କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ୬ଷ୍ଠ ଦିନରେ ପହଞ୍ଚିଥିବା ବେଳେ ଶନିବାର ଓ ରବିବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ପାଗ ଅନୁକୂଳ ହେତୁ ପୁରୀ ରଥଯାତ୍ରାର ଜନସମାଗମ ହୋଇଛି । ଆଉମାତ୍ର ଗୋଟିଏ ଦିନ ପୂଜା ଗୋଟିଏ ଦିନ ଥିବାରୁ ଏପରି ଗହଳି ଦେଖିବାକୁ ମିଳିଛି । ବିଭିନ୍ନ ପୂଜା ମଣ୍ଡପରେ ଅତ୍ୟାଧୂନିକ ନାଚଗୀତ ସହିତ ପୌରାଣିକ ତଥ୍ୟର ଆସର ଜମିଛି । ମଢିଆଳ ପୂଜା ମଣ୍ଡପରେ ଇରା […]

କେନ୍ଦ୍ରାପଡା – ଅପରାହ୍ନରେ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ କିମ୍ବଦନ୍ତୀ ଗାୟକ ଭଜନ ସମ୍ରାଟ୍ ଭିକାରୀ ବଳଙ୍କ ତ୍ରୟୋଦଶ ଶ୍ରାଦ୍ଧୋତ୍ସବ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଯଥାବିଧି ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ସଂଗୀତଜ୍ଞ ବିମଳ ପ୍ରସାଦ ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ, ଅତିଥି […]

କେନ୍ଦ୍ରାପଡ଼ା : ବିଶ୍ୱ ସୁନାମୀ ଦିବସ ପାଳନ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୫ ତାରିଖରେ ପାଳିତ ହେବାକୁ ଥିବା ବିଶ୍ୱ ସୁନାମୀ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବତୀଘର ପଞ୍ଚାୟତ କଜଳପାତିଆ, ସୁନିତି ଗ୍ରାମ ପଞ୍ଚାୟତର କଣ୍ଟିଲୋ, ଲାଞ୍ଜୁଡା […]

କେନ୍ଦ୍ରାପଡ଼ା: ଓଡିଶା ସୂଚନା ଅଧିକାର ଆନ୍ଦୋଳନର ନେତା ତଥା “ମୋ ଦଳ”ର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ରାକନୈତିକ ଉଦ୍ଦେଶ୍ୟମୂଳକ ଭାବେ ଗିରଫଦାରୀ କରାଯିବା ଏବଂ ତାଙ୍କ ନାମରେ ହୋଇଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର ସହିତ ଶ୍ରୀ ପ୍ରଧାନଙ୍କୁ ନିସର୍ତ୍ତ ଖଲାସ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ମୋ ଦଳ” ପକ୍ଷରୁ ଆଜି ଗଣଧାରଣା ଦିଆଯାଇଥିଲା । ଏଥି ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ଦାବିପତ୍ର […]

କେନ୍ଦ୍ରାପଡ଼ା ବିଜୁ ଦକ୍ଷତା ବିକାଶ କେନ୍ଦ୍ରକୁ ମିଳିଛି ପୁଣି ଏକ ସଫଳତା । ଉପଯୁକ୍ତ ତାଲିମ୍ ପ୍ରାପ୍ତ ପରେ ୧୩ ନମ୍ବର ବ୍ୟାଚ୍‌ରେ ୨୦ ଜଣ ଯୁବକ ହାଇଦ୍ରାବାଦର ସ୍ନେଇଡର୍ ଇଲେଟ୍ରିକ୍ ସଂସ୍ଥାରେ ଚାକିରୀ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏମାନେ କେନ୍ଦ୍ରାପଡ଼ା ବିଜୁ ଦକ୍ଷତା ବିକାଶ କେନ୍ଦ୍ରରୁ ଆସିଷ୍ଟାଂଟ୍ ଇଲେକ୍ଟ୍ରିସିଆନ୍ ଟ୍ରେଡ୍‌ରେ ତାଲିମ ପାଇଥିଲେ । […]

ଲାଞ୍ଚ: ଆମେ ଦେବା ନାହିଁ କି ନେବା ନାହିଁ କେନ୍ଦ୍ରାପଡ଼ା : ଦୁର୍ନୀତିର ଅକ୍ଟୋପସ୍ ପଞ୍ଝାରୁ ମୁକୁଳିବା ପାଇଁ ଆମକୁ ଫୁଙ୍କିବାକୁ ହେବ ଚେତନାର ଶୁଭଶଙ୍ଖ । ଜନ ଜାଗରଣ ହିଁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବ ଓ ଦୁର୍ନୀତିର ମୂଳୋତ୍ପାଟନ କରିପାରିବ । ତେଣୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ସକାଳ ୮ଟାରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ […]

  ଛାତ୍ରଛାତ୍ରୀ ସ୍ୱପ୍ନଭିଳାଷୀ ହେଲେ ଲକ୍ଷ୍ୟ ହାସଲ କରିପାରିବେ କୋମଳମତି ଛାତ୍ରଛାତ୍ରୀମାନେ ସ୍ୱପ୍ନଭିଳାଷୀ ହେଲେ ଇପ୍ସିତ ଲକ୍ଷ୍ୟସ୍ଥଳରେ ପହଂଚି ପାରିବେ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ଗଙ୍ଗାରାମପୁର ହାଇସ୍କୁଲ ପଡିଆ ଆୟୋଜିତ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟ ଓ ସିଆରସିସି ମଳୟ କୁମାର […]

   ଲୋକମାନଙ୍କ ନୈତିକତାକୁ ନେଇ ପ୍ରଶ୍ନ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତଥା କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀରେ ଥିବା ଧୋୟାଚଂଳର ପ୍ରବେଶ ଦ୍ୱାର କୁହାଯାଉଥିବା ବ୍ରହ୍ମଣୀ ସେତୁକୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଆଲୋକି କରଣ ବ୍ୟବସ୍ଥା ହୋଇଥିବା ବେଳେ ଏବେ ଲୋକେ ଅନ୍ଧାରରେ ଯିବାଆସିବା କରୁଛନ୍ତି । ତେବେ ଏତେ ଟଙ୍କା ଖର୍ଚ୍ଚ ପରେ ଆଲୋକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆ ନଯିବା ଏବଂ ସମସ୍ତ ସୌରଚାଳିତ ଲାଇଟ୍ ଚୋରି ହୋଇଯିବା […]

କେନ୍ଦ୍ରାପଡ଼ା,୧ା୧୧-ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ଆରମ୍ଭରୁ ପ୍ରବଳ ଜନ ସମାଗମ ଲାଗିରହିଛି । ସାଜସଜା ସାଙ୍ଗକୁ ମିନା ବଜାର ଏବଂ ପିଲାମାନଙ୍କ ଖେଳକୁଦ ପ୍ରଦର୍ଶନୀ ଯାତ୍ରୀମାନଙ୍କୁ ଆକର୍ଷିତ କରିଛି । ଏହି ସ୍ଥିତିର ସୁବିଧା ନେବାକୁ ରାଜନେତାମାନେ ଭୁଲି ନାହାଁନ୍ତି । ଆଗାମୀ କିଛି ମାସ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ବିଧାୟକ ଆଶାୟୀମାନେ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ପୂଜା କମିଟିମାନଙ୍କର […]

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ଜନସାଧାରଣଙ୍କୁ ଉତମ ଓ ତ୍ୱରିତ ରାଜସ୍ୱସେବା ଯୋଗାଇବା ଉପରେ ଗୁରୁତ୍ୱଆରୋପ କରୁଥିବାରୁ ସେ ଦିଗରେ ଯତ୍ନବାନ ହେବାକୁ ରାଜସ୍ୱ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ଆସନ୍ତା ଏକ ମାସ […]

କେନ୍ଦ୍ରାପଡାର ସୁପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅବସରରେ କେନ୍ଦ୍ରାପଡା ଜିଲ୍ଲାର ବରପୁତ୍ର ଚିର ସବୁଜ ଅକ୍ଷୟ ମହାନ୍ତି ସଙ୍ଗୀତ ସନ୍ଧ୍ୟାରେ ବନ୍ଧୁ ମିଳନ ଏକ ନିଆରା କାର୍ଯ୍ୟକ୍ରମ ଥିଲା । ଗତକାଲି ସନ୍ଧ୍ୟାରେ ଯୁବ ସମାଜସେବୀ ଶୁଭଙ୍କର ନାୟକଙ୍କ ଦ୍ୱାରା ଆୟୋଜିତ ଗରାପୁରସ୍ଥିତ ସ୍ୱୟଂ ସିଦ୍ଧା କଣ୍ଟିନେଣ୍ଟାଲ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀ ଆନୁକୂଲ୍ୟରେ […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଂଚାୟତ ଅଧିକାରୀ ପ୍ରଭାତ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ବିଭିନ୍ନ ସରକାରୀ ଯୋଜନାକୁ ସ୍ୱଚ୍ଛତାର ସହିତ ସଫଳ ରୂପାୟନ କରି ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟକୁ ପୂରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ […]

କେନ୍ଦ୍ରାପଡ଼ା, ୩୧ା୧୦ : ଜନୈକ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ତତକ୍ଷଣାତ ନିଜ ଗାଡିରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇ ମାନବିକତାର ପରିଚୟ ଦେଇଛନ୍ତି ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ । ତୁରନ୍ତ ଚିକିତ୍ସା ପାଇବା ଯୋଗୁଁ ସଂପୃକ୍ତ ବ୍ୟକ୍ତିଙ୍କ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିଛି । କେବଳ ସେତିକି ନୁହେଁ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଡିଏସପି ଶ୍ରୀ ସାମନ୍ତରାୟ ଦାୟୀତ୍ୱରେ ଥିବା ଡାକ୍ତରଙ୍କୁ ଅନୁରୋଧ […]

କେନ୍ଦ୍ରାପଡ଼ା, ୩୧ା୧୦ : ସାରା ଭାରତର କୋଣ ଓ ଅନୁକୋଣରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଉତ୍ସବକୁ ‘ରାଷ୍ଟ୍ରୀୟ ଏକତା ଦିବସ” ରୂପେ ପାଳନ କରାଯାଉଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅନୁଷ୍ଟିତ ଜିଲ୍ଲାସ୍ତରୀୟ ଶପଥ ପାଠରେ ଡେପୁଟି କଲେକ୍ଟର ଶିବାଶିଷ ପରିଡା ଅଧ୍ୟକ୍ଷତା କରିଥିଲେ ଓ ସ୍ୱାଧୀନ ଭାରତର ଏକତା ଓ ଅଖଣ୍ଡତା ନିମନ୍ତେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତ୍ୟାଗ ଓ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କୋର୍ଟ ତାଲୁକ ଆଇନ ସେବା ସମିତି ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ଯୌନ ଉତ୍ପୀଡ଼ନର ପ୍ରତିରୋଧ ଆଇନ (poSH act) ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନିୟର ସିଭିଲ ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ସୁଶ୍ରୀ ସଂଗିତା ମଲ୍ଲିକ ଯୋଗଦେଇ କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଆଇନର […]

ଶାରଦୀୟ ଦୂର୍ଗା ପୂଜା ଉତ୍ସବ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଓ ସଂସ୍କୃତି ଓ ପରମ୍ପରାର ମୁକସାକୀ ହୋଇଥିଲେ ମଧ୍ୟ ବିଗତ କେତେବର୍ଷ ହେବ ମା’ ଧନଦାତ୍ରୀ ଗଜଲଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏହି ପୂଜା ଆରମ୍ଭ ବେଳେ ହାତଗଣତି କେତୋଟି ମେଢ଼କୁ ନେଇ ଆରମ୍ଭ କରାଯାଇଥିଲା । ମାତ୍ର ଏବେ ଏହା ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାମାଞ୍ଚଳର ବିଭିନ୍ନ ଅଂଚଳରେ ଗଜଲଷ୍ମୀ ପୂଜାର […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ଚୋରା ନିଶା କାରବାର ବଢ଼ି ଚାଲିଛି । ସହରରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଛାତ୍ରୀଛାତ୍ରଙ୍କଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଁଏ ଏଥିଯୋଗୁ ପ୍ରଭାବିତ ହେଉଛନ୍ତି । ଏନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଇନଜିବୀ ସୌମ୍ୟରଞନ ଧଳ କୁହନ୍ତି ଖୋଦ ଅବକାରୀ କାର୍ଯ୍ୟାଳୟ ନିକଟରେ ସନ୍ଧ୍ୟା ହେଲେ ଖୁଲମଖୁଲା ମଦ ଆସର ଜମୁଛି । ଏହାଦ୍ୱାରା ଏହି […]

କେନ୍ଦ୍ରାପଡ଼ା, ୩୦ା୧୦ : ସାରା କେନ୍ଦ୍ରାପଡା ସହର ପୋଲିସ ଛାଉଣୀରେ ଭର୍ତ୍ତି ହୋଇଥିବା ବେଳେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଜୟୀପୁରାରୁ ୧୨ଲକ୍ଷରୁ ଅଧିକ ପରିମାଣର ସାମଗ୍ରୀ ଓ ନଗଦ ଅର୍ଥ ଚୋରୀ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ସେକ ସାହାଜୁଦ୍ଦିନ ଦୁଇ ଦିନ ହେବ ସପରିବାର କଟକ ଯାଇଥିବା ବେଳେ ତାଙ୍କ ଘର ବାହାରୁ ଲକ ଥିଲା । ଏହାର ସୁଯୋଗ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଂଚଳର ଏକ ଡକାୟତି ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ସହକାରୀ ଦୈାରା ଜଜ୍ ଶ୍ରୀମତୀ ସୁଶ୍ରୀ ସଂଗୀତା ମଲ୍ଲିକ ୪ ଜଣ ଦୋଷୀଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ୫ ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି । ଏହି ମାମଲାରେ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ […]

କେନ୍ଦ୍ରାପଡ଼ା, ୩୦ା୧୦ : ନିଜ କର୍ମସ୍ଥାନକୁ ସ୍ୱର୍ଗ ବନାଇବାକୁ ହେଲେ ମହିଳାମାନଙ୍କ ପାଇଁ ଏକ ନିରାପଦ ଏବଂ ଅନୁକୂଳ କାର୍ଯ୍ୟ ପରିବେଶ ଆମକୁ ସୃଷ୍ଟି କରିବାକୁ ହେବ । ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ କର୍ମ ସ୍ଥାନରେ ଯୌନ ଉତ୍ପୀଡ଼ନର ପ୍ରତିରୋଧ ଆଇନ (PoSH Act)) ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅବସରରେ ଏଭଳି କହିଛନ୍ତି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁମିତ୍ରା ସାହୁ । […]

କେନ୍ଦ୍ରାପଡ଼ା, ୩୦ା୧୦ : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଞ୍ଚୟ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳ ୧୦ ଘଟିକା ସମୟରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ ମିତବ୍ୟୟିତା ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନତା ସୃଷ୍ଟି […]

କେନ୍ଦ୍ରାପଡ଼ା, ୩୦ା୧୦ : ପ୍ରଶାସନକୁ ସ୍ୱଚ୍ଛ, ନିର୍ମଳ ଓ ଉତ୍ତରଦାୟୀ କରିବା ଉପଲକ୍ଷେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି । ଓଡିଶା ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଅକ୍ଟୋବର ୩୦ ଠାରୁ ନଭେମ୍ବର ୫ ପର୍ଯ୍ୟନ୍ତ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ […]

ବିଜୟନଗରମ୍ବା : ହାନଗା ଟ୍ରେନ୍ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଟ୍ରେନ୍ ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି । ପୂର୍ବତଟ ରେଳପଥ ପକ୍ଷରୁ ହେଲ୍‌ପଲାଇନ୍ ନମ୍ବର ଜାରି କରାଯାଇଛି । […]

କେନ୍ଦ୍ରାପଡ଼ା, ୨୯ା୧୦ : ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ଦ୍ୱାରା ଦୁହୁରିଆ ଆଇନ କଲେଜ ଛକସ୍ଥିତ ସଦଭାବନା କ୍ଲବର ମଣ୍ଡପ ଓ ତୋରଣକୁ ଉଦଘାଟନ କରିଛନ୍ତି । ଏଥିସହିତ ଚଳିତ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ କ୍ଲବର କର୍ମକର୍ତ୍ତା ଓ ସାଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର ପତ୍ନୀ ଓ କୁନିଝିଅଙ୍କ ସହିତ ସଦଭାବନା ପୂଜା ମଣ୍ଡପରେ ପହଞ୍ଚିବା ପରେ […]