କେନ୍ଦ୍ରାପଡା,୬ା୧: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ୮ ଦିନିଆ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଫେସର ଅଶୋକ କୁମାର ଦାସ ଉଦ୍ଘାଟନ କରି ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କୌଶଳ ଗୁଡିକ କିପରି ପ୍ରତ୍ୟେକ ଛାତ୍ରୀପାଇଁ ନିତ୍ୟାନ୍ତ ଆବଶ୍ୟକ ତାହା ତାଙ୍କ ଉଦ୍ବୋଧନ ମାଧ୍ୟମରେ ପ୍ରକାଶ କରିଥିଲେ । ଏଥିରେ ଅଂଶ ଗ୍ରହଣ କରୁଥିବା […]
ରାଜ୍ୟ
କେନ୍ଦ୍ରାପଡା,୬ା୧: ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସଂସ୍କୃତି ଓ ପରମ୍ପରା ଅନୁସାରେ ମକର ସଂକ୍ରାନ୍ତିର ପୂର୍ବ ଦିବସକୁ ନବାଙ୍କ ବେଢା କୁହାଯାଏ । ଏହି ଦିନ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ନବାଙ୍କ ବେଢା ଉତ୍ସବ ଯଥାବିଧି ପାଳନ କରାଯାଏ । ଏହି ଦିନ ମହାଲକ୍ଷ୍ମୀ ବାପଘର ବରୁଣାଳୟରେ ଏକ ମାସ ଅବସ୍ଥାନ କରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଏବଂ ସାଥିରେ ମହାପ୍ରଭୁଙ୍କ ମଣୋହି ପାଇଁ ଚୌରାଶୀ ବ୍ୟଞ୍ଜନ ନେଇ ଆସିଥାନ୍ତି […]
କେନ୍ଦ୍ରାପଡା,୬ା୧: କେନ୍ଦ୍ରାପଡା ଜିଲ୍ଲା ଆୟବା ଗ୍ରାମର ସ୍ୱର୍ଗତ ପୁରୁଷୋତ୍ତମ ବରାଳ ଓ ପଦ୍ମାବତୀ ବରାଳଙ୍କ ସୁପୁତ୍ର ତ୍ରିଲୋଚନ ବରାଳଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୩୧ ତାରିଖରେ ପୁରୀ ଟାଉନହଲଠାରେ ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସମାଜସେବା କ୍ଷେତ୍ରରେ ତିଲୋଚନ ବରାଳଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଛି । ଡକ୍ଟର ତ୍ରିଲୋଚନ ବରାଳ ନାମରେ ନାମିତ କରାଗଲା । ସେ […]
କେନ୍ଦ୍ରାପଡା, ୬ା୧- କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ମହିପାଳ ସ୍ଥିତ ଟେଲିକମ ପଡିଆରେ ଉଦ୍ଘାଟିତ ହୋଇଯାଇଛି । କେମ୍ର ସଭାପତି ଇଂ ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଓ ଉଦ୍ଘାଟକ ଭାବେ ବର୍ଷିଆନ ସାହିତ୍ୟିକ କୃଷ୍ଣ ସିଂହ ଯୋଗ ଦେଇ କହିଲେ ଯେ ଆମ ସଂସ୍କୃତି କୃଷିର ସଂସ୍କୃତି । କୃଷି ହେଉଛି ଆମର ପ୍ରଧାନ କର୍ମକ୍ଷେତ୍ର । ଆଦିମ ମାନବ […]
କେନ୍ଦ୍ରାପଡ଼ା, ୫ା୧: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକ ସ୍ଥାନ ଗୁଡିକରେ ନାକାବନ୍ଦି କରାଯାଇ ଗାଡି ଯାଞ୍ଚ କରାଯିବା ସହ ବିଭିନ୍ନ ହୋଟେଲ ଗୁଡିକୁ ମଧ୍ୟ ପୋଲିସ ଯାଞ୍ଚ କରିଛି। ସେହିପରି ପଟ୍ଟାମୁଣ୍ଡାଇ ପୋଲିସ ପକ୍ଷରୁ ବିଭିନ୍ନ ଛକ ଓ ଜନଗହଳି ଯାଗାରେ ପୋଲିସ ପହରା ମରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ପାଣିକୋଇଲିସ୍ଥିତ ଏକ ସୁନା ଦୋକାନରେ ଡକାୟତି ଓ […]
ପଟ୍ଟାମୁଣ୍ଡାଇ ୫/୧ -ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ବିଶିଷ୍ଟ ସମାଜିକକର୍ମୀ , ସଂଗଠକ, ବହୁ ପ୍ରତିଷ୍ଠାନର ପ୍ରତିଷ୍ଠାତା, ବଳିଷ୍ଠ କର୍ମକାଣ୍ଡ ତତ୍ୱବିତ, ପ୍ରବୀଣ ରାଜନୈତିକ ମାୟାଧର ତ୍ରିପାଠୀଙ୍କ ଦ୍ୱାଦଶ ତିଥିରେ ତାଙ୍କ ଜନ୍ମ ମାଟି ବିଲପୋଖରିଆପଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ଦାମୋଦର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ସ୍ତମ୍ଭକାର ଭାସ୍କର ରାଉତରାୟ, ସରପଂଚ ଅକ୍ଷୟ ସାମଲ, ବରିଷ୍ଠ କଂଗ୍ରେସ ନେତା ମଳୟ ଦାସ, ଗୌରାଙ୍ଗ ସାମନ୍ତରାୟ, ପ୍ରଭାତ ସେଠୀ, […]
ପଟ୍ଟାମୁଣ୍ଡାଇ ତା ୫/୧-ପଟ୍ଟାମୁଣ୍ଡାଇ ଅଂଚଳର ଯୁବସମାଜସେବୀ କଖାରୁଣୀ ଗ୍ରାମର ଉମେଶ ଜେନାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳେକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା । ଦୀର୍ଘ ୧୫ବର୍ଷ ଧରି ଅବିଭକ୍ତ ଖଡିଅଣ୍ଟା ପଂଚାୟତ କଂଗ୍ରେସ ସଭାପତି ଥିଲେ । ପଂଚାୟତର ଉନ୍ନତିରେ ତାଙ୍କର ବଳିଷ୍ଠ ଅବଦାନ ଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକରେ ପରଲୋକ ହୋଇଯାଇଛି । ତାଙ୍କ ମର ଶରୀର କଟକରୁ ପଟ୍ଟାମୁଣ୍ଡାଇରେ ପହଂଚିବା ପରେ ବହୁ […]
କେନ୍ଦ୍ରାପଡା, ୫ା୧: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ ଗୋପଛକଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ରାଜ୍ୟ ସଂପାଦକ ଆଶିଷ କାନୁନ୍ଗୋ ମୁଖ୍ୟ ଅତିଥି ଓ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇଥିଲେ। ଚଳିତ ବର୍ଷ ପାର୍ଟିର ବର୍ଷ ବ୍ୟାପି ଶତବାର୍ଷିକ ଉତ୍ସବ ପାଳନ କରାଯାଉଥିବାରୁ ପାର୍ଟିର ଗୌରବମୟ ଐତିହ୍ୟ ଓ ଜନଗଣଙ୍କ ସ୍ୱାର୍ଥରେ ଦୀର୍ଘ ସାଲିସ ହୀନ ସଂଗ୍ରାମର ଇତିହାସ […]
କେନ୍ଦ୍ରାପଡ଼ା,୫/୧-କେନ୍ଦ୍ରାପଡ଼ା ସହର ସର୍ବ ପୁରାତନ ପ୍ରସିଦ୍ଧ ଶ୍ରୀ ଶ୍ରୀ ବିନୋଦ ବିହାରୀଜୀଉଙ୍କ ମନ୍ଦିର ଗତ ୬ମାସ ତଳେ ବଜ୍ରାଘାତରେ କ୍ଷତିଗ୍ରସ୍ତ ହେବା ପରେ ଏହି ମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନ ଗତ ଶୁକ୍ରବାର ଦିନ ଏହି ମନ୍ଦିର ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ମନ୍ଦିରର ସୁରକ୍ଷା ଓ ଏହାର ପାରିପାଶ୍ୱର୍ିକ ବିକାଶ ନେଇ କ’ଣ କରାଯାଇପାରିବ ସେସଂପର୍କରେ ଟ୍ରଷ୍ଟବୋର୍ଡ଼ […]
କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ପ୍ରଶାସନ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞାପନ ଜାରି କରିବାପରେ ଜମି ହରାଉଥିବା ଚାଷୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସ୍ରୁଷ୍ଟି ହୋଇଛି। ଏହାକୁ ପ୍ରଶମିତ କରିବା ପାଇଁ ଚାଷୀ ପ୍ରତିନିଧିମାନଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ଦ୍ୱିପାକ୍ଷିକ ଆଲୋଚନା ସଭା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିିତ ହୋଇଯାଇଛି। ପ୍ରଶାସନ ଜମି ଅଧିଗ୍ରହଣ କରିବା […]
ପଟ୍ଟାମୁଣ୍ଡାଇ ୫/୧-ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ “୨୦୩୬ସୁଦ୍ଧା ଓଡିଶା ଏକ ବିକଶିତ ରାଜ୍ୟ ହେବାର ସମ୍ଭାବନା” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ବିଭାଗୀୟ ମୁଖ୍ୟ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ପ୍ରଫେସର ମିତାଲି ଚିନାରା ମୁଖ୍ୟଅତିଥି,ଭୁବନେଶ୍ୱର ଜାତୀୟ ବିଜ୍ଞାନଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ସହକାରୀ ପ୍ରଫେସର ଡ଼ […]
କେନ୍ଦ୍ରାପଡା ୪/୧-କେନ୍ଦ୍ରାପଡା ଇଭେଣ୍ଟମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ନିର୍ଦ୍ଦେଶରେ ମହୀପାଳ ସ୍ଥିତ ଟେଲିକମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକମେଳା ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖରେ ଶେଷ ହେବ । ସଦସ୍ୟ ଶୁଭାଶୁଂ ଦାସଙ୍କ ଅଧ୍ୟକ୍ଷତାରେ ଆଜିର ବୈଠକରେ ସଭାପତି ଅକ୍ଷୟ ପାଣି ସଦସ୍ୟମାନଙ୍କୁ ସେମାନଙ୍କ ଦାୟୀତ୍ୱ ବଣ୍ଟନ କରିଥିଲେ । ଏହି […]
କେନ୍ଦ୍ରାପଡ଼ା, ୪ା୧: କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟ ପରିସରରେ ବିଶ୍ୱ ବ୍ରେଲୀ ଦିବସ ଓ ବ୍ରେଲୀ ଲିପିର ଜନକ ମହାତ୍ମା ଲୁଇସ୍ ବ୍ରେଲ୍ଙ୍କ ୨୧୬ତମ ଜୟନ୍ତୀ ଶନିବାର ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱପ୍ନାଂଶୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ, […]
ପଟ୍ଟାମୁଣ୍ଡାଇ ତା ୪/୧-ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ , ଗାଇଡ଼ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜୟ କୁମାର ରାଉତରାୟ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନ ସି ସି ଶିକ୍ଷକ ସରୋଜ କୁମାର ସ୍ୱାଇଁ, କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜିକା ଅନିତା ଧଳ, ସ୍କାଉଟ ମାଷ୍ଟର ଅନିଲ […]
ପଟ୍ଟାମୁଣ୍ଡାଇ ୨/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚାଷୀର ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡି ଦେଇଛି । ବର୍ଷା ଛାଡି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି ଶୁଖିନି । ବର୍ଷା ଜଳ ନିଷ୍କାସନ ପଥ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଜବର ଦଖଲ ହୋଇଥିବାରୁ ଚାଷ ଜମି ଗୁଡ଼ିକରେ ବର୍ଷା ପାଣି ଲହଡ଼ି ମାରୁଛି । ବର୍ଷା ପାଣିରେ ଧାନ ବୁଡିରହିଥିବାରୁ ଗଜା ବାହାରି ଗଲାଣି । ଜଳ ପ୍ରବେଶ […]
ପଟ୍ଟାମୁଣ୍ଡାଇ ୩/୧-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଏମଏନ ହାଇସ୍କୁଲ ଏନସିସି କ୍ୟାଡ଼େଟଙ୍କ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ନିରାକାର ପରିଡା ଉଦଘାଟନ କରିଥିଲେ । ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଏନସିସି କାଡେଟ୍ସ ମାନଙ୍କ ଦ୍ୱାରା ହସ୍ପିଟାଲ ପରିସର ସଫେଇ ସହିତ ଏକ ପରିବେଶ ସଚେତନତା ଅଭିଯାନ କରାଯାଇଥିଲା । ଏମଏନ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ […]
ପଟ୍ଟାମୁଣ୍ଡାଇ ତା ୩/୧-ଓଡିଶାର ସର୍ବବୃହତ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନ (ଗଡ଼ମେକର)ର ୧୮ତମ ଶିଶିର ଉତ୍ସବ ଓ ୩୮ତମ ବାର୍ଷିକ ଉତ୍ସବ ଅବସରରେ ନୂଆ ବର୍ଷ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ସମ୍ମୁଖ ସୁସଜ୍ଜିତ ମଞ୍ଚରେ ଗଡ଼ମେକର ପ୍ରତିଷ୍ଠାତା ନିର୍ଦେଶକ ଗୀତି କବି ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଗୀତ-ବାଦ୍ୟ, ନୃତ୍ୟ,-ନାଟ୍ୟ, ଚିତ୍ରାଦି ପଞ୍ଚକଳାକୁ ନେଇ ଗଡ଼ମେକରର ଆକାଶବାଣୀ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଚିତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ […]
କେନ୍ଦ୍ରାପଡା ୩/୦୧- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଅନ୍ନପୁର୍ଣ୍ଣା ଥୁଏଟର ପୁରୀଠାରେ ଜାତୀର ସ୍ତରୀୟ ଶ୍ରୀକ୍ଷେତ୍ର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ବସନ୍ତ କୁମାର ଦାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଶ୍ରୀକ୍ଷେତ୍ରରତ୍ନ ସମ୍ମାନ ଓ ଶଙ୍ଖକ୍ଷେତ୍ର ସମ୍ମାନ ଓଡିଶାରୁ ୨୦୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବରେ ରାଷ୍ଟପତି ପୁରସ୍କାର […]
କେନ୍ଦ୍ରାପଡ଼ା,୩ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ତ୍ରୟୋଦଶ ମ୍ୟାଚ୍ରେ ଗୋପବନ୍ଧୁ କ୍ରିକେଟ କ୍ଲବ ବିଜୟୀ ହୋଇଛି। ଶୁକ୍ରବାର ଦିନ ଆଳି କ୍ରିକେଟ ଓ ସ୍ପୋର୍ସ କାଉନ୍ସିଲ ଏବଂ ଗୋପବନ୍ଧୁ କ୍ରିକେଟ କ୍ଲବ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗୋପବନ୍ଧୁ କ୍ରିକେଟ କ୍ଲବ ଟସ୍ ଜିତି ବ୍ୟାଟିିଂ କରି […]
କେନ୍ଦ୍ରାପଡ଼ା,୨ା୧: ଜାନୁୟାରୀ ୧ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ଜିଲ୍ଲା ପରିକ୍ରମା କରିବାର ବ୍ୟବସ୍ଥା କରାଯାଇଛି । ଗୁରୁବାର ସକାଳ ସାଢେ ୧୦ଟା ବେଳେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ରଥ ଜିଲ୍ଲାର […]
କେନ୍ଦ୍ରାପଡ଼ା,୨ା୧: ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସୁରକ୍ଷାର ବିକାଶ ଓ ସଫଳ ପରିଚାଳନା ନିମନ୍ତେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଉପଲକ୍ଷେ ଜଣ୍ଟିଲୋ ଡାକବଙ୍ଗଳା ଠାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମତବ୍ୟକ୍ତ କରିଥିଲେ। ଜଳସମ୍ପଦ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଇଂ ଉମେଶ […]
କେନ୍ଦ୍ରାପଡା, ୧ା୧: ଗାଡି ଭଡା ବାବଦ ବକେୟା ଅର୍ଥ ଅଦାୟକୁ ନେଇ ଜଣେ ଗାଡି ମାଲିକଙ୍କୁ ହତ୍ୟା କରାଯାଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ବିରସ୍ୱତୀ ଗ୍ରାମର ନରହରି ନାଥଙ୍କ ପୁଅ କାହ୍ନୁ ଚରଣ ନାଥ ଓରଫ କାଳିଆ (୫୦) ତାଙ୍କ ଟାଟା ଏସି ଗାଡିରେ ଭଡାସୁତ୍ରରେ ସେହି ଗ୍ରାମର କେତେକ ଧାନବେପାରୀଙ୍କ ଧାନ ବିଭିନ୍ନ ସ୍ଥାନକୁ […]
ପଟ୍ଟାମୁଣ୍ଡାଇ ତା ୧/୧-ପଟ୍ଟାମୁଣ୍ଡାଇ ବ୍ଲକର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଂଚାୟତ ଭାବେ ବଡ଼ପଡା ପଂଚାୟତ ପରିଚିତ । ବଡପଡା ସରପଞ୍ଚ ସୌଦାମିନୀ ସେଠୀଙ୍କ ବିୟୋଗ ଯୋଗୁ ପ୍ରାୟ ଦେଢ଼ ବର୍ଷ ପରେ ପଂଚାୟତ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜନୈତିକ ସ୍ପର୍ଶକାତର ପଂଚାୟତ ହୋଇଥିବାରୁ ଏହି ଉପନିର୍ବାଚନର ଫଳାଫଳ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ଏହି ଉପନିର୍ବାଚନରେ ସରପଞ୍ଚ ପଦବୀ ହାସଲ କରିବା ପାଇଁ ଶାସକ ବିଜେପି ବିରୋଧୀ […]
କେନ୍ଦ୍ରାପଡ଼ା,୧ା୧: ବିଶ୍ୱଶାନ୍ତି ପ୍ରାର୍ଥନା ଦିବସର ମୁଖ୍ୟ କେନ୍ଦ୍ର ପୁରାଣ ପ୍ରସିଦ୍ଧ ତୁଳସୀ କ୍ଷେତ୍ର। ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଜାନୁଆରୀ ୧ ତାରିଖ ଦିନ କେନ୍ଦ୍ରାପଡ଼ା ଦିବ୍ୟଜୀବନସଂଘ ପକ୍ଷରୁ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ଅତି ଭକ୍ତିପୂତ ପରିବେଶରେ ପାଳିତ ହୋଇଯାଇଛି।ମହାମନ୍ତ୍ର ମୃତ୍ୟୁଞ୍ଜୟ ମନ୍ତ୍ର, ନାରାୟଣ ମନ୍ତ୍ର, ଦେବୀମନ୍ତ୍ର ଜପ ସହିତ ବିଶ୍ୱ ପ୍ରାର୍ଥନା ଆବୃତ୍ତିି କରାଯାଇଥିଲା। ଅତିରିକ୍ତ […]