କଷଣଅଂଟାରେ ବ୍ଲକସ୍ତରୀୟ ଜ୍ଞାନ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପଟ୍ଟାମୁଣ୍ଡାଇ ୨୯/୧୧ କଳ୍ପତରୁ ନାୟକ-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଦୁଇଟି ପର୍ଯ୍ୟାୟରେ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି। ବ୍ଲକ ବିଜ୍ଞାନ ସଂଯୋଜକ ପ୍ରଭାସ ରଞ୍ଜନ ପ୍ରଧାନଙ୍କ ପୌରହିତ୍ୟ ପୁର୍ବାହ୍ନ ୧୦ଠାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟ ଅତିଥି, କଷଣଅଂଟା ହାଇସ୍କୁଲର ପ୍ରାକ୍ତନ ଶିକ୍ଷକ କବି ସଚିତ୍ର ବେହୁରା ମୁଖ୍ୟବକ୍ତା, […]

କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ଜିଲ୍ଲାରେ ଥିବା ନଦୀବନ୍ଧ ଗୁଡିକର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଅଧିବାସୀମାନଙ୍କୁ ସେହି ନଦୀରେ ଥିବା ବାଲିକୁ ବିନା ମୂଲ୍ୟରେ ନେବାକୁ ଜିଲ୍ଲାପାଳ ଅନୁମତି ଦିଅନ୍ତୁ ବୋଲି ମାଟି-ବାଲି-ପାଣି ସୁରକ୍ଷା ମଞ୍ଚ ପକ୍ଷରୁ ଆବାହକ ବିଧୁଭୂଷଣ ମହାପାତ୍ର ଦାବି କରିଛନ୍ତି । ଏ ନେଇ ମଞ୍ଚର ଆବାହକ ଶ୍ରୀ ମହାପାତ୍ର ଜିଲ୍ଲାପାଳ ସ୍ମୃତିରଞ୍ଜନ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେ ତାଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି ଯେ […]

କେନ୍ଦ୍ରାପଡ଼ା, ୨୯ା୧୧: ନାହିଁନାହିଁର ଜିଲ୍ଲା କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ତରରେ ଦାବି ହେଇ ଆସୁଛି। ଏହାକୁ ଏକ ସାମଗ୍ରିକ ରୂପ ଦେଇ ୨୦୧୬ମସିହାରେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଜନ୍ମଗ୍ରହଣ କଲା। ଏହି ସଙ୍ଗଠନରେ ବିଭିନ୍ନ ରାଜନୈତିକ ଦଳ ସମେତ ବିଭିନ୍ନ ବର୍ଗର ଜନଗଣ ସାମିଲ ହେଇ ଲଗାତାର ଆନ୍ଦୋଳନ କରି […]

କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପ୍ରାଥମିକ କୃଷି ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ବାରୋ ପଂଚାୟତର ପୂର୍ବତନ ସରପଂଚ ଭାଗିରଥୀ ଜେନା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ବାରୋ ସେବା ସମବାୟ ସମିତିରେ ସମ୍ପାଦକ ଭାବରେ ଥିବା ଶ୍ରୀହର୍ଷ ମହାନ୍ତି ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହି କୋଟି କୋଟି ଟଙ୍କା ହଡପ କରିବା ସହିତ ଅଗଣତାନ୍ତ୍ରିକ […]

କେନ୍ଦ୍ରାପଡା,୨୮ା୧୧: ସମକାଳୀନ ଉଭୟ ଓଡ଼ିଆ କଥା ଓ କବିତା କ୍ଷେତ୍ରରେ ସ୍ୱକୀୟ ସ୍ୱତନ୍ତ୍ର ପରିଚୟ ସହ ଅସାମାନ୍ୟ ପ୍ରତିଷ୍ଠା ଅର୍ଜନ କରିଥିବା ବିରଜା ରାଉତରାୟଙ୍କ ପଞ୍ଚମ କବିତା ସଙ୍କଳନ “ନୂଆ ଜହ୍ନ ଉଇଁଛି’ ଆସନ୍ତା ୧ ଡ଼ିସେମ୍ବର ରବିବାର ଦିନ ଏକକାଳୀନ ଭାବେ କେନ୍ଦ୍ରପଡ଼ାର ଦୁଇ ସାରସ୍ୱତ ଉତ୍ସବରେ ପାଠକାର୍ପିତ ହେବ। ଉକ୍ତ ଦିବସର ପ୍ରଥମେ ଦିବା ଅଧିବେଶନରେ କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟରେ ଅନୁଷ୍ଠିତ “ରାକମ୍ -୨୦୨୪’ ସାହିତ୍ୟ ଉତ୍ସବ […]

କେନ୍ଦ୍ରାପଡ଼ା,୨୮ା୧୧: ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ, ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କର ପେନସନର୍ସମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପାରାଦୀପର ମାନବସମ୍ବଳ ବିକାଶ ପରିଚାଳକ ସୁକାନ୍ତ କୁମାର ସାହୁଙ୍କ ପୈାରହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ, ଭୁବନେଶ୍ୱର ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ଏହି ବୈଠକକୁ ପରିଚାଳନା […]

କେନ୍ଦ୍ରାପଡ଼ା,୨୮ା୧୧: ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ନେଇ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଗୋଗୁଆ ଗ୍ରାମର ପ୍ରଶାନ୍ତ ମହାନ୍ତି କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ୧୦ତାରିଖ ଅପରାହ୍ନ ୨ଟାରେ ପୂର୍ବ ବିବାଦକୁ ନେଇ ସେହି ଗ୍ରାମର କେତେକ ଅସାମାଜିକ […]

କେନ୍ଦ୍ରାପଡ଼ା,୨୮ା୧୧: ଦୂର୍ଘଟଣାରେ ମୃତ ମେକାନିକ ନିରାକାର ପରିବାରକୁ ସହାୟତାର ହାତ ବଢାଇଛନ୍ତି ଅଲ ଓଡିଶା ମେକାନିକ ମହାସଙ୍ଘ। ଶୋକ ସନ୍ତପ୍ତ ନିରାକାର ପରିବାରକୁ ସମବେଦନା ଜଣାଇବା ସହିତ ଆର୍ôଥକ ସହାୟତା ପ୍ରଦାନ କରିଛି ‘ଅଲ ଓଡିଶା ମେକାନିକ ମହାସଂଘ’। ଗତ ୧୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅଧିନ ତିକନପୁର ଗ୍ରାମର ନିରାକାର ରାଉତରାୟ ପାରାଦୀପ ଦୋଛକି ନିକଟରେ ଥିବା ନିଜ ଗ୍ୟାରେଜରେ ଏକ ଟ୍ରକ ତଳେ ପଶି […]

ପଟ୍ଟାମୁଣ୍ଡାଇ : ୨୭/୧୧ କଳ୍ପତରୁ ନାୟକ-ଭୁବନେଶ୍ୱର ଓଡିଶା ପରିବେଶ ଶିକ୍ଷଣ କେନ୍ଦ୍ର ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟା ହାଇସ୍କୁଲ ଠାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ପ୍ରଶିକ୍ଷଣ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି  କଷଣଅଣ୍ଟା ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ କବି ସଚ୍ଚିତ୍ର କୁମାର ବେହୁରାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ  ସଂଯୋଜକ ଡ. ରାଜେଶ କୁମାର ମହାନ୍ତ, ପ୍ରକୃତି ବନ୍ଧୁ ପ୍ରଦୀପ ନାୟକ, ପ୍ରଧାନଶିକ୍ଷକ ଶ୍ରୀମନ୍ତ […]

କେନ୍ଦ୍ରାପଡ଼ା,୨୭ା୧୧: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସମୂହ ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ସ୍ୱାଧୀନ ଫେଡେରେସନ ସମୂହର ମିଳିତ ମଞ୍ଚ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ୧୨ ଦଫା ଦାବିିକୁ ନେଇ ସର୍ବଭାରତୀୟ ଡ଼ାକରାରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଫସଲ ପାଇଁ ଆଇନଗତ ଭାବେ ସୁନିଶ୍ଚିତ କ୍ରୟ ବ୍ୟବସ୍ଥା ସହ ସମସ୍ତ ଫସଲ ପାଇଁ ସି-୨ ଯୁକ୍ତ ଏହାର ୫୦ ଶତାଂଶ […]

କେନ୍ଦ୍ରାପଡ଼ା,୨୭ା୧୧: ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ୍ ଆସାମୀ କାଳନ୍ଦୀ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ମାଧ୍ୟମରେ ପିଡିତାଙ୍କୁ ଦେଢ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ପାଟକୁରା […]

କେନ୍ଦ୍ରାପଡ଼ା,୨୭ା୧୧: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ କମିଟିର ଏକ ବୈଠକ ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଖଡିଅଙ୍ଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗଠନର ବରିଷ୍ଠ ସଭ୍ୟ ସୟଦ ଅକମଲ ଅଲ୍ଲୀଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଥିଲା। ସଂଗଠନର ସ୍ଥାୟୀ କାର୍ଯ୍ୟାଳୟ ଗୃହର ଅଭାବ ନେଇ ଉଦ୍‌ବେଗ ପ୍ରକାଶ କରାଯିବା ସହ ଆବଶ୍ୟକ ସରକାରୀ ଜମି ଯୋଗାଇ ଦେବାକୁ […]

କେନ୍ଦ୍ରାପଡ଼ା, ୨୭ା୧୧: ବଳଦେବ ସେନା ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ମାସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠତ ହୋଇଆସୁଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଳଦେବ ସେନାର ପଞ୍ଚମ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏଥିନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମାଉସୀମା ମନ୍ଦିର ସ୍ଥିତ ସେନା କାର୍ଯ୍ୟାଳୟରେ ବଳଦେବ ସେନା ପକ୍ଷରୁ ସଭାପତି ପପୁନ୍ କୁମାର ସ୍ୱାଇଁଙ୍କ […]

ପଟ୍ଟାମୁଣ୍ଡାଇ ପୌରାଂଚଳ ପାଇଁ ଡ୍ରେନେଜ ମାଷ୍ଟର ପ୍ଲାନ ଅନୁମୋଦିତ ବନ୍ଦ ଥିବା ପାଳପାଟଣା-ମାସାହାଣୀ ସେତୁ ନିର୍ମାଣ ପାଇଁ ପଦକ୍ଷେପ ବଡ଼ପଡା-ସାନମୋହନପୁର, ଭୋଇପଡା-ବାଲିପାଟଣା ରାସ୍ତା ମାଳିପୁର-ବଳଭଦ୍ରପୁର-ଛତ୍ରଧାରୀ ପାଟଣା ରାସ୍ତା ବିଲିକଣା-ବାଲିଆପଲ୍ଲୀ-ସାତକୁଡ଼ିଆ ରାସ୍ତା ସଂପୂର୍ଣ୍ଣ ପାଇଁ ପଦକ୍ଷେପ ପଟ୍ଟାମୁଣ୍ଡାଇ ତା ୨୬/୧୧-ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଇଥିବା ବେଳେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇର ମୁଖ୍ୟ ସମସ୍ୟା ଉତଥାପିତ କରିଛନ୍ତି ।ସେଥିରେ ପୌରାଂଚଳର ଜଳ ନିଷ୍କାସନ, ଶ୍ରୀରାମପୁର-ମାସାହାଣୀ ସେତୁ […]

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅଣଛାତ୍ର ପ୍ରବେଶ କରି ଜଣେ କଲେଜ ଛାତ୍ରକୁ ଆକ୍ରମଣ କରି କ୍ଷତାକ୍ତ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଉଭୟ ପକ୍ଷ ଆହତ ହୋଇଥିବା ଜଣାପଡିଛି। କିଛିଦିନ ତଳେ ଅଣଛାତ୍ର ମାନେ କେନ୍ଦ୍ରାପଡ଼ା ସ୍ୱୟପ୍ସଶାସିତ ମହାବିଦ୍ୟାଳୟ ପରିସରରେ ପଶି ଛାତ୍ରୀ ମାନଙ୍କୁ କମେଣ୍ଟ୍ ମାରୁଥିବା ।ଉନ ଥାନା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। କିନ୍ତୁ ପୋଲିସ ବହୁ ବିଳମ୍ବରେ ପହଞ୍ଚିବାରୁ ଅଣଛାତ୍ରମାନେ […]

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ବଜାରର ସମସ୍ତ କାର୍ତ୍ତିକେଶ୍ୱର ପୂଜା ଓ ଭଷାଣୀ ଉତ୍ସବ ବିନା ବାଣ ଓ ଡିଜେରେ ଶେଷ ହୋଇଛି। ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ ଓ ଶାନ୍ତି କମିଟି ଅଧ୍ୟକ୍ଷ ଦାମୋଦର ତ୍ରିପାଠୀ ଯୋଗଦେଇଥିଲେ। ଏହି ବୈଠକରେ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ସଦର ଥାନା ଅଧିକାରୀ ମଧ୍ୟ ଯୋଗଦେଇଥିଲେ। ଯେହେତୁ ଗତ ୨୦୨୨ମସିହାରେ […]

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ପୈାରାଞ୍ଚଳରେ ସିଟି ହସପିଟାଲ ପ୍ରତିଷ୍ଠା ଦାବିରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି। ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ସନ୍ଦିପ୍ତ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଗଣବିକ୍ଷୋଭରେ ସୂର୍ଯ୍ୟକାନ୍ତ ପରିଡା, ଇଂ ଦେବାଶିଷ ଦାଶ, କୁମୁଦ ରାଉତ, ରୁଦ୍ର ପ୍ରସାଦ ବେହେରା, ମହମ୍ମଦ ସାହିଲ, ରଶ୍ମୀରଞ୍ଜନ ସ୍ୱାଇଁ, ସାଗରିକା ଦାଶ, ଲଜମୁନ ନିଶା, ସୁହାନା ବିବି, ଫାହିମା ବିବି, […]

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ଆଜି ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୫ ମସିହା ଏପ୍ରିଲ ୨୩ ତାରିଖରେ ସାହିତ୍ୟ ସଂସଦ ରଜତ ଜୟନ୍ତୀ ଅନୁଷ୍ଠିତ ହେବ । ଏଥିନିମନ୍ତେ ସାହିତ୍ୟ ସଂସଦର ମୁଖପତ୍ର “ଦିଗ୍‌ବଳୟ” ପ୍ରକାଶିତ ହବ । […]

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦଜୀଉ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କୃଷି ବିଜ୍ଞାନକେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ, ସମ୍ମାନିତ ଅତିଥି ଭାବେ […]

କେନ୍ଦ୍ରାପଡ଼ା,୨୬ା୧୧: ଜଣେ ଯୁବ ସଂଗଠକ ଭାବେ ସାଧାରଣରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅକ୍ଷୟ ତରାଇ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡାର ଯୁବ ସମାଜସେବୀ ଶ୍ରୀ ତରାଇ ବିଜେପିରେ ଯୋଗଦେଇଛନ୍ତି। ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ହେବ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ଯୁବ ସଂଗଠକ ଶ୍ରୀ ତରାଇ ବିଜେପିର ସଂଗଠନକୁ ଆହୁରି […]

କେନ୍ଦ୍ରାପଡ଼ା,୨୨ା୧୧: ଶ୍ରୀମତୀ ଦେବୀ ଓ ବାଞ୍ଛାନିଧି ଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମରଡପୁର ଆଦିବାସୀବସ୍ତିରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ନିଜ ଜନ୍ମଭୂମି କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାସଗୃହକୁ ଆସିଥିବା ବେଳେ ଏହି ବସ୍ତି ସମ୍ପର୍କରେ ଲୋକଙ୍କ ଠାରୁ ଶୁଣିବା ପରେ ସେଠାରେ ପହଞ୍ଚି ଗରୀବ ଆଦିବାସୀ ମହିଳା ଓ […]

ପଟ୍ଟାମୁଣ୍ଡାଇ ୧୯/୧୧ -ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ପଂଚାୟତ ଅଣ୍ଢରା ଗ୍ରାମର ଆରାଧ୍ୟ ଗ୍ରାମ ଦେବତୀ ମା ଧ୍ୟାନଧ୍ୟାୟୀଙ୍କ ବହୁ ପ୍ରତିକ୍ଷୀତ ଭଜନ “ମା ଲୋ ମା ଧ୍ୟାନଧ୍ୟାୟୀ ” ରାହାସ ଉତ୍ସ୍ୱ ଅବସରରେ ଲୋକାର୍ପିତ ହୋଇଯାଇଛି । ସୁଶାନ୍ତ ବାରିକଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଭଜନ କ୍ୟାସେଟରେ ଅରୁଣ ମନ୍ତ୍ରୀ ରଚନା ଓ ବିଭୁ ପ୍ରସାଦ ତ୍ରିପାଠୀ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଲୋକପ୍ରିୟ କଣ୍ଠଶିଳ୍ପୀ ସୀମା ମହାପାତ୍ର କଣ୍ଠ ଦାନ […]

କେନ୍ଦ୍ରାପଡ଼ା,୧୯ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଯୋଗଦେଇ କହିଲେ ଏହିଠାରେ ପ୍ରତିବର୍ଷ ବାଲିଯାତ୍ରା ହେବ । ଏହାକୁ କେହି ବନ୍ଦ କରିପାରିବେ ନାହିଁ । ଗୁଲ୍‌ନଗରର କାରିଗରମାନେ ପାଟ୍ଟଶାଢି ତିଆରି କରି ବିଦେଶକୁ […]

ପଟ୍ଟାମୁଣ୍ଡାଇ ୧୯/୧୧–କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଜା ପାରମ୍ପରିକ ନୃତ୍ୟରେ ରେ କମ୍ପୁଛି ପଟ୍ଟାମୁଣ୍ଡାଇ ସହର । ଭଳିକି ଭଳି ଆଲୋକ ସଜାରେ ଝଲସି ଉଠିଛି ପୁରା ସହର । ଏଥିସହ ପଟ୍ଟାମୁଣ୍ଡାଇ ସହରବାସୀ ମେଳଣ ଉତ୍ସବ କରି ମେଲାଣି ଦେଇଛନ୍ତି ଗୌରୀ ପୁତ୍ର କାର୍ତ୍ତିକେଙ୍କୁ । ସୋମବାର ପଂଚୁକରୁ ପଟ୍ଟାମୁଣ୍ଡାଇ ପୌରାଂଚଳ ପୋଖରିଆପଡା, ଦକ୍ଷିଣଦିଆ, ବାଲିପଡା, ବେଲତଳ ପ୍ରଭୁତି ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ପୂଜା […]