେ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅଡିଟୋରିଅମଠାରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ତହସିଲଦାର, ରେଭିନ୍ୟୁ ସୁପରଭାଇଜର, ରାଜସ୍ୱ ନିରିକ୍ଷକ, ସହାୟକ ରାଜସ୍ୱ ନିରିକ୍ଷକ, ଅମିନମାନଙ୍କର ବସୁନ୍ଧରା ଯୋଜନା ସମ୍ବନ୍ଧୀୟ ଏକ ତାଲିମ, ସଚେତନତା […]
କେନ୍ଦ୍ରାପଡ଼ା,୪ା୯: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ପଞ୍ଚାୟତର ଖଇରାବାଦ ଅଙ୍ଗନୱାଡି କେନ୍ଦ୍ରଟି ଏବେ ଭୁତ କୋଠି ପାଲଟିଛି । କାରଣ କିଛିମାସ ତଳେ ସେଠାରେ ଟାଇଲ ବିଛାଇବା କାର୍ଯ୍ୟ ହୋଇଥିବା ବେଳେ ସବୁଯାକ ଟାଇଲ ଫାଟି ଏବେ ମେଲା ହୋଇଯାଇଛି । ଯୁଆଡେ ଦେଖିବ ସେଆଡେ ଟାଇଲ ଗୁଡିକ ଦବିଯାଇ ଫାଟିଯାଇଛି । ଏହି କେନ୍ଦ୍ରକୁ ଆସୁଥିବା ଶିଶୁମାନେ ତଳେ ବସିପାରୁ ନାହାଁନ୍ତି । ଏହି ଫଟା ଟାଇଲରେ […]
ଭୁବନେଶ୍ବର ଡ଼.ରଶ୍ମିତା ସେଠୀ: ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକରେ ଅବସ୍ଥିତ । ଏହାକୁ ଥୋମାସ ଏଡୱାଡ ରେଭେନ୍ସା (ଞଷକ୍ଟଜ୍ଞବଗ୍ଦ ଋୟଙ୍ଗବକ୍ସୟ ଜବଙ୍ଖରଦ୍ଭଗ୍ଦଷବଙ୍ଗ) , ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ । ୧୫ ନଭେମ୍ବର ୨୦୦୬ରେ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା ତେଣୁ ଏବେ କିଛିଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାର ନାଁ ପରିବର୍ତ୍ତନ କରିବା ନେଇ ବିଷୟବସ୍ତୁ ଉଠାଇଥିଲେ। ଏବଂ ତାହା ପରେ ଆଲୋଚନାର ପରିସରକୁ […]
କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ପଂଚାୟତ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରକୃତିପଲ୍ଲୀ ରାମନାହାକଡିଆକୁ ଏକ ପଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଅଂଚଳର ଆର୍ôଥକ ବିକାଶରେ ସହାୟକ ହୋଇପାରିବ ବୋଲି ଧୋୟାଂଚଳ ବିକାଶ ମଂଚ ପକ୍ଷରୁ ଏକ ପ୍ରତିନିଧିଦଳ ବୁଧବାର ରାଜନଗର ଡ଼ିଏଫଓଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ପଟ୍ଟାମୁଣ୍ଡାଇ ଧୋୟାଂଚଳ ବିକାଶ ମଂଚର ସମ୍ପାଦକ ରାଜ କୁମାର ବିଶ୍ୱାଳ, କାର୍ତିକ ରାଉତ, ପ୍ରେମାନନ୍ଦ ସୂତାର, […]
କେନ୍ଦ୍ରାପଡ଼ା, ୩/୯ : ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ତରଫରୁ ପୂର୍ବ ବର୍ଷ ଭଳି ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ବ୍ୟବସ୍ଥା ଚୁଡାନ୍ତ କରାଯାଇଛି । ଏହି ଉପଲକ୍ଷେ ଆସନ୍ତା ସେପ୍େଟଟମ୍ବର ୫ତାରିଖ ୨୦୨୪ରେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପବିତ୍ର ଗୁରୁଦିବସରେ ଆମ ଜିଲ୍ଲାର ୯ଟି ବ୍ଲକରୁ ୧୦୫୪ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉକ୍ତ […]
କେନ୍ଦ୍ରାପଡା ୩/୯ ଜନସାଧାରଣଙ୍କୁ ବିନାମୂଲ୍ୟରେ ଆଇନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା ସେପ୍େଟମ୍ବର ୧୪ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲା କୋର୍ଟ ସମେତ ଏହାର ନିକଟବର୍ତୀ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ […]
କେନ୍ଦ୍ରାପଡା ଜିଲ୍ଲାର ରାଜକିନିକା ବ୍ଲକ ଅନ୍ତର୍ଗତ ସିକୋ ଏବଂ କାଟଣାବଣିଆ ଗ୍ରାମପଞ୍ଚାୟତରେ ମିଥ୍ୟା ବିଲ୍ କରି ସରକାରୀ ଅର୍ଥକୁ ଆତ୍ମସାତ୍ କରାଯାଇଥିବା ଘଟଣାରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଦେଇଥିବା ଦିବାରାତ୍ର ଧାରଣାର ଷଷ୍ଠ ଦିବସ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ଠାରୁ ପ୍ରତିଶୃତି ମିଳିବା ପରେ ଧାରଣାକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ […]
କେନ୍ଦ୍ରାପଡ଼ା ସମସ୍ତ ଅଟ୍ରୋସିଟି ମାମଲାରେ ତଦନ୍ତ କାରୀ ଅଧିକାରୀଙ୍କ ଅପାରଗ ଯୋଗୁଁ ଗୋଟେ ଗୋଟେ ମାମଲାର ଦୁଇବର୍ଷ ତିନି ବର୍ଷ ମଧ୍ୟରେ ରୁଜୁ କରାଯାଉ ନାହିଁ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ ବେଳେ ମୂଳନୀବାସୀ ୟୁନାଇଟେଡ଼ ଫୋରମ ତରଫରୁ ଅଭିଯୋଗ କରାଯାଇଛି । ଫୋରମର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ସମସ୍ତ ଜାତିଗତ ନିର୍ଯ୍ୟାତନା […]
କେନ୍ଦ୍ରାପଡ଼ା, ୨ା୯ : କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍ହଲ୍ରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ […]
କେନ୍ଦ୍ରାପଡା ପୁରୁଣାବସଷ୍ଟାଣ୍ଡ ସ୍ଥିତ ଡାଇମଣ୍ଡ ଜୁବୁଲି ପାଠାଗାର ଉପରେ ନିର୍ମାଣଧିନ ଗୋଷ୍ଠି କେନ୍ଦ୍ରର ନିର୍ମାଣ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କେନ୍ଦ୍ରାପଡା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିରେ ଉଲ୍ଲେଖ କରାଯାଇଛି ଯେ ସ୍ୱୟଂସହାୟକ ମହିଳାମାନଙ୍କର କୈାଣସି ସମସ୍ୟା ଉପୁଜିଲେ ତାହାର ସମାଧାନ ପାଇଁ ସହରରେ କୈାଣସି ସ୍ଥାନ ନାହିଁ। ଫଳରେ ମହିଳାମାନେ ବୈଠକ କରିବାରେ ସମସ୍ୟାରେ ପଡୁଥିଲେ। ଏନେଇ ସ୍ୱୟଂ […]
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ଦଙ୍ଗା ପରେ ଅନୁପ୍ରବେଶ ଆଶଙ୍କାରେ ଓଡ଼ିଶା ଉପକୂଳବର୍ତୀ ଅଂଚଳ ଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଏହାରି ମଧ୍ୟରେ କେନ୍ଦ୍ରାପଡା ଜିଲା ରାଜନଗର ସାତଭାୟା ସମୁଦ୍ରରେ ଦୁଇଟି କଂଟେନର୍ ଭାସି ଆସିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଥାନୀୟ ଲୋକ କଂଟେନରକୁ ଦେଖି କୂଳକୁ ଆଣିଥିଲେ। […]