କେନ୍ଦ୍ରାପଡା ବନ୍ୟା ନିୟନ୍ତ୍ରଣ କରିବାକୁ ଜାତୀୟ ମାନବାଧିକାର ଆୟୋଗଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ


କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ଋତୁରେ ହେଉଥିବା ବନ୍ୟା ବିତ୍ପାତରୁ ରକ୍ଷା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଜାତୀୟ ମାନବାଧିକାର ଆୟୋଗ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନଦୀ, ନାଳମାନଙ୍କରେ କୂଳ ବନ୍ଧ ନଥିବା, ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଇ ନଥିବା କାରଣରୁ କୃତ୍ରିମ ବନ୍ୟା ସୃଷ୍ଟିହେବା ସହ ବର୍ଷା ଦିନରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଉଛି । ବିଶେଷ କରି କୋର, କୁତରଙ୍ଗ, ଚାରିଗାଁ, ଢୋଲ, ସାନମାଣତିଆ ଆଦି ଗ୍ରାମପଞ୍ଚାୟତ ଅଧିକାଂଶ ସମୟରେ ଜଳମଗ୍ନ ରହୁଥିବାରୁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ବାସିନ୍ଦା ପ୍ରସନ୍ନ କୁମାର ପରିଡାଙ୍କ ଆବେଦନକୁ ବିଚାରକୁ ନେଇ ଆୟୋଗ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଆଠ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଉଦାସୀନତା, ନିଷ୍କ୍ରିୟତା ଏବଂ ବିଫଳତା ଯୋଗୁଁ ପଚିଶ ହଜାରରୁ ଅଧିକ ପରିବାର ଦୀର୍ଘ ଦିନ ହେଲା ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୃଷି କାର୍ଯ୍ୟ ଅତିମାତ୍ରରେ କ୍ଷତିଗ୍ରସ୍ତ ହେଉଥିବା ଯୋଗୁଁ ଦାଦନ ସମସ୍ୟା, ଦାରିଦ୍ର୍ୟା ତଥା ଅନ୍ୟାନ୍ୟ ସାମାଜିକ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ବୈଜ୍ଞାନିକ ପଦ୍ଧତିରେ ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ କ୍ଷେତ୍ରୀୟ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପରିଡା ଆୟୋଗଙ୍କୁ ଅନୁରୋଧ କରିଥିଲେ । ତାଙ୍କ ପିଟିସନ୍‌କୁ ଗ୍ରହଣ କରି ଆୟୋଗ କେସ ନମ୍ୱର ୧୬୪୬/୧୮/୨୭/୨୦୨୩ ପଞ୍ଜୀକୃତ କରି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।


Next Post

ଶିକ୍ଷକ ଅଭାବ ପ୍ରତିବାଦ ଜଳାପୋକ ବିଦ୍ୟାଳୟରେ ତାଲା

Thu Jul 20 , 2023
କେନ୍ଦ୍ରାପଡ଼ା ୧୯/୭ – କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଶିକ୍ଷାଦାନରେ ବାଧା ଦେଖାଦେଇଛି । କେଉଁଠି ଗୋଟିଏ ଶିକ୍ଷକରେ ପାଠ ପଢା ହେଉଛି ତ କେଉଁ ୫ ଟା କ୍ଲାସରେ ୨ ଟି ଶିକ୍ଷକ ଅଛନ୍ତି । ଏନେଇ ଶିକ୍ଷାଦାନରେ ବାଧା ଉପୁଜୁଛି । ଶିକ୍ଷା ଅଧିକାରୀ ଭୟରେ ବିଦ୍ୟାଳୟ ପରିଦର୍ଶନ କରିନାହାଁନ୍ତି । କାରଣ ଅଭିଭାବକ ତାଙ୍କୁ ଘେରିବେ । ଖାଲି ଶିକ୍ଷକଙ୍କ ବୈଠକ […]

You May Like