କପାଳେଶ୍ୱର ଗ୍ରାମପଞ୍ଚାୟତ ପକ୍ଷରୁ ନିଶୁଳ୍କ ଖାଦ୍ୟ ବିତରଣ


କେନ୍ଦ୍ରାପଡ଼ା, ୧ା୭ : ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ବାହୁଡା ଯାତ୍ରା ଅବସରରେ ଶ୍ରୀଜୀଉଙ୍କ ଇଛାପୁରସ୍ଥିତ ରଥଦାଣ୍ଡରେ କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ବିଜୁ ଯୁବ ଜନତାଦଳର ସମ୍ପାଦକ ଲୋହିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ନିଶୁଳ୍କ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩ହଜାରରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଦହିବରା ଓ ଆଳୁଦମ ବିତରଣ କରାଯିବା ସହିତ ରଥଟଣା ସମୟରେ ଉପସ୍ଥିତ ସେବକ ଓ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିଶୁଳ୍କ ପିଇବା ପାଣି ବୋତଲ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ମୋହନ ଚରଣ ନାଥ, ରାଜେନ୍ଦ୍ର ମହାପାତ୍ର, ହିମାଂଶୁ ବେହେରା, ଚିନ୍ମୟ ପ୍ରଧାନ, ଆକାଶ ବିଶ୍ୱାଳ, ଦେବଦତ ନାୟକ, ଦୈତାରୀ ମଳିକ, ଶରତ ମଳିକ, ସନ୍ତୋଷ ବେହେରା, ନିରଞ୍ଜନ ଦାସ, ରାଜେନ୍ଦ୍ର ବେହେରା, ଶାନ୍ତନୁ ବାରିକ, ପ୍ରଦୀପ ସେଠୀ, ରଞ୍ଜନ ସ୍ୱାଇଁ, ବାନାମ୍ବର ମଲିକ ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା କରିଥିଲେ । କିଛିଦିନ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଶ୍ରୀଗୁଣ୍ଡିଚା ଅବସରରେ ବଡଦାଣ୍ଡରେ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ଓ ଚା ନିଶୁଳ୍କ ବିତରଣ କାର୍ଯ୍ୟକ୍ରମ କରାଯାଇ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ବୁଦ୍ଧିଜିବୀଙ୍କ ଦ୍ୱାରା ପ୍ରଶଂସାର ପାତ୍ର ହୋଇଥିଲା ।


Discover more from

Subscribe now to keep reading and get access to the full archive.

Continue reading