କେନ୍ଦ୍ରାପଡା, ୨୧ା୧୨:ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର କୁରୁଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁମର କୁମାର ସ୍ୱାଇଁ ଓ ଯୁବନେତା ହିମାଂଶୁ ଭୂଷଣ ପାଣିଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି ବୋଲି ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ପରଠାରୁ କୁରୁଣ୍ଟି ପଞ୍ଚାୟତର ଏହି ଦୁଇ ନେତା ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ସହ ଦଳୀୟ କର୍ମୀଙ୍କୁ ବିଭିନ୍ନ ସମୟରେ ହଇରାଣ […]

କେନ୍ଦ୍ରାପଡା,୨୧ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମସ୍ଥିତ ରୁଦ୍ରାଣୀ ପବ୍ଲିକ ସ୍କୁଲ ଏବଂ କିଡସ୍ ପ୍ଲେ ସ୍କୁଲର ମିଳିତ ଆନୁକୂଲ୍ୟରେ ୨୦ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମଞ୍ଚ ଉନ୍ମୋଚନ କରି କହିଥିଲେ ଯେ ଆଜିର ଶିଶୁ କାଲିର ନାଗରିକ । ପ୍ରବଚକ ମାନସଭୂଷଣ ହୃଷିକେଶ ରଥ ଅତିଥର […]

କେନ୍ଦ୍ରାପଡ଼ା, ୨୧ା୧୨: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ତତ୍ ପରବର୍ତ୍ତୀ ଅବପାତ ପ୍ରଭାବରେ ଶୁକ୍ରବାର ଠାରୁ ବର୍ଷା ଲାଗି ରହିଥିବାରୁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ କିଛି ଦିନ ହେବ ଚାଷୀମାନେ ବିଲରୁ ଧାନ କାଟି ସେହି ବିଲରେ ଶୁଖିବା ପାଇଁ ପକାଇଥିବା ବେଳେ ଏବେ ବର୍ଷା ହୋଇଯିବାରୁ ସେହି କଟା ହୋଇଥିବା ଧାନ ବିଲରୁ ଖଳାକୁ ଆଣିବା ଆଉ ସମ୍ଭବ ହୋଇ ପାରୁନି। କାରଣ […]

କେନ୍ଦ୍ରାପଡ଼ା, ୨୧ା୧୨: ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ଦୁଇଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପ୍ରତିଭାକୁ ପ୍ରଦର୍ଶନ କରିଥିଲେ। ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତା କରି ବର୍ତ୍ତମାନ ଚାପଗ୍ରସ୍ତ ପିଲାମାନଙ୍କ ପାଇଁ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି […]

2

କେନ୍ଦ୍ରାପଡା,୨୧ା୧୨: ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶିନୀ ବରଗଡ ଜିଲ୍ଲାର ବରପାଲି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ତିନିଦିନଧରି ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ କେନ୍ଦ୍ରାପଡାର ୭ଟି ପ୍ରକଳ୍ପ ମଧ୍ୟରୁ ୪ଗୋଟି ପ୍ରକଳ୍ପ ଜୋନସ୍ତରକୁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡିଶା ଆଦର୍ଶ ବିଦ୍ୟାଳୟ ତରାଣ୍ଡୋ ଏକାଦଶ ଶ୍ରେଣୀର ଛାତ୍ରୀ ସ୍ୱାତୀପ୍ରଜ୍ଞା ରଥ ଖାଦ୍ୟ ସ୍ୱାସ୍ଥ୍ୟ ବିଷୟବସ୍ତୁରେ ପ୍ରଥମ ସ୍ଥାନ ଓ ପଟ୍ଟାମୁଣ୍ଡାଇର ଗଙ୍ଗାରାମପୁରସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଦଶମ […]

ପଟ୍ଟାମୁଣ୍ଡାଇ ତା ୨୧/୧୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିଜେପି ସଂଗଠନକୁ ମଜଭୁତ କରିବା ପାଇଁ ପଦକ୍ଷେପ ନିଆଯାଇଛି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌର ପରିଷଦ ନଂ ୧ୱାର୍ଡରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି I ପୂର୍ବତନ କାଉନସିଲର ବରିଷ୍ଠ ବିଜେପି ନେତା ପଦାରବିନ୍ଦ ସାହୁଙ୍କ ନେତୃତ୍ୱରେ ଆୟୋଜିତ ମିଶ୍ରଣ ପର୍ବ ରେ ରାଜନଗର ନିର୍ବାଚନମଣ୍ଡଳୀ ବିଜେପି ନେତା ଲଳିତ ବେହେରା,ବରିଷ୍ଠ ଯୁବନେତା ମିଟୁ ମନୋଜ ନାୟକ, ଯୁବନେତା […]

ପଟ୍ଟାମୁଣ୍ଡାଇ ୨୧/୧୨-ରାଜ୍ୟ ସରକାରଙ୍କ ନିର୍ଦେଶରେ ପ୍ରଶାସନ ଗାଁ ମୁହାଁ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ସରପଂଚ ପ୍ରିୟବ୍ରତ ଓଝା, ସମିତି ସଭ୍ୟ କୈଳାଶ ପରିଡା, ପଂଚାୟତ ନିର୍ବାହୀ ଅଧିକାରୀ ଜ୍ୟୋତି ରଞ୍ଜନ ସାମଲ ଓ ଏଡିଇଓ ବର୍ଷାରାଣୀ ଖୁଂଟିଆ ଯୋଗ ଦେଇ […]

ପଟ୍ଟାମୁଣ୍ଡାଇ ୨୧/୧୨-ପଟ୍ଟାମୁଣ୍ଡାଇ ହରିହରାନନ୍ଦ ବାଳାଶ୍ରମର ୨୦ବର୍ଷ ପୂର୍ତି ଉପଲକ୍ଷେ ପୁରାତନ ଛାତ୍ରସଂସଦ ପକ୍ଷରୁ ୨ୟ ମହାମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ହରିହରା ନନ୍ଦ ବାଳାଶ୍ରମ ପ୍ରତିଷ୍ଠାତା ଅନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ଉଦଘାଟନ କରିଥିଲେ । ବାଳାଶ୍ରମ ଅଧକ୍ଷ ଡ଼ ମଳୟ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଓଡିଶୀ ଓ ଛଉ ବିଦ୍ୟାଳୟ ପ୍ରତିଷ୍ଠାତା ପଦ୍ମଶ୍ରୀ ଏଲିଆନା ସୀତାରିଷ୍ଟ ମୁଖ୍ୟଅତିଥି,ଯୁବପରିବେଶବିତ ସୌମ୍ୟ ରଞ୍ଜନ ବିଶ୍ୱାଳ, […]

ପଟ୍ଟାମୁଣ୍ଡାଇ ୨୧/୧୨ -କଟକରୁ ଯାତ୍ରୀମାନଙ୍କୁ ନେଇ ମହାକାଳପଡା ଜମ୍ବୁ ଅଭିମୁଖେ ଯାଉଥିବା ‘ଉମାଶଙ୍କର’ ନାମକ ଯାତ୍ରୀବାହୀ ବସ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥିନା ବଟପଡା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ ଦୁର୍ଘଟଣାରେ ପ୍ରାୟ ୮ ରୁ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କେନ୍ଦ୍ରାପଡା ଜିଲା ଚିକିତ୍ସାଳୟ ପଠାଯାଇଛି। ଦୁର୍ଘଟଣା ଘଟାଇବା ପରେ ବସ […]

ପଟ୍ଟାମୁଣ୍ଡାଇ ୨୧/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଢାଖଣ୍ଡ ଗ୍ରାମରେ ଏକ ଘରେ ଶନିବାର ସକାଳେ ଅଗ୍ନି କାଣ୍ଡ ଘଟି ଗୋଟିଏ ପରିବାର ନିସ୍ୱ ହୋଇଯାଇଛନ୍ତି । ରୋଷଇ ବେଳେ ସିଲିଣ୍ଡରରୁ ହଠାତ ନିଆଁଲାଗି ଯିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ସୈାଭାଗ୍ୟ ବଶତଃ ସମସ୍ତ ପରିବାର ସକାଳୁ ନିତ୍ୟକ୍ରମ ପାଇଁ ବାହାରକୁ ଯାଇଥିବାରୁ କାହାର କୌଣସି ହାନି ଘଟିନାହିଁ। ଘର ମଧ୍ୟରେ ଥିବା ଆସବାବପତ୍ର, ମୋଟର ସାଇକେଲ, ସମସ୍ତ ଲୁଗା […]

ପଟ୍ଟାମୁଣ୍ଡାଇ ତା ୨୦/୧୨- ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ପାଇଁ ଦିବସଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସି ଡି ପି ଓ ଲଷ୍ମୀମଣି ସିଂଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଡି ସି ପି ଓ ବିଜୟ କେତନ ସାହୁ, ବ୍ଲକ ସହକାରୀ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ,ପଟ୍ଟାମୁଣ୍ଡାଇ ହସ୍ପିଟାଲ ବି ପି ଏମ ପ୍ରଶାନ୍ତ ଜେନା, ଅଙ୍ଗନବାଡି ସୁପରଭାଇଜର ଖୁଲଣା ସୁନ୍ଦରୀ ଜେନା ପ୍ରମୁଖ ଯୋଗ ଦେଇ […]

କେନ୍ଦ୍ରାପଡ଼ା,୨୦ା୧୨ : ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ୍ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, ପଞ୍ଚାୟତରାଜ ଓ ପାନୀୟଜଳ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ମଙ୍ଗଳ ବିଭାଗ, ବେସାମରିକ ଯୋଗାଣ ବିଭାଗ, ସମବାୟ, ସାମାଜିକ ସୁରକ୍ଷା, ଶକ୍ତି, […]

କେନ୍ଦ୍ରାପଡ଼ା, ୨୦ା୧୨: ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ସରକାରୀ ହାଇସ୍କୁଲ ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପବିତ୍ର […]

ପଟାମୁଣ୍ଡାଇ୨୦/୧୨ – ପଟାମୁଣ୍ଡାଇ ଅଞ୍ଚଳର ସର୍ବ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୁରାତନ ଛାତ୍ର ସଂସଦ ପ୍ରତିଷ୍ଠାତା ସମ୍ପାଦକ ତଥା ରେଭେନସା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ବୈଷ୍ଣବ ଚରଣ ସି°ହ ଓ ଛାତ୍ରସଂସଦର ପ୍ରତିଷ୍ଠାତା ସଭାପତି ପତ୍ରପୁର ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ହରେକୃଷ୍ଣ ଲେଙ୍କାଙ୍କ ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞଳି ସଭା ଏମ ଏନ ହାଇସ୍କୁଲ ସଭା ଗୃହରେ ଅନୁଷ୍ଠିତ […]

ପଟ୍ଟାମୁଣ୍ଡାଇ ୨୦/୧୨- ପଟ୍ଟାମୁଣ୍ଡାଇ ପୌର ପରିଷଦର ବୈଠକ ଶୁକ୍ରବାର ପୌର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ବିବରଣୀ ପାଠ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ମୁଖ୍ୟତଃ ପ୍ରତି ୱାର୍ଡରେ […]

କେନ୍ଦ୍ରାପଡ଼ା, ୨୦ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଦଣ୍ଡାମୁଣ୍ଡ ଛକସ୍ଥିତ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସ ପକ୍ଷରୁ ଏକ ‘ସଡକ ସୁରକ୍ଷା ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ଅଟୋମାଲିକ ଓ ଚାଳକମାନେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ବୈଠକରେ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସର ପ୍ରତିଷ୍ଠାତା ପରିଚାଳକ ନଳିନୀକାନ୍ତ ସାହୁ ସଭାପତିତ୍ୱ କରି ଅଟୋଚାଳକମାନଙ୍କୁ ସଡକ ସୁରକ୍ଷା ଓ ଜୀବନ […]

କେନ୍ଦ୍ରାପଡା୨୦/୧୨- କେନ୍ଦ୍ରାପଡା କଳା, ସଂସ୍କୃତି ଓ ବୌଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ) ପକ୍ଷରୁ ଆଗାମୀ ଜାନୁଆରୀ ୬ରୁ ୧୩ଯାଏ ସହରର ମହୀପାଳ ଟେଲିକମ ପଡିଆରେ ରାଜ୍ୟସ୍ତରୀୟ ପୁସ୍ତକମେଳାର ୨୨ତମ ସଂସ୍କରଣ ଅନୁଷ୍ଠିତ ହେବ। ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗୀତାରେ ଏହାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ କେମର କର୍ମକର୍ତ୍ତାମାନେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଭେଟି ଆଲୋଚନା […]

ପଟ୍ଟାମୁଣ୍ଡାଇ ୨୦/୧୨ – ଆମ୍ବେଦକରଙ୍କ ନାମ ନେବା କଂଗ୍ରେସ ଦଳ ପାଇଁ ଏକ ଫେସନରେ ପରିଣତ ହୋଇଯାଇଛି। ଯଦି ସେମାନେ ଭଗବାନଙ୍କ ନାମ ଏତେ ଥର ନେଇ ଥାନ୍ତେ ତା’ହେଲେ ସେମାନେ ସାତ ଜନମ ପାଇଁ ସ୍ୱର୍ଗରେ ସ୍ଥାନ ପାଇଯା’ନ୍ତେ ବୋଲି ସମ୍ବିଧାନର ୭୫ ବର୍ଷ ପୂର୍ତି ଉପଲକ୍ଷେ ଏହାର ଗୌରମମୟ ଯାତ୍ରା ଉପରେ ଆୟୋଜିତ ବିତର୍କରେ ଭାଗ ନେଇ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ଶାହଙ୍କ ଏହି ମନ୍ତବ୍ୟକୁ […]

ପଟ୍ଟାମୁଣ୍ଡାଇ ୨୦/୧୨ -ଦୁଛ ଛାତ୍ରଙ୍କ ମଧ୍ୟରେ ଝଗଡା ଝାଟିରୁ ଜଣେ ୟୁପି ସ୍କୁଲ ଛାତ୍ରକୁ ଆଜି ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଏହି ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ଛାତ୍ରକୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଦୁଇ ଛାତ୍ର ହେଉଛନ୍ତି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଏକ ସ୍କୁଲ ର ବୋଲି ଜଣାପଡ଼ିଛି। ଏଥିନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ହେଲେ ପୋଲିସ […]

କେନ୍ଦ୍ରାପଡ଼ା, ୧୯ା୧୨: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ବୁଧବାର ଆରମ୍ଭ ହୋଇଥିବା ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଗୁରୁବାର ପୂର୍ବାହ୍ନରେ ଏକ ଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମୃତ୍ୟୁଞ୍ଜୟ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟବିଜ୍ଞାନୀ ଡ. ଅମ୍ବିକା ପ୍ରସାଦ ନାୟକ, ଉଦ୍ୟୋଗପତି […]

କେନ୍ଦ୍ରାପଡ଼ା, ୧୯ା୧୨ : ପ୍ରଜ୍ଞାମିଶନ ଆନୁକୂଲ୍ୟରେ ଉଦୟନଗରସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଗୀତା ଜ୍ଞାନଯଜ୍ଞ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ରାପଡା ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଜ୍ଞାମିଶନର ସନ୍ୟାସୀ ଓ ଅନ୍ତେବାସୀଙ୍କ ସମେତ ଦିବ୍ୟଜୀବନ ସଙ୍ଘର ଭକ୍ତ ଓ ଆଧ୍ୟାତ୍ମିକ ପ୍ରେମୀମାନେ ଏହି ପବିତ୍ର ଜ୍ଞାନଯଜ୍ଞରେ ଯୋଗଦେଇ ଥିଲେ। ପରମହଂସ ପ୍ରଜ୍ଞାନାନନ୍ଦ ଗିରି […]

ପଟ୍ଟାମୁଣ୍ଡାଇ ୧୯/୧୨ -ବିଜୁଜନତା ଦଳର ସୁପ୍ରିମ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ତତ୍ୱାବଧାନରେ ଏବଂ ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କାଙ୍କ ଉପସ୍ଥିତିରେ ପୌରାଂଚଳର ଆଗଧାଡିର ନେତୃତ ସମେତ ଯୁବବନ୍ଧୁ ମାନଙ୍କୁ ନେଇ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଡିଜିଟାଲ ପ୍ଲାଟଫର୍ମରେ ବିଜେଡି ସଭ୍ୟ ସଂଗ୍ରହ ପାଇଁ ବିଜେଡି କାର୍ଯାଳୟ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । […]

କେନ୍ଦ୍ରାପଡା,୧୯ା୧୨:କେନ୍ଦ୍ରାପଡା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ଜାତୀୟ ପେନସନ୍ ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଛି । ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ୍ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ପାରାଦୀପ ଆଞ୍ଚଳିକ ପ୍ରବନ୍ଧକ ଦେବାଶିଷ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ବ୍ୟାଙ୍କ ତରଫରୁ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ପୀତାମ୍ବର ଦାସ ଏବଂ ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନାଙ୍କୁ ଉତ୍ତରୀୟ […]

କେନ୍ଦ୍ରାପଡ଼ା,୧୯ା୧୨: ଚୂଲିରେ ରୋଷେଇ କରୁଥିବା ବେଳେ ଶାଢୀରେ ଆକସ୍ମିକ ଭାବେ ନିଆଁ ଲାଗି ପୋଡ଼ିଯାଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ୍‌ର ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ନଚ୍ଛିପଡ଼ା ଗ୍ରାମର ପ୍ରଶାନ୍ତ କୁମାର ପରିଡ଼ାଙ୍କ ପତ୍ନୀ ମାନସୀ ପରିଡ଼ାଙ୍କର ୩୮ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । ଗତ ୧୨ତାରିଖ ମଧ୍ୟାହ୍ନରେ ନିଜ ଘର ଅଗଣାରେ ଥିବା ଏକ ଚୂଲିରେ ମାନସୀ ରୋଷେଇ କରୁଥିଲେ […]