କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଗୋଗୁଆ-ଚଉଦକୁଲାଟ ରାସ୍ତାର ଏକ ଗଛରେ ସୋମବାର ଜନୈକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଗଛ ତଳେ ଏକ ବଜାଜ ମୋଟର ସାଇକେଲ ସହିତ ହେଲମଟ୍ ଓ ପ୍ଲାଷ୍ଟିକ ବୋଟଲ ମଧ୍ୟ ପଡି ରହିଛି । ସେ ତାଙ୍କ ନିଜସ୍ୱ ଇଛାରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଏଠାରେ ଟାଙ୍ଗି ଦେଇଛି ଏଭଳି ଅନେକ […]

ପ୍ରଜ୍ଞାନ ମିଶନ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିରରେ ୮ ତାରିଖରୁ ଆରମ୍ଭ ହୋଇଥିବା ଗୀତା ଜ୍ଞାନ ଯଜ୍ଞ ୧୧ ତାରିଖରେ ଉଦଯାପିତ ହୋଇଯାଇଛି ।ଏହି ଅବସରରେ ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ଗୀତା ଜ୍ଞାନ ଯଜ୍ଞକୁ ଉଦଘାଟନ କରିବା  ସହିତ ୩ ଦିନ ଧରି ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ପ୍ରତ୍ୟହ ୫.୩୦ ମିନିଟ ରୁ ୬.୩୦ମିନିଟ ଭଜନ ଓ ୬.୩୦ମିନିଟରୁ ୮.୩୦ମିନିଟ […]

କେନ୍ଦ୍ରାପଡ଼ା ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ଓଡିଶା କୃଷକସଭା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଦାବୀ କରାଯାଇଛି । ଏ ସମ୍ପର୍କରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା କମିଟି ବୈଠକ ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଂଚାୟତ ବୋଧଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷକ ସଭା ଜିଲ୍ଲା ସଭାପତି ଗୟାଧର ଧଳଙ୍କ ପୌରହିତ୍ୟରେ ଆୟୋଜିତ ଜିଲ୍ଲା କମିଟି ବୈଠକରେ ସମ୍ପାଦକ ବିଜୟ ଦାସ, କାଳି ପ୍ରସାଦ ନାୟକ, […]

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳୀୟ ଜନପ୍ରତିନିଧି , କର୍ମକର୍ତା ଓ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ରାଜନଗର ନିର୍ବାଚନ ମଣ୍ଡଳୀରେ ଗତ ୮ ତାରିଖଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ର୍ରୁବ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦ୍‌ଯାପନି ଶିବିରରେ ରଜନଗର ବ୍ଲକର ୩୦ ନଂ ଜୋନର କର୍ମକର୍ତା ଓ ପଟ୍ଟାମୁଣ୍ଡାଇ ପୌରାଂଚଳର […]

କେନ୍ଦ୍ରାପଡ଼ା : କଲିକତାରୁ ପାରାଦୀପ ଆସୁଥିବା ବସରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ୧୬ନମ୍ବର ଜାତୀୟ ରାଜପଥରେ ୩୮ଜଣ ଯାତ୍ରୀଙ୍କୁ ନେଇ କଲିକତାରୁ ପାରାଦୀପ ଆସୁଥିବା ଶିବମ ଟ୍ରାଭେଲସ୍‌ର ସଦାନନ୍ଦ ନାମକ ସ୍ଲିପର କୋଚ ବସଟି ଖଡଗପୁର ସନ୍ନିକଟ ଡେବରା ନିକଟରେ ହୋଇଥିବା ବେଳେ ହଠାତ ବସରେ ନିଆଁ ଲାଗି ଯାଇଥିଲା । ବସର ଡ୍ରାଇଭର ଡେଇଁ ପଳାଇଯାଇଥିବା […]

କୋଲକାତା ବାବୁଘାଟ ବସ୍ ଟର୍ମିନାଲରୁ ପାରାଦୀପ ଆସୁଥିବା ଏକ ଶତୀତାପ ନିୟନ୍ତ୍ରିତ ଯାତ୍ରୀବାହୀ ବସ୍ ‘ଶିବମ୍ ଟ୍ରାଭେଲ୍ସ’ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚଳନ୍ତା ଅବସ୍ଥାରେ ଜଳିଯାଇଛି । ପଶ୍ଚିମବଙ୍ଗର ଖଡ଼ଗପୁର ଥାନା ଅନ୍ତର୍ଗତ ମାଡ଼ପୁରଠାରେ ଏହି ଘଟଣା ଘଟିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ଶୁକ୍ରବାର କୋଲକାତା ବାବୁଘାଟ ୪୫ରୁ ୫୦ ଯାତ୍ରୀ ନେଇ ପାରାଦୀପ ଆସୁଥିଲା । ରାତି ପ୍ରାୟ ୧୦ଟା ବେଳେ କୋଲକାତାଠାରୁ […]

କେନ୍ଦ୍ରାପଡା ସହର ଉପକଣ୍ଠରେ ଅବସ୍ଥିତ ଜିଲ୍ଲାର ଏକମାତ୍ର ଆଇ.ସି.ଏସ.ଇ ବିଦ୍ୟାଳୟରେ ବିଜ୍ଞାନ, କମ୍ପ୍ୟୁଟର, ଚିତ୍ରାଙ୍କନ ଓ ହସ୍ତକଳା ପ୍ରଦର୍ଶନୀ ଆଜି ଉତ୍ସାହ, ପ୍ରେରଣା ଓ ଆନନ୍ଦ ମୁଖରିତ ମୁହୂର୍ତ୍ତରେ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ନବ କିଶୋର ଡିିଗାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ରସାୟନବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ପ୍ରହଲ୍ଲାଦ ପାତ୍ର, ଜୀବବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷୟିତ୍ରୀ ସୁଶ୍ମିତା ଦାଶ, ପଦାର୍ଥବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ରାମନାଥ ପାଲ, […]

କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ତିନିମୁହାଣୀସ୍ଥିତ ଆଇଆଇଏଫ୍‌ଏଲ୍ ଘରୋଇ ବ୍ୟାଙ୍କରେ ସହକାରୀ ମ୍ୟାନେଜର ଜ୍ଞାନଜ୍ୟୋତି ମହାପାତ୍ର ଟାଉନ ଥାନାରେ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ତିନିବର୍ଷ ହେବ କେନ୍ଦ୍ରାପଡା ସହରର ଜଇପୁରା ଗ୍ରାମର ସେକ୍ ମିନୋଜୁଦ୍ଦିନ୍ ବ୍ୟାଙ୍କକୁ ବିଭିନ୍ନ ସମୟରେ ଯାଇ ସହକାରୀ ମ୍ୟାନେଜରଙ୍କୁ ଧମକ ଦିଏ ଯେ ସେ ହେଉଛି ଜଣେ ଡନ୍ । ତାକୁ ଦାଦାବଟି […]

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା “ସଂଚୟ ପକ୍ଷ-୨୦୨୩” ପାଳନ ଅବସରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୁନିୟର୍ ବର୍ଗରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ସିନିୟର୍ ବର୍ଗରେ +୩ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜୁନିୟର୍ ବର୍ଗରେ ବିଷୟ ଥିଲା ‘ସଂଚୟର ଆବଶ୍ୟକତା ।’ ସେହିପରି ସିନିୟର୍ ବର୍ଗର ବିଷୟ ଥିଲା ‘ଆର୍ଥିକ […]

କେନ୍ଦ୍ରାପଡ଼ା, ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଏହି ମେଳାର ଅନୁଷ୍ଠିତ ହେବ । ଏହା ସହିତ ମିଶି କରି ‘କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ […]

ପଟ୍ଟାମୁଣ୍ଡାଇ ୯/୧୧ -ଶ୍ରୀମନ୍ଦିରର ଚାରି ଦ୍ୱାର ଅବିଳମ୍ବେ ଖୋଲାଯିବା, ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ସହ ଭଣ୍ଡାର ଘର ମରାମତି ଦାବିରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି ଓ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଗୁରୁବାର ଦିନ ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ପୋଖରିଆପଡା ପତିତପାବନ ମନ୍ଦିର ପ୍ରାଙ୍ଗଣରେ ସଂକୀର୍ତନ […]

କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଠାରେ ଗୁରୁବାର ବିଜେଡିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ବ୍ୟାପି ଆୟୋଜିତ ତାଲିମ ଶିବିର  ଆଜି ଦ୍ୱୀତିୟ ଦିବସ ।ପ୍ରଥମ ଦିବସର ପ୍ରଥମ ଅଧିବେଶନରେ ରାଜନଗର ବ୍ଲକର ୩୨ନଂ ଜୋନର ୧୧ପଂଚାୟତ ଦ୍ୱିତୀୟ ଅଧିବେଶନରେ ପଟ୍ଟାମୁଣ୍ଡାଇ ବ୍ଲକର ୧୮ନଂ ଜୋନର ୭ପଂଚାୟତ ଓ ଗଙ୍ଗାରାମପୁର ଓ ବାଛରା ପଂଚାୟତ ସାମିଲ କରାଯାଇଥିଲା ।  ଗୁରୁବାର […]

କେନ୍ଦ୍ରାପଡ଼ା : ବିନା ଲାଇସେନ୍ସରେ ବାଣ ଗଚ୍ଛିତ ରଖିଥିବା ବାଣ ବ୍ୟବସାୟୀକୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ସଂପୃକ୍ତ ବ୍ୟବସାୟୀ କେନ୍ଦ୍ରାପଡା ସହରସ୍ଥ ନସଡିପୁର ଗ୍ରାମର ବିଜେନ୍ଦ୍ର ବେହେରା ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଦୀପାବଳି ନିମନ୍ତେ ବିଜେନ୍ଦ୍ର ତାଙ୍କ ନସଡିପୁରସ୍ଥିତ ବାସଭବନରେ ବାଣ ଗଚ୍ଛିତ ରଖିଥିଲେ । ବିକ୍ରି କରିବା ପାଇଁ ଲାଇସେନ୍ସ ଆବେଦନ କରିଥିଲେ […]

କେନ୍ଦ୍ରାପଡ଼ା, ; ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି କେନ୍ଦ୍ରାପଡା ନଗର କଂଗ୍ରେସ ତରଫରୁ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଓ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ତରଫରୁ କୋରୋ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗନରେ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବଳଦେବଜୀଉ ପୀଠରେ ନଗର ସଭାପତି ରାଜେଶ ମହାନ୍ତି ପୌରୋହିତ୍ୟ କରିଥିବା ସ୍ଥଳେ କୋରୋ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ […]

କେନ୍ଦ୍ରାପଡ଼ା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ପାଇଁ ତୃତୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ମାସ ୧୬ ଓ ୧୭ ତାରିଖରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜନ ହେବ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ । ସମୁଦାୟ […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମୀରେ ଇକୋରିଟ୍ରିଟ୍ ପୂର୍ବରୁ ବାଲୁକା କଳା ଉଦ୍‌ଘାଟିତ ହୋଇଯାଇଛି । ବିଧାୟକ ଧୃବ ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ । ଆଳି ଧାନମଣ୍ଡଳର ବିଶିଷ୍ଟ ଚିତ୍ରଶିଳ୍ପୀ ଯତିନ ଦାସ ଆୱାର ହେରିଟେଜ ନାମରେ ମହାପ୍ରଭୁ ଜଗନ୍ନାଥ, କୋଣାର୍କ ମନ୍ଦିର, ଭିତରକନିକାର ଜୈବବିବିଧତା ସ୍ଥାନ ପାଇଛି । ବିଶେଷକରି ହେନ୍ତାଳ ବୃକ୍ଷ, କୁମ୍ଭୀର, କଇଁଛର ପ୍ରତିକୃତୀ ନିଖୂଣ ଭାବରେ ବାଲିରେ ନିର୍ମାଣ କରିଛନ୍ତି । […]

କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଚଂଳର ଅଣ୍ଢରା ଭେଡାରେ ଥିବା ଗୁଡିଆ ଯୋର ଉପରେ ସେତୁ ନିର୍ମାଣ ସ୍ୱପ୍ନରେ ରହିଯାଇଛି । ନେତୃତ୍ୱ ପରେ ନେତୃତ୍ୱ ବଦଳୁଛି । ହେଲେ ଚାଷୀମାନଙ୍କୁ ବାରମ୍ବାର ଦିଆଯାଉଥିବା ପ୍ରତିଶୃତି କାର୍ଯ୍ୟକାରୀ ହେଉନାହିଁ । ଏହି ଗୁଡିଆ ଯୋର ପାର ହେଲେ ଅଣ୍ଢରା ଭେଡାର ଶହ ଶହ ଏକର ଉର୍ବର ଚାଷଜମି ରହିଛି । ବିଶେଷ କରି ଏହି ଚାଷଜମିରେ ରବି […]

କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଏବଂ ବ୍ଲକ୍‌ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା । ମାନବ ସମ୍ବଳର ବିକାଶ ସହ ଅର୍ଥନୈତିକ ସ୍ୱଚ୍ଛ୍ୱଳତା ପାଇଁ ଦକ୍ଷତା ବିକାଶ ଏକାନ୍ତ […]

ଗତ ୧ ମାସ ଧରି ଛାତ୍ରୀଛାତଙ୍କୁ ନେଇ ଚାଲଥିବା କ୍ଲଷ୍ଟର ଓ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପରେ ଚଳିତ ମାସ ୧ ତାରିଖ ବୁଧବାର ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବର ବିଚାରକ ମଣ୍ଡଳ ଚୟନ ପ୍ରକ୍ରିୟାରେ ପାତର ଅନ୍ତର ଓ ପକ୍ଷପାତିତାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୌଳିକ କାହାଣୀକୁ ଅଣଦେଖା କରି କପି କାହାଣିର ନୃତ୍ୟ ଉପରେ ପ୍ରଥମ ସ୍ଥାନ ଦିଆଯିବା ବିଦ୍ୟାଳୟ ଓ […]

ସରକାର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଉନ୍ନତି ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଅବହେଳା କାରଣରୁ ଛାତ୍ର ଛାତ୍ରୀଙ୍କ ଦୁଃଖ ସରୁନାହିଁ । ଏବେବି କୋମଳ ମତି ଶିଶୁ ମାନେ ମଧ୍ୟାହ୍ନ ଭୋଜନ ପରେ ପୋଖରୀକୁ ଧାଉଁ ଥିବାର ଚିତ୍ର ଆସିଛି । ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧୀନସ୍ଥ ଶ୍ରୀରାମପୁର ପଞ୍ଚାୟତର ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ। ବିଦ୍ୟାଳୟ ପରିସର ରେ ଗୋଟିଏ ନଳକୂପ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତିଗିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଲାଗି ରହିଥିବା ବିପଦସଂକୁଳ ବାତ୍ୟା ଆଶ୍ରୟସ୍ଥଳୀକୁ ଉଛେଦ କରାଯିବାକୁ ଦାବି ହୋଇଛି । ତିଗିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟାମାନେ ଏହି ବିପଦସଂକୁଳ ବାତ୍ୟା ଆଶୟସ୍ଥଳୀ ଉଚେଦ କରାଯିବାକୁ ଏକ ଦାବିପତ୍ର ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରଦାନ କରିଛନ୍ତି । ସଂପ୍ରତି ବର୍ଷ ବର୍ଷ ଧରି ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ […]

  କେନ୍ଦ୍ରାପଡ଼ା, ୮ା୧୧: ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଞ୍ଚାୟତର କୁମାରପାଟଣା ଗ୍ରାମର ପରମେଶ୍ୱର ଗିରିଙ୍କ ପତ୍ନୀ ସରସ୍ୱତୀ ଗିରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ଠାରୁ ୫୦ ହଜାର ଟଙ୍କା ଉଧାର ନେଇଥିବା ସେହି ଗ୍ରାମର ଜଣେ ବ୍ୟକ୍ତି […]

କେନ୍ଦ୍ରାପଡ଼ା, ୮ା୧୧: ଜଳନିଧି-୨ ପ୍ରକଳ୍ପ ଉଦ୍‌ଘାଟନ ପରିପ୍ରେକ୍ଷୀରେ ଓଡିଶାର କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେଜ୍ ଚାଷୀମାନଙ୍କୁ ବିଭିନ୍ନ କୃଷି ସରଞ୍ଜାମ ବଣ୍ଟନ କରିଛନ୍ତି । ଏହି ଉପଲକ୍ଷେ ଓଡିଶା କୃଷି ଶିଳ୍ପ ନିଗମ କେନ୍ଦ୍ରାପଡା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ଶ୍ରୀ ବେଜ୍ ଜଳନିଧି-୨ ଯୋଜନାରେ ବସପୁର ଠାରେ ଏକ କ୍ଷୁଦ୍ର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟ ଫାଣ୍ଡି ଅଧିନ ଚଉଦକୁଲାଟ ଛୋଟ ପୋଲ ପାଖରେ ବୁଧବାର ସଂନ୍ଧ୍ୟାରେ ଜଣେ ଯୁବତୀକୁ କିଛି ଯୁବକ ମରଣାସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାରେ ଭର୍ତି କରାଯାଉଛି । ତାଙ୍କ ଡାହାଣ ହାତ ସହ ଦେହର ବିଭିନ୍ନ ସ୍ଥାନରେ କ୍ଷତହୋଇ ରକ୍ତଶ୍ରାବ ହେଉଛିି । ଯୁବତୀ ଜଣଙ୍କ ହେଲେ ସୋନୀ ରାଉତ ଦାଣ୍ଡିସାହି […]