କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅରୁଆ ଗ୍ରାମରେ ଥିବା ହରିହରାନନ୍ଦ ବାଳାଶ୍ରମରେ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରୁ ବିଭିନ୍ନ ବ୍ଲକରେ ୧୬ଟି ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ୪ଟି ବିଭାଗରେ ବିଭକ୍ତ କରାଯାଇଛି । ‘କ’ ବିଭାଗରୁ କେନ୍ଦ୍ରାପଡା ସେଣ୍ଟ ଜାଭିୟର ହାଇସ୍କୁଲର ସାଇପ୍ରେରଣା, ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରାଜସ୍ମିତା କର ଓ ପୋଖରୀଆପଡା ନୋଡାଲ […]

    କେନ୍ଦ୍ରାପଡ଼ା ଜିଲା ବିଭିନ୍ନ ଅଞ୍ଚଳରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ ପରିବେଶ ନଷ୍ଟ ସହିତ ଫ୍ଲାଏ ଆଶ୍‌ ଇଟା ନିର୍ମାତାଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିସହ ନୂତନ ଭାବେ ପରିବହନ ହେରାଫେରି ଜିଲାରେ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। କ୍ରେତାମାନେ […]

କେନ୍ଦ୍ରାପଡା ଜିଲା ମହାକାଳପଡା ରେଜ ଅଞ୍ଚଳ ଜଙ୍ଗଲଗୁଡ଼ିକରେ ବାରାହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଥିବା ବେଳେ ସିମାନ୍ତ ଅଂଚଳ ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଦୁପୁର ପଂଚାୟତର ବିଭିନ୍ନ ଗ୍ରାମରେ ପ୍ରବେଶ କରିଛନ୍ତି । ଏହାର ସୁଯୋଗ ନେଇ ମଙ୍ଗଳବାର ରାତିରେ ଶିକାରୀମାନେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ ତାରରେ ବେଆଇନ ହୁକ ପକାଇ ବାରହା ଶିକାର କରୁଥିବା ମହାକାଳପଡା ରେଂଜରେ ଅଭିଯୋଗ ହେଉଛି । ମହାକାଲପଡା ରେଂଜନ କାର୍ତିକେଶ୍ୱର ଖଣ୍ଡାଇ […]

କେନ୍ଦ୍ରାପଡାର ସର୍ବପୁରାତନ କାର୍ତ୍ତିକେଶ୍ୱର ପୂଜା ସହରର ମଢିଆଳସ୍ଥିତ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ୧୯୭୨ମସିହାରେ ପ୍ରଥମେ ହରିହର ବେହେରା, ସ୍ୱର୍ଗତ ଗିରିଧର ସାହୁ, ଚିତ୍ତରଞ୍ଜନ ଭଗତ, ସ୍ୱର୍ଗତ ରବିନ୍ଦ୍ର ମଣ୍ଡଳ ଓ ମଧୁସୁଦନ ମହାଲିକ ଏହି ପୂଜା ଆରମ୍ଭ କରିଥିଲେ । ୫୦ପଇସା ଚାନ୍ଦାରେ ଆରମ୍ଭ ହୋଇଥିବା ଏହି ପୂଜାର ବଜେଟ ସମୟାନୁକ୍ରମେ ବୃଦ୍ଧି ପାଇ ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ୱରେ ଏବେ ପହଞ୍ଚିଛି । ଏହି ମଣ୍ଡପର ବିଶେଷତ୍ୱ […]

କେନ୍ଦ୍ରାପଡ଼ା ସ୍ୱୟଂଶାଶିତ ମହାବିଦ୍ୟାଳୟର ମାଇଁ ଏନ.ସି. ସି. ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ-୨୦୨୩ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ମେଜର ପୀତବାସ ମହାନ୍ତି, ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ବିନ୍ଦୁମିତ୍ର ବଳ,ଏନ.ସି. ସି. ବାଳକ ବିଭାଗର ଭାରପ୍ରାପ୍ତ ଅଧିକାରୀ ସତ୍ୟରଞ୍ଜନ ମିଶ୍ର ଏବଂ […]

କେନ୍ଦ୍ରାପଡା ବ୍ଲକ୍ ଅନ୍ତଗର୍ତ ତରାଣ୍ଡୋ ସରକାରୀ ନୋଡାଲ ହାଇସ୍କୁଲ୍‌ର ଷଷ୍ଠ ଶ୍ରେଣୀର ଛାତ୍ରୀ କୁମାରୀ ସଂଗୀତା ନାୟକ ପଂଚମ ଶ୍ରେଣୀ ବୃତି ପରୀକ୍ଷୋର କୃତିତ୍ୱର ସହିତ ସଫଳତା ଲାଭ କରି ବୃତି ପାଇବାକୁ ଯୋଗ୍ୟତା ଅଜ୍ଜର୍ନ କରିଛନ୍ତି । ମାର୍ଶାଘାଇ ବ୍ଲକ୍‌ର କୁସୁନୁପୁର ଗ୍ରାମ ନିବାସୀ ଜ୍ଞାନରଂଜନ ନାୟକ ଏବଂ ସୁଜାତା ନାୟକଙ୍କ ଝିଅ ସଂଗୀତା ଜେଣ ମେଧାବୀ ଛାତ୍ରୀ ଭାବରେ ବିଦ୍ୟାଳୟରେ ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ । […]

  Bhubaneswar: The State Government is championing the socio-economic empowerment of Women SHGs through interest-free loans up to 5 lakhs for Mission Shakti Groups (MSG). To streamline the execution of MUKTA projects in 2023-24, the Housing and Urban Development (H&UD) Department has urged Collectors, Municipal Commissioners, and Executive Officers of […]

ସୋମବାର ଦିନ ପବିତ୍ର କାର୍ଚାିକ ପୂର୍ଣ୍ଣିମା ଅବସରରେ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାନ ଓ ବନ୍ଦର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୈାପଦି ମୂର୍ମୁ । ସୋମବାର ଦିନ ପୂର୍ବାହ୍ନରେ ଭାରତୀୟ ବାୟୁସେନାର ହେଲିକ୍ୟାପ୍ଟରରେ ଆସି ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ । ସେଠାରୁ ପାରମ୍ପାରିକ ଲୋକନୃତ୍ୟ ସହିତ ତାଙ୍କୁ ପାଛୋଟି ଅଣାଯାଇଥିଲା । ରାସ୍ତାକଡରେ ବିଭିନ୍ନ ବିଦ୍ୟାଳୟର […]

କେନ୍ଦ୍ରାପଡ଼ା ଜିଲ୍ଲା ବୋଇତ ବନ୍ଦାଣ ସମିତି,କେନ୍ଦ୍ରାପଡା ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣୀମାରେ ବୋଇତ ବନ୍ଦାଣ ଉତ୍ସବର ୫୫ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରେ ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ୭ଜଣ ସାଧବ ଓ ୭ଜଣ ସାଧବାଣୀଙ୍କ ବେଶରେ ପିଲାମାନେ ନୈାକାବିହାର କରିଥିଲେ । କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି ଏହି […]

କେନ୍ଦ୍ରାପଡ଼ା ସହରର ମହୀପାଳ ଟେଲିକମ ପଡିଆରେ ଏକବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଆଗାମୀ ଜାନୁଆରୀ ୬ରୁ ଆରମ୍ଭ ହେବ ।ଆଠ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉକ୍ତ ମେଳା ୧୩ତାରିଖରେ ଶେଷ ହେବ । ଜିଲ୍ଲାର କଳା, ସଂସ୍କୃତି ଓ ବୌଦ୍ଧିକତା କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମାନେଜର୍ସ (କେମ )ପକ୍ଷରୁ ଆୟୋଜିତ ହୋଇଆସୁଥିବା ଉକ୍ତ ମେଳାକୁ ସବୁଦିଗରୁ ସଫଳ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ […]

  ଜନକେନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ୫-ଟି ଅନ୍ତର୍ଗତ ମୋ ସରକାର ଭଳି ଏକ ଅଭିନବ ଓ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିରେ ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ ସେବା ପାଇଁ ଆସୁଥିବା ଜନସାଧାରଣଙ୍କୁ ମିଳୁଥିବା ସେବା ଆଚରଣ ଓ ପ୍ରତ୍ୟକ୍ଷ ମତାମତ ସଂଗ୍ରହ କରାଯାଇ ଅଧିକାରୀଙ୍କ ଆଚରଣ ସହ ବୃତିଗତ ଦକ୍ଷତାରେ ପରିବର୍ତନ ଆଣିବା ମୋ ସରକାରର ଲକ୍ଷ୍ୟ ରହିଛି । […]

କେନ୍ଦ୍ରାପଡ଼ା, ୨୬ା୧୧ : ଶ୍ରୀମନ୍ଦିରର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ଦାବିରେ ଆସନ୍ତା ଡିସେମ୍ବରମାସ ୧ତାରିଖରେ କଂଗ୍ରେସର ତୁଳସୀ ଯାତ୍ରା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ […]

କେନ୍ଦ୍ରାପଡା ଜିଲ୍ଲା ଡ୍ରାଇଭର ମହାସଙ୍ଘର ଏକ ସମାବେଶ ଓ ବନ୍ଧୁମିଳନ ଉତ୍ସବ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ସଦରବ୍ଲକ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାସଙ୍ଘର ଜିଲ୍ଲା ସଭାପତି ରଞ୍ଜନ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାସଙ୍ଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି(ଅଜୁଭାଇ) ଓ ମୁଖ୍ୟବକ୍ତା ଭାବେ ସମ୍ପାଦକ ଚୈତନ୍ୟ ପ୍ରଧାନ ଯୋଗଦେଇ ଡ୍ରାଇଭର ମହାସଙ୍ଘର ବିଗତ […]

କେନ୍ଦ୍ରାପଡ଼ା ୨୬/୧୧: ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ କଜଳା କଂଗ୍ରେସ ଭବନଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ “ଆମ ସମ୍ବିଧାନ କେତେ ସୁରକ୍ଷିତ?” ଆଲୋଚନା ଚକ୍ର ସଭାପତି ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତି ପାଇଥିବା ପିସିସି ସଭ୍ୟ ପ୍ରଫୁଲ୍ଲ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ରବିବାର ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି । ତାଳୁକ ଆଇନ ସେବା ସମିତି ଅଧ୍ୟକ୍ଷା ସିନିୟର୍ ସିଭିଲ ଜଜ୍ ସୁଶ୍ରୀ ସଙ୍ଗୀତା ମଲ୍ଲିକ ଅଧ୍ୟକ୍ଷତା କରି ସମ୍ବିଧାନ ଓ ସାମ୍ବିଧାନିକ ଦିବସର ଗୁରତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଜନ ସାଧାରଣ କିପରି ତ୍ୱରିତ ନ୍ୟାୟ ପାଇପାରିବେ ଏବଂ ସାମ୍ବିଧାନିକ ବିଧି ବ୍ୟବସ୍ଥା […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତ ବିକାଶକୁ ଆହୁରି ଆଗକୁ ନେବା ପାଇଁ ରବିବାର ରାଜନଗର ବିଧାୟକ ଧ୍ରୁବ ସାହୁ ୫କୋଟି ଟଙ୍କା ବ୍ୟୟରେ ଅରଡ଼ପଲ୍ଲୀ-ବଡ଼ଜରିଆ ଲୁଣା ସେତୁ ଶୁଭ ଶିଳାନ୍ୟାସ କରିବା ସହିତ ୧କୋଟି ଟଙ୍କା ବ୍ୟୟରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି । […]

କେନ୍ଦ୍ରାପଡ଼ା, ୨୫/୧୧: ଜଣେ ସାଧୁ ସଚ୍ଚୋଟ କେନ୍ଦ୍ରାପଡା ମାଟିର ଗର୍ବ ଓ ଗୌରବ ନବରଙ୍ଗପୁର ନୂତନ ଭାବରେ ପଦୋନ୍ନତି ପାଇ ଯୋଗ ଦେଇଥିବା ଡି.ଏଫ.ଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କୁ ମୁଖ୍ୟ ବକ୍ତା ଭାବରେ ସାହିତ୍ୟ ସଂସଦର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ ଯୋଗ ଉପଢୌକନ, ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପବ୍ଲିକ ରିଡିଂ ରୁମରେ ଅନୁଷ୍ଠିତ […]

କେନ୍ଦ୍ରାପଡ଼ା ୨୫/୧୧: ଶୁକ୍ରବାର ଅପରାହ୍ନ ୩ଟା ସମୟରେ ନିଖିଳ ଓଡିଶା ତୁଳସି-ଶ୍ରୀ ବଳରାମ ସାମାଜିକ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଖଡିଅଙ୍ଗ ସ୍ଥିତ ସତୀଶ ଚନ୍ଦ୍ର ସାମନ୍ତଙ୍କ ବାସଭବନ ପରିସରରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ତଥା ତୁଳସୀ କ୍ଷେତ୍ରର ପୁରଣ ବର୍ଣ୍ଣିତ ନାମକରଣ ଓ ଏହାର ବୈଶିଷ୍ଟ ବିଷୟରେ ଦ୍ୱିତୀୟ ବାର୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି କଟକର ଆଇନଜୀବୀ ଓ ନୋଟାରୀ ନେପାଳ ପ୍ରକାଶ ସାମନ୍ତ […]

ପଟ୍ଟାମୁଣ୍ଡାଇ ତା ୨୫/୧୧-ଏକ ବିକଶିତ ସମୃଦ୍ଧ ଓ ସଶକ୍ତ ଗାଁ ତିଆରି କରିବା ସହିତ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶରେ ଆମ ଓଡିଶା ନବୀନ ଓଡିଶା ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ବଳିଷ୍ଠ ପଦକ୍ଷେପ ବୋଲି ଆଜି କଖାରୁଣୀ ପଂଚାୟତ ଓସଙ୍ଗରା ଠାରେ ୨କୋଟି ୬୧ ଲକ୍ଷ ଟଙ୍କା ବ୍ୟୟରେ ଓସଙ୍ଗରା-ସାହୁପଡା ଓ ଓସଙ୍ଗରା -ଚହଳିବାଙ୍କ ପାଟନାଳୀ ପୁନଃ ରୁଦ୍ଧାର ପ୍ରକଳ୍ପ ଶୁଭଶିଳାନ୍ୟାସ କରି ଆୟୋଜିତ ସଭାରେ ରାଜନଗର ବିଧାୟକ […]

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଆଜି ଅପରାହ୍ଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିବହନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଜାନୁଆରୀଠାରୁ ନଭେମ୍ବର ମାସ ମଧ୍ୟରେ ୭ଜଣଙ୍କୁ “ଗୁଡ୍ […]

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ଥିବା ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ଚଳିତବର୍ଷର ଖରିଫ ଋଣ ପାଇବାରୁ ବଂଚିତ ହେଇଥିବା ଓ  ଚାଷୀମାନଙ୍କ ଜମା ଖାତା ଟଙ୍କା ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଟଙ୍କା ନପାଇବାରୁ ଶୁକ୍ରବାର ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଧାରଣା ଦେଇଥିଲେ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କତୃପକ୍ଷ ପ୍ରତିଶୃତିକୁ ମେସେଜ […]

କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତରେ ଥିବା ସେଠୀ ସାହି ନିକଟ ସରକାରୀ ଜମିକୁ ନାରାୟଣ ସେଠୀ ଓ ଗଗନ ସେଠୀ ଜବରଦଖଲ କରିବା ସହିତ ରାସ୍ତାକୁ ଅବରୋଧ କରି ବାଉଁଶ ବାର ବୁଲାଇଛନ୍ତିା ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ଶୁକ୍ରବାର ଅଳପୁଆ ପଂଚାୟତର ଏକ ପ୍ରତିନିଧି ଦଳ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ […]

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ବାଣ ବିଷ୍ପୋରଣକୁ ବର୍ଷେ ପୁରିଥିବା ବେଳେ ସେହି ଘଟଣାକୁ ନେଇ ବାଲିଆ କାର୍ତ୍ତିକେଶ୍ୱର ପୂଜା କମିଟି, ବଜାର କମିଟି ଓ ଶାନ୍ତି କମିଟି ପକ୍ଷରୁ ସ୍ମରଣ ଦିବସ ଭାବେ ପାଳନ କରିବା ସହିତ ସେହି ବାଣ ବିଷ୍ପୋରଣରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରଙ୍କୁ, ଭିନ୍ନକ୍ଷମ ହୋଇପଡିଥିବା ଏବଂ ପିଡିତ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର […]