ନୂତନ ପୌର ନିର୍ବାହୀ ଅଧିକାରୀଙ୍କୁ ନଗର କଂଗ୍ରେସ ତରଫରୁ ସ୍ୱାଗତ



ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ପୌରପରିଷଦରେ ନୂତନ ପୌର ନିର୍ବାହୀ ଅଧିକରୀ ଭାବେ ଯୋଗ ଦେଇଥିବା ଅଜିତ ନାରାୟଣ ପ୍ରାସାଦ ଗିରିଙ୍କୁ ମଙ୍ଗଳବାର ନଗର କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଛି । ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଯୁବନେତା ଅବିନାଶ ଲେଙ୍କା, କାଉନସିଲର ମଳୟ ଓଝା ପୂର୍ବତନ କାଉନସିଲର ଆଲୋକ ଧଳ, ସେକ ଅମୃଲୁ, ସନାତନ ବିଶ୍ୱାଳ, ତପନ ପାତ୍ର ପ୍ରମୁଖଜେଯାଗ ଦେଇ ପଟ୍ଟାମୁଣ୍ଡାଇର ମୌଳିକ ସମସ୍ୟା ଓ ବିଭିନ୍ନ ଉନୟନ ମୂଳକ କ୍ରଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।ଏହି ଅବସରରେ ନିର୍ବାହୀ ଅଧିକରୀ ଶ୍ରୀ ଗିରି ଲୋକଙ୍କ ନିକଟତର ହୋଇ ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କରିବା ଦିଗରେ ପ୍ରତିଶୃ୍‌ତି ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading