ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ତାର ଆଖପାଖ ଅଂଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ସାଧାରଣ ଖାଉଟି ଟମାଟୋ ବଜାରରୁ କିଣି ପାରୁନାହିଁ । ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଁଚିଛି । ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଟମାଟୋ ଗଛଗୁଡିକ ଭୁରୁଙ୍ଗା ମାରିଯିବା ଫଳରେ ଫଳ ଧରୁନାହିଁ । କେନାଲ ପାଣି ନ ଆସିବାରୁ ଗାଡିଆ ପୋଖରୀ ସବୁ ଶୁଖିଲା ପଡିଛି । ଚାଷୀମାନେ ଟମାଟୋ ଫସଲରେ ପାଣି ମଡାଇ ପାରୁନାହାନ୍ତି । ଫଳରେ ଗଛଗୁଡିକ ମରିଯିବାକୁ ବସିଥିବା ବେଳେ ଗତ କାଲି ଠାରୁ ମୌସୁମୀ ପ୍ରଭାବରେ ଝିପିଝିପି ବର୍ଷା ହେଉଛି । ମାତ୍ର ଟମାଟୋ ଫସଲ ଉଜୁଡି ଯାଉଥିବାରୁ ଦର ବଢ଼ିଛି ବୋଲି ସେ କହୁଛନ୍ତି । ସେହିପରି ଧୋୟାଚଂଳ ଚାଷୀ ପ୍ରଫୁଲ ପ୍ରଧାନ କୁହନ୍ତି ଧୋୟାଚଂଳରେ ପ୍ରାୟ ଚାଷୀ କରିଥାନ୍ତି ଟମାଟୋ ଚାଷ । ଏକର ଏକର ଜମିରେ ଫଳେ ଟମାଟୋ । କିନ୍ତୁ ଏ ବର୍ଷ ଚିତ୍ର ଭିନ୍ନ । ଟମାଟୋ ଗଛ ଲାଗିଲା । ଗଛ ହୃଷ୍ଟ ପୃଷ୍ଟ ହୋଇ ବଢିଲା କିନ୍ତୁ ଫଳିଲାନି ଟମାଟୋ । ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଓ ମଞ୍ଜି ଖରାପ ହେତୁ ଫଳ ଧରିନଥିବା କ୍ଷେତକୁ ଦେଖି ଟମାଟୋ ଚାଷୀ ଚିନ୍ତାରେ ପଡିଯାଇଚି । ଧାର କରଜ କରି ଚାଷ କରିଥିବାବେଳେ ପରିବାର ପ୍ରତିପୋଷଣ ଓ ଋଣ ଟଙ୍କା ସୁଜିବାକୁ ନେଇ ବଢିଛି ଚିନ୍ତା । ଏଠିକାର ଟମାଟୋ ଆଖପାଖ ଅଚଂଳରେ ବିକ୍ରୀ ହେବା ସହ କଟକ ଓ ଯାଜପୁର ପରି ମାର୍କେଟକୁ ସୁଲଭ ଦରରେ ଯୋଗାଇ ଦିଆଯାଏ । ଆଗକୁ ଯଦି ପ୍ରଶାସନ ପକ୍ଷରୁ ଚାଷୀକୁ ରିହାତି ଦରରେ ସାର, ମସଲା ଓ ମଞ୍ଜି ସହ ଆର୍ôଥକ ସହାୟତା ଯୋଗାଇ ଦିଆଯିବ ତେବେ ଚାଷୀକୂଳ ଉପକୃତ ହେବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ପଟ୍ଟାମୁଣ୍ଡାଇ ଅଂଚଳରେ ଶୀତଳଭଣ୍ଡାର ନ ଥିବାରୁ ଟମାଟୋକୁ ସଂରକ୍ଷଣ କରାଯାଇପାରୁନାହିଁ ବୋଲି ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି । ଟମାଟୋ ଆମଦାନୀ କମ ହେଉଥିବାରୁ ଏହା ଲୋକଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ହେଉନାହିଁ । ଏହି ସୁଯୋଗରେ ପାଇକରୀ ବିକ୍ରେତାମାନେ ଦର ବଢ଼ାଇ ଚାଲିଛନ୍ତି ବୋଲି ବହୁ ଗ୍ରାହକ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading