କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳବାସୀଙ୍କୁ ସୁବିଧା ମୂଲ୍ୟରେ ହସ୍ତତନ୍ତ ବସ୍ତ୍ରାଳୟରେ ଧୋତି, ଶାଢ଼ି, ଶାର୍ଟ କପଡ଼ା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ଷ୍ଟାଣ୍ଡ ନିକଟରେ ବୟନିକା ବିକ୍ରୟ କେନ୍ଦ୍ର ୨୦୧୯ ମାର୍ଚ୍ଚ ୬ରେ ଉଦ୍ଘାଟିତ ହୋଇଥିଲା । ତତ୍କାଳୀନ କେନ୍ଦ୍ରାପଡ଼ା ଜିଲାପାଳ ଦାଶରଥି ଶତପଥୀ , ଉପଜିଲାପାଳ ସଞ୍ଜୟ ମିଶ୍ର ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ ସ୍ୱାଇଁ, ବୟନିକା ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାର ମହାପାତ୍ର, ପ୍ରାକ୍ତନ […]
featured
ସ୍କୁଲ୍ ରୂପାନ୍ତରୀକରଣ କରାଯାଉଛି, ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର, ଯେଉଁ ଉଦ୍ଦେଶ୍ୟ ରଖି ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ତାହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି । ଛାତ୍ରୀଛାତ୍ରଙ୍କ ଦୃଷ୍ଟିରେ ଦେଖିଲେ ପ୍ରାଥମିକ ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ । ଗୋଟିଏ କୋଠରୀରେ ବସୁଛନ୍ତି ପ୍ରଥମରୁ ପଂଚମ ଶ୍ରେଣୀର ଛାତ୍ରୀଛାତ୍ର । କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ଗ୍ରାମରେ ଥିବା ଖଡିଅଂଟା […]
ପାଲେଷ୍ଟାଇନରେ ଇସ୍ରାଇଲର ନରସଂହାର ବନ୍ଦ କରିବା, ମାନବିକ ସହାୟତା ଯୋଗାଇ ଦେବା ଏବଂ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଦାବୀରେ ମଙ୍ଗଳବାର କେନ୍ଦ୍ରାପଡାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ କର୍ଯ୍ୟାଳୟ ପରିସରରେ ମହାନ ଅକ୍ଟୋବର ସମାଜବାଦୀ ବିପ୍ଳବ ଦିବସରେ ପାଳିତ ହେଉଥିବା ପାଲେଷ୍ଟାଇନ ସଂହତି ଦିବସ ଅବସରରେ ଆଲୋଚକମାନେ ମତ ବ୍ୟକ୍ତ କରି ଇସ୍ରାଇଲର ଗଣହତ୍ୟାର ତୀବ୍ର ନିନ୍ଦା କରିଥିଲେ । ମହାନ […]
କେନ୍ଦ୍ରାପଡା ୭ା୧୧:ପିଆଜ ଦର ବୃଦ୍ଧି ନେଇ କଂଗ୍ରେସର ଅଭିନବ ପ୍ରତିବାଦ କରାଯାଇଥିଲା । ଆଜି କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ପୁରୁଣା ବସ୍ଷ୍ଟାଣ୍ଡଠାରେ ୨୫ ଟଙ୍କାରେ ପିଆଜ ବିକିଲେ କଂଗ୍ରେସ କର୍ମୀ । ମାର୍କେଟରେ କିଲୋ ପିଛା ୭୦ଟଙ୍କାକୁ ୨୫ଟଙ୍କାରେ କିଣିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । କଂଗ୍ରେସର ରିହାତି ଦରରେ ପିଆଜ ବିକ୍ରି କାର୍ଯ୍ୟକ୍ରମରେ ନେତୃତ୍ୱ ନେଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା […]
ଭୁବନେଶ୍ୱର,୭ା୧୧ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂତ୍କାର କରାଯାଇଛି । ମରଶରୀରରେ ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି । କର୍ମଭୂମିରୁ ଜନ୍ମଭୂମି ଯାଏଁ ଶହ ଶହ ଲୋକେ ଶେଷ ଦର୍ଶନ କରିଛନ୍ତି । ଲୁହ ଭିଜା ଆଖିରେ ପରିବାର ଲୋକ, ବନ୍ଧୁବାନ୍ଧବ, […]
କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ସଭାଗୃହରେ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମେଳାକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ସୂଚନା […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୈାରସଂସ୍ଥା ଟାଉନ୍ହଲ୍ରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ୍ ମଡକର୍, କେନ୍ଦ୍ରପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, […]
କେନ୍ଦ୍ରାପଡ଼ା : ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଦେଶବ୍ୟାପି ପ୍ରତିବାଦ ଦିବସ ପାଳନ ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ ସହିତ କୃଷକ ଆନ୍ଦୋଳନକୁ ଯୋଡି ନ୍ୟୁଜକ୍ଲିକ ଉପରେ ହୋଇଥିବା ମିଥ୍ୟା ଏବଂ ଆଇ.ଆର.ର ନକଲକୁ ପୋଡା ଯାଇଥିଲା । ପ୍ରକାଶ ଥାଉକି ମୋଦି ସରକାର ହାରିବା ଭୟରେ ଔଷଧ ନିମନ୍ତେ ତାଟିଆ କାମୁଡୁଛି । ସମସ୍ତ ବିରୋଧୀ ଦଳ ନେତାଙ୍କ ବିରୋଧରେ […]
ଜମିବାଡ଼ି ବିବାଦରୁ ଗଣ୍ଡଗୋଳ ମାଲି ମୋକଦ୍ଦମା ହେବା ଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଘଟୁଛି । କିନ୍ତୁ ଜମିଜମା ପାଇଁ ଠେଙ୍ଗାବାଡ଼ି ଦେଖାଇ ଧମକାଇବା ଏବଂ ଶହଶହ ଲୋକଙ୍କ ଆଖିଆଗରେ ବୃଦ୍ଧଙ୍କୁ ବିଦ୍ୟୁତ ଖୁଂଟରେ ବାନ୍ଧି ବାଡେଇବା ଭଳି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ଘଟଣା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଏନେଇ ବୃଦ୍ଧଙ୍କ ପରିବାର ପକ୍ଷରୁ ତାଙ୍କ ବୋହୁ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ […]
ରାଜ୍ୟ ବିଜେଡିର ଟାଣୁଆ ନେତା ଅଦ୍ୱିତୀୟ ଯୁବନେତୃତ୍ୱ ପୂର୍ବତନମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଅଣକଂଗ୍ରେସ ରାଜନୀତିର ଅଭେଦ୍ୟଦୂର୍ଗ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । କେନ୍ଦ୍ରାପଡ଼ା ରାଜନୀତି ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଦଳର ସତର୍କ ଦୃଷ୍ଟି ରହିଥିବାରୁ ନିର୍ବାଚନବର୍ଷରେ ଅଭିଜ୍ଞ ରାଜନେତା ଦୃଢ଼ ସଂଗଠକ […]
କେନ୍ଦ୍ରାପଡ଼ା ସହର ସମେତ ଗାଁ ମାନଙ୍କରେ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ଭଷାଣୀ ଉତ୍ସବ ଶନିବାର ଆରମ୍ଭ ହୋଇଥିବା ବେଳେ ରବିବାର ଦିତୀୟ ଦିନରେ ପୂର୍ବାହ୍ନ ପ୍ରାୟ ୧୦ଟାରେ ସମସ୍ତ ୪୮ଟି ମେଢ ପୁରୁଣାବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରେ ପହଞ୍ଚିବା ପରେ ଭୋଗଲାଗି କରାଯାଇଥିଲା । ପରେ ଅପରାହ୍ନ ପ୍ରାୟ ୧୨ଟାରେ ଭଷାଣୀ ଉତ୍ସବ ଆରମ୍ଭ ହୋଇଥିଲା । ମା’ଙ୍କ ଗୋଟିଏ ପରେ ଗୋଟିଏ ମେଢ ମେଲଣ ପଡିଆରୁ ବିଷର୍ଜ୍ଜନ ଘାଟ ଅଭିମୁଖେ […]
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସିପିଆଇଏମଏଲ ଆଂଚଳିକ କମିଟି ପକ୍ଷରୁ ବଲୁରିଆ ଠାରେ ସିପିଆଇଏମଏଲ ନେତା ସଂଜୀବ ରାଉତଙ୍କ ନେତୃତ୍ୱରେ ବିଭିନ୍ନ ଦାବୀ ନେଇ ବ୍ୟାପକ ଆନ୍ଦୋଳନ କରିବା ଉଦ୍ଦେଶ୍ୟରେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇଏମଏଲ କେନ୍ଦ୍ରୀୟ କମିଟି ସଦସ୍ୟ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏଆଇସିସିଟିୟୁ ଜିଲ୍ଲା ସମ୍ପାଦକ ଅଜାମ୍ବର ସେଠୀ,ସିପିଆଇଏମଏଲ ନେତା ବସନ୍ତ ମଲ୍ଲିକ, ହିମାଦ୍ରୀ ଦାସ, ମହେନ୍ଦ୍ର ସୂତାର ପ୍ରମୁଖ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମହାଜନସାହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ନିର୍ମାଣଧିନ ଘରର ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ହେଲେ ପୋରାଂଚଳର ମହାଜନସାହି ଗ୍ରାମର ଅଶ୍ୱନି ପଣ୍ଡା (୩୦) ବୋଲି ଜଣା ପଡିଛି । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି । ସୁଚନା ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା […]
ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ଆନୁକୂଲ୍ୟରେ ୧୨ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୭ ତାରିଖ ପବିତ୍ର ରାହାସ ପୁର୍ଣିମା ଶୁଭ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ପତ୍ରପୁର ବ୍ରାହ୍ମଣୀ ନଦୀକୂଳରେ ସମାରୋହରେ ପାଳନ କରିଯିବ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ସ୍ଥାନୀୟ ମଙ୍ଗଳା ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି । ବିକାଶ ପରିଷଦ ସଭାପତି ଗୋପିବଲ୍ଲବ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବୈଠଳରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ […]
ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ନିଜର ସାଙ୍ଗଠନିକ ଦକ୍ଷତାକୁ ଆହୁରୀ ବୃଦ୍ଧି କରିବାରେ ଜୋରସୋରରେ ଲାଗି ପଡ଼ିଥିବା ବେଳେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସାରା ରାଜ୍ୟରେ ବିଜେଡି କ୍ୟାଡର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏଇ ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଶନିବାର […]
କେନ୍ଦ୍ରାପଡ଼ା : ଷୋହଳ ବର୍ଷରୁ କମ ଓଡିଶା ଟେନିସ କ୍ରିକେଟ ଦଳରେ କେନ୍ଦ୍ରାପଡାରୁ ଦୁଇ ଜଣ ଖେଳାଳି ମନୋନୀତ ହୋଇ ମହାରଷ୍ଟ୍ର ଯାତ୍ରା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର ଗୋପବନ୍ଧୁ କ୍ରିକେଟ କ୍ଲବର ସୌମ୍ୟ ମଲ୍ଲିକ ଓ ଯଥାର୍ଥ ମଲ୍ଲିକ ଏହି ଦଳର ଖେଳାଳିଭାବେ ମନୋନୀତ ହୋଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି ।
କେନ୍ଦ୍ରାପଡାରେ ଆଜି ଭଷାଣୀ ଉତ୍ସବ ଆରମ୍ଭ ହୋଇଛି । ଗଜଲକ୍ଷ୍ମୀ ମେଲଣର ପ୍ରଥମ ଦିବସର ରାତି ସାଢେ ୮ଟା ସୁଦ୍ଧା ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରେ ମାତ୍ର ୩ଟି ମେଢ ପହଞ୍ଚି ପାରିଛି । ସେଗୁଡିକ ହେଉଛି ପୁରୁଣା ବସଷ୍ଟାଣ୍ଡ ଥାନପତି, ନୂଆ ବସଷ୍ଟାଣ୍ଡ ଥାନପତି ଓ କାକଟ ମଙ୍ଗଳା କ୍ଲବ । ଅନ୍ୟ ପୂଜା କମିଟିର ମେଢ ଗୁଡିକ ଏପର୍ଯ୍ୟନ୍ତ ମେଲଣ ପଡିଆରେ ପହଞ୍ଚି ପାରିନାହିଁ । ଆଜି […]
କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନରେ ଭାରତ ପେଟ୍ରୋଲିୟମ ପକ୍ଷରୁ ଓଡିଶାର ସର୍ବ ପ୍ରଥମ ସିଏନଜି ସେବା ଆଜି ଆରମ୍ଭ ହୋଇଯାଇ଼ଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ଗରାପୁର ଜଗନ୍ନାଥ ଫିଲିଙ୍ଗ ଷ୍ଟେସନ ପ୍ରାଙ୍ଗଣରେ ପ୍ରାକ୍ତନ ବିଧାୟିକା ଡଃ. ସିପ୍ରା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଏନଜି ସେବାକୁ ଉଦଘାଟନ କରି ଶୁଭାରମ୍ଭ କରିଥିଲେ । […]
କେନ୍ଦ୍ରାପଡ଼ା : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବୈଠକରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ସମ୍ମାନୀତ ଅତିଥିଭାବେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଡିଏସ୍ପି ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲା ମୁଖ୍ୟ ଚିକିତ୍ସା […]
ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଖେଳ ଖେଳୁଥିବା ଅଭିଯୋଗ ହେଉଛି । ପରିବହନ ବିଭାଗର ଉଦାସୀନତା ହେତୁ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇର ବିଭିନ୍ନ ରାସ୍ତାରେ ଦୈନିକ ଶହ ଶହ ସଂଖ୍ୟାରେ ଛୋଟ ଛୋଟ ଗାଡି ଯାତ୍ରୀ ପରିବହନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ପରିବହନ ନିମିତ ସରକାରୀ ପରମିଟ୍ ନଥିବା […]
ପାରିବାରିକ ଗଣ୍ଡଗୋଳ ଯୋଗୁଁ ଶଶୁର ଘରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ଜ୍ୱାଇଁର ମୃତ୍ୟୁ ଘଟିବା ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଅଭିଯୋଗ ଅନୁଯାଇ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଘୁଆ କେଶପୁର ଗ୍ରାମର କେଶବ ମଲିଜଙ୍କ ପୁଅ ଶତ୍ରୁଘ୍ନଙ୍କର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ସୁରେଶ ମଲିକଙ୍କ ଝିଅ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିରି ଅମାର କୁହାଯାଉଥିବା ଧୋୟାଂଚଳର ୭ଟି ପଂଚାୟତରେ ବ୍ୟାପକ ଭାବେ ବିରି ଫସଲ ହୋଇଥିବା ବେଳେ ଏବେ କାଳିମୁଣ୍ଡି ପୋକଙ୍କ ପ୍ରାଦୃଭାବ ଦେଖିବାକୁ ମିଳିଛି । କାଳିମୁଣ୍ଡି ପୋକ ଦେଖି ଧୋୟାଂଚଳର ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି । ଦଶହରା ପାଖାପାଖି ସମୟରେ ବିରି ବୁଣା କାର୍ଯ୍ୟ ସାରିଥାଏ । ମାତ୍ର ଚଳିତ ବର୍ଷ ଦଶହରା (ଦୋ ମାସି) ପାଇଁ ୧୫ଦିନ ବିଳମ୍ବରେ ହୋଇ ଥିବାରୁ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ଗତ ୧୭ ବର୍ଷ ତଳେ ଅରମ୍ଭ ହୋଇ ଦୁଇଟି ପିଲର ଅଧା ଉଠି ଏ ପର୍ଯ୍ୟନ୍ତ ବନ୍ଦ ହୋଇ ପଡିରହିଛି । ଯାହାକୁ ନେଇ ୩ ରାଜସ୍ୱ ଗାଁର ଅଧିବାସୀ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ବିପଦପୂର୍ଣ୍ଣ ଭାବେ ଡଙ୍ଗା ଦ୍ୱାରା ନାଳ ପାର ହେବାକୁ ପଡୁଛି । କଣ୍ଠିଆ ନାଳ ଉପରେ ସେତୁ […]
ପଟ୍ଟାମୁଣ୍ଡାଇ ଶ୍ରୀମଦ ଭାଗବତ ଚେତନା ପରିଷଦ ଆନୁକୂଲ୍ୟରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟା ୬.୩୦ମିନିଟ ରୁ ରାତ୍ର ୯.୩୦ମିନିଟ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମରେ ପୂଜ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଯୋଗ ଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି […]










