କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ୧୧୩ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦେଇଛନ୍ତି । ଏଥିରେ ୨ ଜଣ ଶିକ୍ଷକ ଲେବୁଲ-୩କୁ ଉନ୍ନୀତ ହୋଇ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବାବେଳେ ୪୨ଜଣ ଶିକ୍ଷକ ଲେବେଲ-୩କୁ ଉନ୍ନୀତ ହୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି । ସେହିପରି ୨୪ଜଣ ଶିକ୍ଷକ ଲେବଲ ୪କୁ ପଦୋନ୍ନତି ପାଇଥିବାବେଳେ ୪୫ଜଣ କଳା ଓ ବିଜ୍ଞାନର ଗ୍ରାଜୁଏଟ ଶିକ୍ଷକ ଲେବଲ -୪କୁ ପଦୋନ୍ନତି ପାଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ସହକାରୀ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ ଓ ସିଆରସିସି ମଳୟ ଜେନା ଓ ବିଶ୍ୱରଞ୍ଜନ ଦାଶ ପ୍ରମୁଖ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ପଦୋନ୍ନତି ପାଇଁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଓ ଅଭିନନ୍ଦନ ଜ୍ଞାପନ କରିଥିଲେ । ତେବେ ପଟ୍ଟାମୁଣ୍ଡାଇ ବ୍ଲକରେ ୧୭ଟି ସ୍କୁଲ ଜଣେ ଶିକ୍ଷକରେ ଚାଲିଥିବାରୁ ସମଗ୍ର ବ୍ଲକ ଓ ପୌରାଂଚଳରେ ଅସନ୍ତୋଷ ଦେଖାଦେଇଛି । ଶିକ୍ଷକମାନଙ୍କ ରେସନାଲାଇଯେସନ ଏଥି ପ୍ରତି ବ୍ଲକ ଶିକ୍ଷାଧିକାରୀ ଦୃଷ୍ଟି ନଦେବାରୁ ବ୍ଲକ ଓ ପୌରାଂଚଳରେ ଅନେକ ସ୍କୁଲ ଶିକ୍ଷକ ସମସ୍ୟା ଦେଖାଦେଇଛି । ଏ ସମ୍ପର୍କ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିକଟରେ ଅଭିଯୋଗ ହେବାରୁ ଜିଲ୍ଲାପାଳ ସମସ୍ତ ବିଷୟରେ ଅବଗତ ହେବା ସହିତ ସ୍ଥିତି ସମୀକ୍ଷା କରିଥିଲେ । ଏହା ପରେ ଜିଲ୍ଲାପାଳ ପଟ୍ଟାମୁଣ୍ଡାଇ ବ୍ଲକର ଶିକ୍ଷକ ପଦୋନ୍ନତି ଆଦେଶକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।
kanikanews.in
Next Post
ବୋଲବମ ଭକ୍ତଙ୍କ ମନ୍ଦିରରେ ଜଳାଭିଷେକ
Mon Jul 17 , 2023
ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସାରା ରାଜ୍ୟର ବିଭିନ୍ନ ଅଂଚଳରେ ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୋଲବମ ଭକ୍ତଙ୍କ ଶୋଭାଯାତ୍ରା ଚାଲିଥାଏ । ବୋଲବମ ଭକ୍ତ ଶୁଦ୍ଧ ପୁତ ଭାବେ ନୂତନ ଗେରୁଆ ବସ୍ତ୍ର ପରିଧାନ କରିବା ସହିତ କାନ୍ଧରେ ପାଣି ଭରା କଳସୀ ଧରି ଶୋଭାଯାତ୍ରାରେ ବିଭିନ୍ନ ଶୈବ ପୀଠକୁ ଯାତ୍ରା କରିଥାନ୍ତି […]

You May Like
- 2 years ago
ଇଭିଏମ ଓ ଭିଭିପିଏଟିର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ
- 1 year ago
ଜଗନ୍ନାଥପୁର ମା’ବାସନ୍ତୀ ଦୂର୍ଗାଦେବୀଙ୍କ ପୂଜା
- 9 months ago
କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ କଳାଉତ୍ସବ ଉଦ୍ଯାପିତ