ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ନିଖୋଜ


ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି। ରବିବାରଠାରୁ ଏହାର କୌଣସି ସନ୍ଧାନ ମିଳି ନାହିଁ। ଚିନ୍ତାର ବିଷୟ ହେଉଛି ବୁଡାଜାହାଜରେ ଥିବା ୫ ଜଣଙ୍କ ଲାଗି ମାତ୍ର ଆଉ ୧ଘଣ୍ଟା ପାଇଁ ଅକ୍ସିଜେନ ବାକି ରହିଛି। କାନାଡାର କୋଷ୍ଟଗାର୍ଡ ଲଗାତାର ଏହି ବୁଡାଜାହାଜର ସନ୍ଧାନ ପାଇଁ ଚେଷ୍ଟା ଚଳାଇଛି। ଗୋଟିଏ ଦିନ ପୂର୍ବରୁ ଜଣାପଡିଥିଲା କି କାନାଡାର କୋଷ୍ଟ ଗାର୍ଡ ବାହନ ସମୁଦ୍ର ଭିତରୁ କିଛି ଶବ୍ଦ ଶୁଣିବାକୁ ପାଇଥିଲେ। ଆଶା କରାଯାଉଛି କି ଏମାନଙ୍କୁ ଉଦ୍ଧାର କରାଯାଇପାରେ।

ଆଟଲାଣ୍ଟିକ୍ ମହାସାଗରରେ ପ୍ରାୟ ୧୨,୫୦୦ ଫୁଟ ଗଭୀରରେ ଅବସ୍ଥିତ ଟାଇଟାନିକ୍ ରେକ୍ ସାଇଟକୁ ଯାତ୍ରା ଆରମ୍ଭ କରିଥିବା ସବମେରାଇନ୍ ଟାଇଟାନ୍ ଚାରି ଦିନିଆ ଜରୁରୀକାଳୀନ ଅମ୍ଳଜାନ ସହାୟତା ସହିତ ଏହି ବୁଡ଼ାଜାହାଜ ଯାତ୍ରା ଆରମ୍ଭ କରିଥିଲା ।


Next Post

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର

Thu Jun 22 , 2023
କେନ୍ଦ୍ରାପଡା, ତା୨୨/୬ – ଶ୍ରୀ ଗୁଣ୍ଡିଚା ଦିନ ପୁରୀରେ ନ୍ୟୁଜ ୭ର ପୁରୀ ଜିଲ୍ଲା ପ୍ରତିନିଧି ଚିତ୍ତରଞ୍ଜନ ମହାନ୍ତି ଓ ଚନ୍ଦ୍ର ଶେଖର ପାତ୍ରଙ୍କୁ ରଥଯାତ୍ରାର କଭରେଜ କରୁଥିବା ବେଳେ ଦୁଇଜଣ ସେବାୟତ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରିଥିବା ସେବାୟତ ହେଲେ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା । ଉଭୟ ନାମରେ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

You May Like