କେନ୍ଦ୍ରାପଡା ଜିଲ୍ଲା ଜୀବେ ନିଷ୍ଠୁରତା ପ୍ରତିଷେଧକ ସମିତିର ଉପାଧ୍ୟକ୍ଷ ନିର୍ବାଚନ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରାଣୀ ସମ୍ପଦ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିିତ ଏହି ଉପାଧ୍ୟକ୍ଷ ନିର୍ବାଚନରେ ସମାଜସେବୀ ଫକୀର ଚରଣ ଖଟୁଆ ଉପାଧ୍ୟକ୍ଷ ଭାବେ ୩ଖଣ୍ଡ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ସମିତିରେ ୫ ଜଣ ଆଜୀବନ ସଦସ୍ୟ ଓ ୩୫ ଜଣ ସାଧାରଣ ସଦସ୍ୟ […]

ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କୃଷି ସମ୍ବନ୍ଧୀୟ ସରକାରୀ ଯୋଜନାଗୁଡ଼ିକ ଚାଷୀମାନଙ୍କ ପାଖରେ ପହଁଚାଇବା ପାଇଁ ସେବା ସମବାୟ ସମିତି କାର୍ଯ୍ୟ କରୁଛି । ଏବେ ସମବାୟ ସମିତି ପକ୍ଷରୁ ସମବାୟ ସପ୍ତାହ ପାଳିତ ହୋଉଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ୧୬ଟି ସମବାୟ ସମିତ ମଧ୍ୟରୁ ହାତଗଣତି ସମିତିକୁ ଛାଡିଦେଲେ ଅନ୍ୟ ସମିତି ସଂପାଦକ ଅଫିସ ଆଗରେ […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ପୁନରୁଦ୍ଧାର ନାଁରେ ଗତ ୧୧ ବର୍ଷରେ ପାଖାପାଖି୧୧ କୋଟି ଟଙ୍କା ଚଳୁ ହୋଥିବା ଅଭିଯୋଗ ହେଉଛି । ନଦୀର ମାଟି ଖୋଳା ଓ ଦଳ ସଫା ପାଇଁ ଗତ ୨୦୧୦-୧୧ ଓ ୨୦୨୧-୨୨ ଆର୍ଥିକବର୍ଷରେ ୧୧ କୋଟି ବ୍ୟୟ ଅଟ୍ଟକଳରେ ଗୋବରୀ ନଦୀ ଖନନ କରାଯାଇ ଭିନ୍ନ ଭିନ୍ନ ଠିକା ସଂସ୍ଥାକୁ କାମ ଦିଆଯାଇଥିଲେ ମଧ୍ୟ କାମ […]

  ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଗୁଣମୂଲ୍ୟ ଶିକ୍ଷାରେ ଆଇସିଟି ସଂଘାଟନ ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସେମିନାରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବରିଷ୍ଠ ଅଧ୍ୟାପକ ପ୍ରଭାକର ମଲ୍ଲିକ ଯୋଗ ଦେଇ ବିଷୟଭିତିକ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ମୁଖ୍ୟ ନିବେଦିତା ନାୟକ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । […]

ସମ୍ପ୍ରତି ସାରା ବିଶ୍ୱରେ ବିପର୍ଯୟ ମୁକାବିଲା ଓ ପରିବେଶ ପ୍ରଦୂଷଣ ଏକ ଆହ୍ୱାନ ଭାବେ ଦେଖାଦେଇଛି । ବିଭିନ୍ନ ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଓ ତାଲିମ ଅଭିଯାନ ଆରମ୍ଭ ହୋଇଛି । ୟୁନିସେଫ, ୟୁଥ ଫର ୱାଟରପ୍ଲସ ଓ ବିକାଶସାଥୀ ମିଳିତ ଉଦ୍ୟମରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଏକ ବିପର୍ଯୟ […]

ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇ ଆଇ ସି ବାମଦେବ ନନ୍ଦଙ୍କ ବଦଳି ହୋଇଯାଇଛି । ତାଙ୍କ ସ୍ଥାନରେ ନୂତନ ଆଇ ଆଇ ସି ଭାବେ ମହିଳା ପୋଲିସ ଇନ୍ସପେକ୍ଟର ପଦ୍ମାଳୟା ପ୍ରଧାନ ଯୋଗ ଦେଇଛନ୍ତି ।ଏଥି ପୂର୍ବରୁ ସେ ଜଗତସିଂହପୁର ଜିଲ୍ଲା ପୋଲିସ ହେଡ଼କ୍ୱାଟରରେ କାର୍ଯ୍ୟରତ ଥିଲେ ଓ ବିଭିନ୍ନ ଥାନାରେ ଦକ୍ଷତାର ସହ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି । ଗ୍ରାମାଂଚଳ ଥାନାର ନୂତନ ଆଇ ଆଇ […]

କେନ୍ଦ୍ରାପଡା କଲେଜ ଛକ ସ୍ଥିତ ଆଇଆଇଆଇଟି ଠାରେ ଭାରତ ସରକାରଙ୍କ ଏମ୍‌ଏସଏମ୍‌ଇ ମନ୍ତ୍ରାଣାଳୟ ଅଧିନସ୍ଥ କଟକର ଏମବିଏମଏଫ ଡିଏଫଓ ଆନୂକୁଲ୍ୟରେ ଏକ ଶିଳ୍ପଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଟକ ଏମ୍‌ଏସଏମ୍‌ଇଡି ଏଫଓ କାର୍ଯ୍ୟାଳୟର ସହ ନିର୍ଦ୍ଦେଶକ ସନ୍ଦିପ କୁମାର ଯୋଗଦେଇ ଉଦ୍ୟୋଗ ବିକାଶ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ଶିଳ୍ପ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାଥ […]

କେନ୍ଦ୍ରାପଡା,୧୨ ବର୍ଷ ପରେ ମିଳିଛି ପୀଡିତାଙ୍କୁ ନ୍ୟାୟ  । ମାନ୍ୟବର ଆଡହକ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନେରା ଅଭିଯୁକ୍ତମାନଙ୍କୁ ୧୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଗଣ୍ଡକୂଳ ଅଂଚଳର ଜନୈକ ବ୍ୟକ୍ତି ତାଙ୍କ ନାବାଳିକା ଝିଅ ୨୦୧୧ମସିହା ସେଟେମ୍ବର ୫ତାରିଖରେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଝିଅକୁ ନ ପାଇବାରୁ ତାର ବାପା ୨୦୧୧ମସିହା ସେଷ୍ଟେମ୍ବର ୬ ତାରିଖରେ […]

କେନ୍ଦ୍ରାପଡ଼ା, ୨୩ା୧୧ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ହୋଇଥିବା ମହାଦୁର୍ନୀତି ସମ୍ପର୍କରେ ଓଡିଶା ବିଧାନସଭାରେ ପ୍ରଶ୍ନ କରାଯାଇଛି । ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ୬୩୫ନମ୍ବରରେ ପ୍ରଶ୍ନ କରିଛନ୍ତି ଯେ ଉଚ୍ଚଶିକ୍ଷାନ୍ତ୍ରୀ ଅନୁଗ୍ରହ କରି କହିବେକି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ଘଟି ଚାଲିଥିବା ମାଳମାଳ ଅଭିଯୋଗ ସଂକ୍ରାନ୍ତରେ ସରକାର ଅବଗତ କି, ଯଦି ହଁ ଅଭିଯୋଗ ଗୁଡିକର ଗୁରୁତ୍ୱ ଦୃଷ୍ଟିରୁ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ […]

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ଆତସବାଜି ଜନିତ ଦୂର୍ଘଟଣା ଓ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବତନ ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତ ୨୦୨୨ମସିହା ଆଜିର ଦିନରେ ଭାଗବତପୁର ପଞ୍ଚାୟତରେ ଯେଉଁ ଦୂର୍ଘଟଣା ଘଟି ଜନ ଜୀବନ କ୍ଷୟକ୍ଷତି ହୋଇଥିଲା ଆମକୁ […]

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଉପସଭାପତି ଅଜୟ ସାମଲଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମହାକାଳପଡା ବିଜୟ ନଗରର ଆଶାକର୍ମୀ ସାଥି ଅମୀତା ଦାସଙ୍କ ବିୟୋଗରେ ୨ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆସନ୍ତା ୨୮ତାରିଖରେ ଭୁବନେଶ୍ୱରରେ ସମସ୍ତ ଅଣସଂଗଠିତ ଶ୍ରମିକ( ସମସ୍ତ ଆଶାକର୍ମୀ ଓ ଏନଏଚଏମ କର୍ମଚାରୀ)ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ, ସହିତ ଦରଦାମ […]

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ରାଜ୍ୟସରକାରଙ୍କ “ଯୁବ ଓଡିଶା ନବୀନ ଓଡିଶା” ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଅଜୟ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ […]

କୁମ୍ଭୀର ଆକ୍ରମଣରେ ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡବ୍ଲ୍ୟଟିଆଇ) ପକ୍ଷରୁ ବିଗତ ବର୍ଷମାନଙ୍କ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ସମ୍ପର୍କରେ ସର୍ଭେ କରାଯିବା ସହିତ ଏ ଦିଗରେ ସୁରକ୍ଷିତ ରହିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଡ଼ବ୍ଲ୍ୟୁଟିଆଇ ପ୍ରକଳ୍ପ […]

ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ସାଉଁଟିବା ପାଇଁ କେନ୍ଦ୍ରାପଡ଼ାରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାକୁ ପତାକା ଦେଖାଇ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଶୁଭାରମ୍ଭ କରିବା ସହ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପଞ୍ଜିକରଣରେ ଯୋଗ୍ୟ ବିବେଚିତ ହୋଇଥିବା ୧୩୫ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଉପସ୍ଥିତ ଥିବା ତୀର୍ଥଯାତ୍ରୀଙ୍କ ମେଡିକାଲ୍ ଚେକ୍ ଅପ୍ ପରେ ୧୧୩ […]

କେନ୍ଦ୍ରାପଡ଼ା, ୨୦ା୧୧ :“ବିକଶିତ ଭାରତ ସଙ୍କଳ୍ପ ଯାତ୍ରା” ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ଶିବାଶିଷ ପରିଡ଼ା, ଜିଲ୍ଲାର ସମସ୍ତ ତହସିଲ୍‌ଦାର ଓ ବିଡିଓ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡଃ. ମନୋଜ କୁମାର ଚାନ୍ଦ, କୃଷି […]

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ଥିବା ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ଚଳିତବର୍ଷର ଖରିଫ ଋଣ ପାଇବାରୁ ବଂଚିତ ହେବାକୁ ଯାଉଥିବା ନେଇ ଅଭିଯୋଗ ହୋଇଛି । ବଡ଼ମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଗତ ତା ୨୬/୭/୨୦୨୩ ରିଖରେ ୧୫୪ଜଣ ଚାଷୀଙ୍କର କ୍ରେଡିଟ ଲିମିଟ ଋଣ ଲଗାଣ ପାଇଁ ମଂଜୁର କରାଯାଇଥିଲା । କିନ୍ତୁ ବ୍ୟାଙ୍କର ନିଷ୍କ୍ରିୟତା ଯୋଗୁଁ ଋଣ […]

କେନ୍ଦ୍ରାପଡ଼ା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପରିସରରେ ଏକ ଦକ୍ଷତା ବିକାଶ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ ଏବଂ ଇନ୍ସୁରାନ୍ସ ସେକ୍ଟରରେ ତାଲିମ୍ ପାଇଁ ୭୯ ଜଣ ଆଶାୟୀ ପ୍ରାର୍ଥିନୀ ଯୋଗ ଦେଇଥିଲେ । ଏହି ଶିବିରରୁ ଯୋଗ୍ୟ ପ୍ରାର୍ଥିନୀମାନେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ତାଲିମ୍ ନେବେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ […]

ଭାରତୀୟ ଜନତା ପାର୍ଟି,କେନ୍ଦ୍ରାପଡ଼ା ବ୍ଲକ ତରଫରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବୁଢ଼ୀବିଳାଶୁଣୀ ମନ୍ଦିର ସାନ୍ତସାହି ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ କେନ୍ଦ୍ରାପଡ଼ା ବ୍ଲକ ସମ୍ମୁଖରେ “ଜନ ଆକ୍ରୋଶ ବ୍ଲକ ଘେରାଉ’ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଉପିନ କୁମାର ରାଉତଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଭାଜପା ରାଷ୍ଟ୍ରୀୟ ପରିଷଦ ସଦସ୍ୟ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଖଣତା ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ,ଖଣତା ସରପଂଚ ଅନିଲ ଲେଙ୍କା ସମିତିସଭ୍ୟ ସୁରେଶ ଜେନା ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଆବାସ, ରାସନକାର୍ଡ,ଓ ଭତାକୁ ମିଶାଇ ସମୁଦାୟ ୫୦ ଆପତି ଅଭିଯୋଗ […]

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ତମାଖୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ସଲୀଳା ବାରିକ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଛାତ୍ରୀମାନେ ଯୁବରେଡ଼କ୍ରସ କାଉନସେଲର ଅଧ୍ୟାପିକା ବିଜୟଲଷ୍ମୀ ସ୍ୱାଇଁଙ୍କ ନେତୃତ୍ୱରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଉଚ୍ଚମାଧ୍ୟମିକ ସ୍କୁଲ ପରିସରରୁ ବାହାରି ବିଭିନ୍ନ ଅଂଚଳ ପରିକ୍ରମା କରି ବଲୁରିଆ ପର୍ଯ୍ୟନ୍ତ […]

ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ ଓ ଆତ୍ମନିର୍ଭରଶିଳ ହେବାକୁ ବିଭିନ୍ନ ଯୋଜନା ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରାଯାଉଅଛି ।ଏହି କ୍ରମରେ ସୋମବାର କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଏଲଏମ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ଗ୍ରାମପଞ୍ଚାୟତର ପାଣି ସାଉଁଳିଆ ଗ୍ରାମର ସୁରେନ୍ଦ୍ର ମଲିକ, ଦୀନବନ୍ଧୁ ମଲିକ ଓ କୃପାସିନ୍ଧୁ ମଲିକଙ୍କ ବାସଗୃହ ପୋଡି ଯାଇଥିବା ଏବଂ ସେମାନେ ଅତ୍ୟନ୍ତ ଅସାହାୟ ଅବସ୍ଥାରେ ପଡିରହିଥିବାର ଖବର ପାଇ ବା ପରେ ସମାଜସେବୀ ବିଜେଡିର ସକ୍ରୀୟ ସଭ୍ୟ ଇଂ ମୂରଲୀଧର ସେଠୀ ଘଟଣାସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ । ଏଥି ସହିତ ସେହି ଘରପୋଡି ବିପନ୍ନମାନଙ୍କୁ ଇଂ ସେଠୀ ଆର୍ଥିକ […]

ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ବ୍ଲକରେ ଚାଲିଥିବା ଦୁର୍ନୀତି ପିସି କାରବାର ଓ ସାଧାରଣ ଲୋକ ନ୍ୟାୟ ପାଉ ନ ଥିବା ଦାବିକରି ସୋମବାର ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରାଯାଇଥିଲା । ପଟ୍ଟାମୁଣ୍ଡାଇ ଭାଜପା କର୍ଯ୍ୟାଳୟ ଠାରୁ ଭାଜପା କର୍ମୀମାନେ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପ୍ରାୟ ୪ […]