ନୂଆ ବସଷ୍ଟାଣ୍ଡରେ ଜବରଦଖଲ ଉଛେଦ କଲା ପୈାରପାଳିକା ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧ୍ୱ ଜବରଦଖଲ କରିଥିଲେ


କେନ୍ଦ୍ରାପଡ଼ା, ୧୩ା୭ : ତିନିମୁହାଣି- ଅଙ୍ଗୁଳେଇ ରାସ୍ତାର ନୁଆ ବସଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ଥିବା ଶ୍ରୀଗୋବିନ୍ଦଜୀଉଙ୍କ ଜମିକୁ ଦୀର୍ଘ ୨୫ବର୍ଷ ଧରି ଜବରଦଖଲରେ ଦୋକାନ ଘର କରି ବ୍ୟବସାୟ କରୁଥିବା ବେଳେ ଶ୍ରୀଜୀଉ ବୋର୍ଡଙ୍କୁ  କୈାଣସି ଭଡା ପଇଠ କରୁନଥିଲେ । ଏବାବଦରେ ଶ୍ରୀଜୀଉଙ୍କ ଟ୍ରଷ୍ଟବୋର୍ଡ ପକ୍ଷରୁ ବିଭିନ୍ନ ସମୟରେ ଜବରଦଖଲକାରୀ ବ୍ୟବସାୟୀମାନଙ୍କୁ ଦୋକାନ ଘର ଭଡା ପଇଠ କରିବାକୁ କୁହାଯାଉଥିଲେ ମଧ୍ୟ ସେମାନେ ଏସବୁ କର୍ଣ୍ଣ ଗୋଚର କରୁନଥିଲେ । ଏନେଇ ଟ୍ରଷ୍ଟବୋର୍ଡ ପକ୍ଷରୁ ଏବିଷୟରେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ  ଶ୍ରୀଜୀଉଙ୍କ ଟ୍ରଷ୍ଟ ବୋର୍ଡ ସହିତ ଏବିଷୟରେ ସବିଶେଷ ଆଲୋଚନା କରାଯିବା ପରେ ଜବରଦଖଲକାରୀ ମାନଙ୍କୁ ଗତ ୨୦୨୨ମସିହାରେ ସେହି ସ୍ଥାନରୁ ଉଠିଯିବାକୁ ନୋଟିସ ପ୍ରଦାନ କରାଯାଇଥିଲା । ନୋଟିସ ପାଇବା ସତ୍ୱେବି ଜବରଦଖଲକାରୀମାନେ ଚୁପ ହୋଇ ବସି ରହିଲେ । ଏହା ପରେ ଜିଲ୍ଲା ପ୍ରଶାସନର ନିର୍ଦେଶରେ ପୈାରସଂସ୍ଥା ପକ୍ଷରୁ ସଂପୃକ୍ତ ଜବରଦଖଲକାରୀ ବ୍ୟବସାୟୀ ଏବଂ ନୂଆ ବସଷ୍ଟାଣ୍ଡ ପରିସରରେ ପୈାରସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଇଥିବା ଦୋକାନ ଗୃହରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ଘର ଖାଲି କରିବାକୁ ଦିନିକିଆ ନୋଟିସ ପ୍ରଦାନ କରାଯାଇଥିଲା ।

ସେହି ଅନୁଯାୟୀ ଆଜି ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୈାରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କ ଉପସ୍ଥିତିରେ ପୈାରସଂସ୍ଥାର ୧୫ଜଣ କର୍ମଚାରୀ ଏବଂ ପୈାରସଂସ୍ଥା ଦ୍ୱାରା ନିୟୋଜିତ ଜେସିବି ମେସିନ ଦ୍ୱାରା ଜବରଦଖଲ ଉଛେଦ କରାଯିବା ସହିତ ସେହିସବୁ ସ୍ଥାନରେ ଥିବା ଦୋକାନ ଘର ଗୁଡିକ ଭାଙ୍ଗି ଦିଆଯାଇଥିଲା । ଉଛେଦ ପୂର୍ବରୁ ସଂପୃକ୍ତ ଜବରଦଖଲକାରୀମାନେ ସେମାନଙ୍କ ଜିନିଷ ଅନ୍ୟତ୍ର ନେଇଯାଇଥିବାର ଦେଖାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ, ଟାଉନ ଥାନା ସବଇନିସପେକ୍ଟର ରତିରଞ୍ଜନ ନାୟକଙ୍କ ସମେତ ୨ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୃତୟନ ହୋଇଥିଲେ । କେନ୍ଦ୍ରାପଡା ତହସିଲଦାର ଅଞ୍ଜଳି ତରାଇ ଓ ଅତିରିକ୍ତ ତହସିଲଦାର ମ୍ୟାଜିଷ୍ଟ୍ରେଟ ଭାବରେ ସେଠାରେ ଉପସ୍ଥିତ ଥିଲେ । ନୁଆ ବସଷ୍ଟାଣ୍ଡର ସଂପ୍ରସାରଣ ନିମନ୍ତେ ୬କୋଟି ୯୯ଲକ୍ଷ ଟଙ୍କା ସରକାର ମଞ୍ଜୁର କରିଥିବା ବେଳେ କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଜବରଦଖଲ ଉଛେଦ ପରେ ସେହି ସ୍ଥାନରେ ନୂତନ ଦୋକାନ ଗୃହ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ଅର୍ଥ ମଞ୍ଜୁର କରାଯିବାକୁ ଜିଲ୍ଲାପାଳ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଅର୍ଥ ମଞ୍ଜୁର ପରେ ସେହି ଅନୁଦାନରେ ସେଠାରେ ନୂତନ ଦୋକାନ ଗୃହ ନିର୍ମାଣ ହେବ ବୋଲି ପୈାରନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।


Next Post

ଦିହୁଡିପୁର ସମିତିସଭ୍ୟ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ

Fri Jul 14 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଅଗଷ୍ଟ ମାସ ୯ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି ପଂଚାୟତର କଂଗ୍ରେସ ସମର୍ଥିତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଦିହୁଡିପୁର ସମିତିସଭ୍ୟ ପଦବୀ ହାସଲ ପାଇଁ ଶାସକ […]

KANIKA